ସାରସ୍ୱତ ସାଧକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ 

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ ହିତୈଷିଣୀ ସମାଜର ସହଯୋଗରେ ସାରସ୍ୱତ ସାଧକ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ୧୫୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।

   ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଳରାମ ନାଗାଙ୍କ ପୌରୋହିତ୍ୟରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

http://www.youtube.com/watch?v=2dc8iTIZ614 

ମଞ୍ଚରତ୍ନ ବଟକୃଷ୍ଣ ପାତ୍ର ଓ ବିଚିତ୍ରା ନନ୍ଦ ବେବର୍ତ୍ତା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୁରୁ  ଗୌରବ ଗୌର ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତାଭାବେ ମଞ୍ଚାସୀନ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟର ଏକ ନିଷ୍ଠ ସାଧକ ଶ୍ୟାମସୁନ୍ଦର ରାଜଗୁରୁ।ପାରଳାର ସୁପରିଚିତ ରାଜଗୁରୁ ବଂଶରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଆ ପ୍ରବନ୍ଧ ତଥା ସମାଲୋଚନା ସାହିତ୍ୟର  ଉନ୍ମେଷ କାଳରେ ସେ ଅନ୍ୟତମ ଭିତ୍ତି ସ୍ଥାପନକାରୀ ଭାବରେ ବହୁ ଯଶ ଓ ଗୌରବର ଅଧିକାରୀ।

ନାନା ଲୋକହିତକର କାର୍ଯ୍ୟରେ ଲିପ୍ତ ରହି ସୁଦ୍ଧା ସାହିତ୍ୟ ସେବାରେ ସେ ନିଜକୁ  ସମ୍ପୂର୍ଣ୍ଣ ନିୟୋଜିତ ରଖିଥିଲେ ଏବଂ ଓଡିଆ ସାହିତ୍ୟର ଉନ୍ନତି କଳ୍ପେ ତାଙ୍କର ଲେଖନୀ ଥିଲା ସଦା ତତ୍ପର ଓ  ସୃଷ୍ଟି ଶୀଳ।

ଶ୍ୟାମସୁଦର ରାଜଗୁରୁ ଥିଲେ ପାରଳାମାଟିର ଗର୍ବ ଗୌରବ ଏବଂ ଓଡ଼ିଆଜାତିର କାଳଜୟୀ ପ୍ରବାଦ ପୁରୁଷ ବୋଲି କହିଥିଲେ ମଞ୍ଚାସୀନ ଅତିଥି । ଏହି ଅବସରରେ ବରିଷ୍ଠ ସାରସ୍ୱତ ଶିଳ୍ପୀ ଘନଶ୍ୟାମ ଜେନା ଏବଂ ବରିଷ୍ଠ ଆୟୁର୍ବେଦବିତ ଲୋକନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ  କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ କୈଳାଶ ଚନ୍ଦ୍ର ପଟ୍ଟନାୟକଙ୍କ  ନିର୍ଦ୍ଦେଶନାରେ ଉତ୍କଳ ହିତୈଷିଣୀ ସମାଜର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।

  ଏକାଡେମୀର ପ୍ରତିନିଧି ଚିନ୍ମୟ ମିଶ୍ର ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଭାଗବତ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.