ଶହୀଦ୍ ମନୋଜ କୁମାର ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

2

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ଶହୀଦ ମନୋଜ କୁମାର ବେହେରାଙ୍କର ପ୍ରତିମୂର୍ତ୍ତି ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛିା ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଥିଲେ ଏବଂ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲୋ ଏହି ଅବସରରେ ସିଆରପିଏଫ  ଡିଆଇଜି ଶ୍ରୀ ରାମଚରିତ ଉପସ୍ଥିତ ଥିଲୋ

ସ୍ୱର୍ଗତ ମନୋଜ କୁମାର ବେହେରା ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲୋ ସ୍ୱର୍ଗତ ବେହେରା ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ଆଜିକୁ ଏକ ବର୍ଷ ତଳେ ଶହୀଦ ହୋଇଥିଲୋ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ରଥଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲୋ

Leave A Reply

Your email address will not be published.