ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ବିକ୍ଷୋଭ 

2

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ୱରେ ଆଜି ସମ୍ବଲପୁର ଜିଲ୍ଲା ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ନାରୀ ସେବା ସଦନ କର୍ମୀ ମାନେ  ଏକ  ବିରାଟ ପଟୁଆରରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆବାହକ ପ୍ରଶାନ୍ତ ପାଢ଼ୀ, ମମତା ଖଣ୍ଡାୟତ, ଲକ୍ଷ୍ମୀ ମହାରଣା, ସୁକାନ୍ତି ମହାନ୍ତି, ବିଜୟ ଲକ୍ଷ୍ମୀ ଖେରୁଆଲ୍ ,ଆଶା ଗୋପ  ପ୍ରମୁଖ ନେତୃତ୍ୱ ନେଇଥିଲେ। ଏନଏଚଏମ ଯୋଜନାକୁ ସ୍ଥାୟୀ କରିବା, ଆଶା ଙ୍କୁ ସରକାରୀ କରାଯିବା, ସର୍ବନିମ୍ନ ବେତନ 21 ହଜାର କରିବା, ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବା, ଅନ୍ୟ ବିଭାଗରେ ଚାକିରି ଦେବା , ବକେୟା ଟଙ୍କା ଯୋଗାଇଦେବା ପ୍ରଭୃତି ଦାବି କରାଯାଇଥିଲା। ଶିଶୁ ମୃତ୍ୟୁ ହାର ହ୍ରାସ ଓ  ନିରାପଦ ମାତୃତ୍ଵକୁ ସାକାର କରିଥିବା ଆଶା କର୍ମୀ ଆଜି ଆର୍ଥିକ ଅନାଟନ ଯୋଗୁଁ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ବୋଲି ଆବାହକ ପ୍ରଶାନ୍ତ ପାଢ଼ୀ କହିଥିଲେ। ପ୍ରଶାନ୍ତ ପାଢ଼ୀ, ମମତା ଖଣ୍ଡାୟତ, ଲକ୍ଷ୍ମୀ ମହାରଣା, ସୁକାନ୍ତି ମହାନ୍ତି, ବିଜଲକ୍ଷ୍ମୀ ଖେରୁଇଲ, ବିଦେଶିନୀ ସାହୁ, ଆଶା ଗୋପ, ସୀତା  ପାଣ୍ଡେ, ସନ୍ତୋଷିନି ନାୟକ, ପଦ୍ମିନୀ ପାଣଗ୍ରାହୀ ସମେତ ସମସ୍ତ ବ୍ଲକ ରୁ ଶତାଧିକ ଆଶା କର୍ମୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.