କି ବିଭତ୍ସ ମାନସିକତାର ଲୋକ ଥିଲେ ଅନୁପ : ଶୁଣନ୍ତୁ ଏସପି କଣ କହୁଛନ୍ତି 

2

ଅନୁପଙ୍କ ସରଳ ଓ ମିଠା ସ୍ୱଭାବର ବାହାର ଚରିତ୍ର ଭିତରେ ଏପରି ଯେ ଏକ ହିଂସ୍ର ଦାନବ ଲୁଚି ରହିଥିଲା ତାହା ସହଜରେ କେହି ବିଶ୍ୱାସ କରିପାରିବେ ନାହିଁ |

ପରକୀୟା ପ୍ରୀତିରେ ଲିପ୍ତ ହୋଇ ଶେଷରେ ପ୍ରେମିକା ବା ରକ୍ଷିତାଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ସର୍ବ ପରି ଏକ ୧୧ବର୍ଷ ନାବାଳିକାକୁ ବିଭତ୍ସ ଭାବେ ତାଙ୍କ ହାତ ଆଉ ବିବେକ ପଛଘୁଞ୍ଚା ଦେଲାନି | ଆଉ ଅନୁପଙ୍କ ଡବଲ୍ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାଶ  କରିଛନ୍ତି ଛତିଶଗଡ଼ର ରାଇଗଡ଼ ଏସପି ସନ୍ତୋଷ ସିଂ । ୪ ବର୍ଷ ତଳେ ଛତିଶଗଡ ର ରାୟଗଡ଼ ଜିଲ୍ଲା ଅଂଚଳରୁ ଗଳିତ ଅବସ୍ଥାରେ ମିଳିଥିବା ମାଆ-ଝିଅଙ୍କ ଶବ ଘଟଣାର ତଦନ୍ତ କରି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ ପୋଲିସ ପ୍ରମାଣିତ କରିବାରେ ସଫଳ ହୋଇଛି । ଅନ୍ୟତମ ଅଭିଯୁକ୍ତ ଡ୍ରାଇଭରକୁ ମଧ୍ୟ ପୋଲିସ ଖୋଜୁଥିବା ସୂଚନା ଦେଇଥିବା ବେଳେ ଅନୁପଙ୍କ ହତ୍ୟା ଦଫାରେ ଜେଲକୁ ପଠାଇଦେଇଛି |  

ଝାରସୁଗୁଡା- ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) “ଡ୍ରାଇଭରଙ୍କ ସହାୟତାରେ ମାଆ-ଝିଅଙ୍କୁ ରଡ଼୍ ରେ ପିଟି ରକ୍ତାକ୍ତ କରିବା ପରେ ବୋଲେରୋ ଗାଡ଼ି ଚଢ଼ାଇ ଦିଆଯାଇଥିଲା । ଅନୁପଙ୍କ ପରକୀୟା ପ୍ରୀତି ବିବାହର ରୂପ ନେବାରୁ ଏହି ମର୍ଡର ପ୍ଲଟର  ଯୋଜନା ହୋଇଥିଲା ବୋଲି  ପୁଲିସ ଆଗରେ ନିଜେ ଅନୁପ ଏହା ମାନିଥିବା ଏସପି ଶ୍ରୀ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।  ଛତିଶଗଡ଼ ଜଙ୍ଗଲରେ ଶବ ଉଦ୍ଧାର ହୋଇଥିବା ଦୁଇ ମହିଳା ଙ୍କର ହତ୍ୟାକାଣ୍ଡ ଘଟଣା ରେ ଛତିଶଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ କୁମାର ସାଏ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡ ର 3.7 ବର୍ଷ ପରେ ଆରୋପୀ କୁ ଗିରଫ କରିବାରେ ସଫଳ ହୋଇଛି ଛତିଶଗଡ଼ ପୋଲିସ। 07 ମଇ 2016 ରେ ଚକ୍ରଧର ନଗର ଥାନାରେ ଏକ ମାମଲା ରୁଜୁ ହେଲା। ପରେ ମୃତ୍ୟୁ ଘଟିଥିବା ମହିଳା ଙ୍କର ପୂର୍ବ ପତି ସୁଶୀଲ ଶ୍ରୀବାସ୍ତବ ଶବ କୁ ଚିହ୍ନଟ କରି ଥିଲେ। ଏବଂ ଏହା କଳ୍ପନା ଦାସ ଏବଂ ତାଙ୍କର ଝିଅ ବବଳୀ ବୋଲି ଜଣା ପଡିଥିଲା। ଏବଂ ପରେ ମୋବାଇଲ କଲ ଯାଞ୍ଚ କରି ଏଥିରେ ଝାରସୁଗୁଡା ଜିଲ୍ଲା ର ଅନୁପ ସାଏ ଙ୍କର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲେ । କଳ୍ପନା ନିଜର ପତି ଠାରୁ ଅଲଗା ହେବା ପରେ 2004  05 ରେ ଅନୁପ ସାଏ ଙ୍କର ସଂପର୍କରେ ଆସିଥିଲେ ଏବଂ ତେବେ ଠାରୁ ଦୁହିଁଙ୍କର ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା  ।

ଏ ଭିତରେ ଅନୁପ ସାଏ ଭୁବନେଶ୍ୱର ରେ ଏକ ଜାଗା କିଣି କଳ୍ପନା ଏବଂ ତାଙ୍କର ଝିଅ ଙ୍କୁ ନିଜର ପତ୍ନୀ ଏବଂ ଝିଅ ର ପରିଚୟ ଦେଇ ସେଠି ଫ୍ଲାଟ କିଣିଥିଲେ। ପରେ କଳ୍ପନା ଅନୁପ ସାଏ ଙ୍କୁ ବ୍ଲାକମେଲ କରିବା ଅନୁପ ସାଏ ପୋଲିସ ଙ୍କୁ ସୂଚନା ଦେଇଛନ୍ତି। 05 ମଇ 2016 ରେ କଳ୍ପନା ଏବଂ ତାଙ୍କର ଝିଅ ଙ୍କୁ ଭୁବନେଶ୍ୱର ଠାରୁ ଝାରସୁଗୁଡ଼ା ବସ ରେ ଯିବାକୁ ପାଇଁ କହିଥିଲେ ଏବଂ ନିଜେ କାର ରେ  ଯାଇ ଝାରସୁଗୁଡା ର ମେଘଦୂତ ହୋଟେଲ ରେ ଦୁଇଜଣ ଙ୍କୁ ରଖିଥିଲେ। ଏବଂ ରାତି ରେ ନିଜର ବୋଲେରୋ ରେ ଛତିଶଗଡ଼ ରେ ଏକ ସ୍ଥାନ ରେ ବିବାହ କରିବାକୁ କହି ଛତିଶଗଡ଼ ଯାଇଥିଲେ। ଏବଂ ଯୋଜନା ମୁତାବକ ହମିରପୁର ଜଙ୍ଗଲରେ ରଡ଼ ସାହାଯ୍ୟରେ ଦୁଇଜଣଙ୍କୁ ପିଟି ମାରି ଦେଇଥିଲେ। ଏବଂ ଡ୍ରାଇଭର ବର୍ମନ ଟପ୍ପୋ ଙ୍କୁ କହି ତାଙ୍କର ଦୁଇଜଣ ମହିଳା ଙ୍କୁ ବୋଲେରୋ ଗାଡି ଚଢାଇ ଦୁର୍ଘଟଣା ର ରୂପ ଦେବାକୁ ଚେଷ୍ଟା  କରାଯାଇଥିଲା। ଗତକାଲି ରାତି ତମାମ ତାଙ୍କୁ ଜେରା କରି ପୁଲିସ ସତ୍ୟ ଓଗାଳିବା ପରେ ଅନୁପଙ୍କ ବିରୋଧରେ ଦଫା ୩୦୨(ହତ୍ୟା), ୧୨୦-ବି(ହତ୍ୟା ଷଡ଼ଯନ୍ତ୍ର) ଏବଂ ୨୦୧(ତଥ୍ୟ ଲୁଚାଇବା) ଲଗାଇକୋର୍ଟ ଚାଲାଣ କରାଯାଇଛି । ପୋଲିସ ଅନୁପାନ ଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ମଧ୍ୟ ଜଣ ପଡିଛି | 

 

Leave A Reply

Your email address will not be published.