ପୁଲୱାମାକୁ ପୂରିଲା ବର୍ଷେ, ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି 

2

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ବୀର ସାବରକର ଯୁବ ସଂଘ ପକ୍ଷରୁ  ଗତ ବର୍ଷ ଫେବୃୟାରୀ ୧୪ ତାରିଖରେ ହୋଇଥିବା ଜାମ୍ମୁ କାଶ୍ମୀରର ଫୁଲୱାମାରେ ଶହୀଦ ହୋଇଥିବା ୪୪ଜଣ ଯବାନଙ୍କ ଅମର ଆତ୍ମାର ସଦଗତି ସକାଶେ ଏକ କ୍ୟାଣ୍ଡେଲ ମାର୍ଚ୍ଚ ବୀର ସବରକର ଯୁବକ ସଂଘ ତଥା ଗ୍ରାମବାସୀ ଙ୍କ ଦ୍ଵାରା ଭୋର ୫ଟାରୁ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ବିଭିନ୍ନ ଗ୍ରାମରୁ ଯୋଗ ଦେଇ ଥିଲେ। ସବାଶେଷରେ ବୁକୁରାମୁଣ୍ତା ହସପିଟାଲରେ ସାମ୍ନାରେ ମଶାଲ କୁ ରଖି ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବୁକୁରାମୁଣ୍ଡା ପରି ଏକ ଜଙ୍ଗଲ ପାହାଡ ଘେରା ଗାଁରେ ଏ ପରି ଦେଶ ଭକ୍ତି ସଂକଳ୍ପ ଦେଶ ପାଇଁ ଗୌରବର ବିଷୟ ଅଟେ ।

Leave A Reply

Your email address will not be published.