“ଲାଜର କଥା, ଦୟାକରି ଅଧିକ ପରିଶ୍ରାଗାର ନିର୍ମାର କରନ୍ତୁ”

2

ନରସିଂହଙ୍କୁ ଭେଟି ଦାବି ଜଣାଇଲେ ମହିଳା ମଂଚ 

ବଲାଙ୍ଗୀର/ନିରୋଜ ମିଶ୍ର :  ବଲାଙ୍ଗୀରରେ ପରିଶ୍ରାଗାରର ଉତ୍କଟ ସମସ୍ୟା ଏବଂ ଏଥିଯୋଗୁଁ  ଜନସାଧାରଣ ହେଉଥିବା ଲଜ୍ଜାକର ହଇରାଣ ବିଶେଷକରି ମହିଳାମାନଙ୍କ ଦୁର୍ଦଶା ବିଷୟରେ ଆଜି “ସଚେତନ ମହିଳା ମଞ୍ଚ” ର ସଦସ୍ୟା ମାନେ ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କୁ ଭେଟି ପରିଶ୍ରାଗାର ତୁରନ୍ତ ନିର୍ମାଣ ପାଇଁ ଦାବୀ କରିଥିଲେ ତା ସହିତ ବିଭିନ୍ନ ପୂଜା ପର୍ବାଣି ଓ ଯାନୀ ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ କିପରି ରୋକିହେବ ଆଲୋଚନା କରିଥିଲେ l

ବିଧାୟକ ମିଶ୍ର କହିଥିଲେ ଯେ ପୌରପାଳିକା ପରିଶ୍ରାଗାର ନିର୍ମାଣ ପାଇଁ ଯୋଜନା ଆରମ୍ଭ କରିଦେଇଛି ଏବଂ ଆଉ ଅଧିକ ଗୁଡିଏ କେମିତି ନିର୍ମାଣ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ l

ଏହି ସାକ୍ଷାତ ଆଲୋଚନାରେ ମଞ୍ଚର ସଦସ୍ୟା ମାଳତୀ ଉଦ୍ଗାତା, ସାଗରୀକା ଗୁରୁ, ତପସ୍ୱିନୀ ପଶାୟତ, ବୀଣାପାଣି ଆଚାର୍ଯ୍ୟ, କୁସୁମ ଶତପଥି, ନିହାରିକା ମିଶ୍ର, ମୈତ୍ରୀ ସାହୁ, ପ୍ରମିଳା ମିଶ୍ର, ରଂଜିତା ମିଶ୍ର, କସ୍ତୁରୀ ରଥ, କବିତା ମିଶ୍ର, କଳ୍ପନା ସାହାଣୀ, ଅନୁସୂୟା ବେଜ ଏବଂ ସୁଧା ସ୍ୱାଇଁ ଭାଗନେଇଥିଲେ l

Leave A Reply

Your email address will not be published.