ସରସ୍ୱତୀ ଶିଶୁମନ୍ଦିର ବାର୍ଷିକ ଉତ୍ସବ 

2

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଚେଷ୍ଟା ଓ ସମ୍ପାଦକଙ୍କର ଅନନ୍ୟ ଉତକର୍ଷତା ପାଇଁ ଅନୁଷ୍ଠାନଟି ସ୍ଥାନୀୟ ଅଂଚଳରେ ସମସ୍ତଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରିଛି ବୋଲି ନନ୍ଦିଘୋର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ ଅବସରରେ ଯୋଗ ଦେଇ ଅତିଥିମାନେ ମତପ୍ରକାଶ କରିଛନ୍ତି । ବୁଢା ବୁଢିଆଣି ପାଣି ପଂଚାୟତ ଅଧ୍ୟକ୍ଷ  ସୁଧାକର ଷଡଙ୍ଗୀଙ୍କର ପୈାରହିତରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ବରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ମଣ୍ଡଳ ଶୀକ୍ଷାଧିକାରୀ ଦାମୋଦର ଖିଲାର, ମୁଖ୍ୟ ବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ସସ୍ଥାନର ରାଜ୍ୟ ସ୍ତରୀୟ କର୍ମକର୍ତା ଶ୍ରୀଧର ସାହୁ ଏବଂ ସମ୍ମାନୀତ ଅତିଥିଭାବେ ଓଡ଼ଗାଁ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ନନ୍ଦିଘୋର ସରପଂଚ ସ୍ୱେତଲିନା ମହାପାତ୍ର, ସମିତି ସଭ୍ୟ ବ୍ରଜକିଶୋର ଡାକୁଆ ଯୋଗଦେଇଥିଲେ । ବିଦ୍ୟାଳୟର ଉନ୍ନତି ପାଇଁ ବିଭିନ୍ନ କ୍ଷେତ୍ରରେ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲାପରିଷଦ ସଭ୍ୟ କହିଥିଲେ । ସମ୍ପାଦକ ଅବିନାଶ ସାହୁ ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅତିଥିଙ୍କ ଦ୍ୱାରା ବିଭିନ୍ନ ପ୍ରତିିଯୋଗିତାର କୃତି ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କୃତ  କରିବା ପରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । 

 

Leave A Reply

Your email address will not be published.