ପଦ୍ମପୁର,(ଶାସକ ପ୍ରଶାସକ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ହିରାପୁର ଠାକୁର ବୁଢା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଉଭୟ ୫- ୩ ଓଭର ଫର୍ମାଟ ରେ ସଲଡିହି ଦଳ ଝାରମୁଣ୍ତା ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଛି । ଏହି କ୍ରିକେଟ କପ ଟୁର୍ଣ୍ଣାମେଣ୍ଟରେ ସର୍ବ ମୋଟ ୩୨ ଗୋଟି କ୍ରିକେଟ ଦଳ ଯୋଗ ଦେଇ ଥିବା ବେଳେ ଛଅ ଦିନ ଧରି ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଜନତା ପାର୍ଟି ଲଖମରା ମଣ୍ଡଳ ସଭାପତି ଭିଷ୍ମଦେବ ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବଳରାମ ସାହୁ ଯୋଗ ଦେଇ ବିଜେତା ସଲଡିହି ଦଳକୁ ଟ୍ରଫି ସହ ନଗଦ ୧୩୫୦୦ ଟଙ୍କା ଓ ଉପ ବିଜେତା ଝାରମୁଣ୍ତା ଦଳକୁ ଟ୍ରଫି ସହ ନଗଦ ୮୫୦୦ ଟଙ୍କା ପ୍ରଦାନ କରିଥିଲେ। ରିଙ୍କୁ ଭୋଇ, ପ୍ରଶାନ୍ତ ଭୁଏ, ଲୁକେଶ ଭୁଏ ସମେତ ଠାକୁର ବୁଢା କ୍ରିକେଟ ଟୁର୍ଣ୍ଣାମେଣ୍ଟର ସମସ୍ତ ସଦସ୍ଯ ଆୟୋଜିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.