ଇଃ…ଛି ଛି…..ଇସ୍କୁଲ ପାଇଖାନାରୁ ବି ଖାଇଗଲେ ! 

2

ଶୌଚାଳୟର ଅଧା କାମକରି ପୁରା ବିଲ : ଏ ନେବା ଲୋକ କେମିତି, ଦେବା ଲୋକ ବି କେମିତି 

ପୁଇଁତଳା(Santosh Karmi) ଅଏଁଲାସାରୀ ସ୍କୁଲ ବିଦ୍ୟାଳୟମାନଙ୍କ ରେ ଛାତ୍ର ଛାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ କରିବାକୁ ଯୋଜନା ହୋଇଥିଲା।ଉକ୍ତ ଯୋଜନାରେ କିନ୍ତୁ ମହାଦୁର୍ନିତି ହୋଇଛି। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ଅନ୍ତର୍ଗତ ଅଏଁଲାସାରୀ ପଞ୍ଚାୟତ ଅଏଁଲାସାରୀ ସ୍କୁଲ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ନିର୍ମାଣ କାମ କୁ ଦେଖିଲେ ଦୁର୍ନୀତି ଜଳ ଜଳ ହୋଇ ଦିଶୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍କୁଲରେ ପିଲା ସଂଖ୍ୟା 300 ରୁ ଅଧିକ ଥିବା ବେଳେ ଗତ 2015-16 ମସିହାରେ ଶୌଚାଳୟ ନିର୍ମାଣ ପାଇଁ 1ଲକ୍ଷ 58 ହଜାର ଟଙ୍କା ସ୍କୁଲକୁ ଆସିଥିଲା ।ତାଙ୍କ ନିକଟସ୍ଥ ଏକ ଗ୍ରାମର ଠିକାଦାର କାମ କରିଥିଲେ।କାମ ସବୁ ନିମ୍ନମାନର  କରୁଥିଲେ ଏବଂ ଅଧା କାମରୁ ଆଗକୁ ଆଉ କରି ନ ଥିଲେ।ଯେଣେତେଣେ ପ୍ରକାର କାନ୍ଥ କାନ୍ଥ ଉଠାଇ ଛାତ ପକାଇଥିଲେ।ତାହା ପରେ କାମ ଅଟକି  ରହିଥିଲା।ଇତି ମଧ୍ୟରେ ଚଞ୍ଚକତା କରି ଶୌଚାଳୟ ପାଇଁ ଆସିଥିବା ସବୁ ଟଙ୍କା ବିଲ କରି ଉଠାଇ ନେଇ ଯାଇଥିବା ଅଭିଯୋଗ ହୋଇଛି।ଉକ୍ତ ବ୍ଲକର ଏଭଳି ଅଧାକାମ କରି ଅନେକ ସ୍କୁଲରେ ବିଲ ଉଠାଇ ନେଇଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।ଘଟଣାର ତଦନ୍ତ କରିବାକୁ ବିଭିନ୍ନ ସାମାଜିକ ସଂଗଠନ ଓ ବିଭିନ୍ନ ମହଲରେ ଦାବି ହେଉଛି।

 

Leave A Reply

Your email address will not be published.