ବିରମହାରାଜପୁର : ୬ ବର୍ଷ ଚାକିରି କଲାପରେ ଛଟେଇ, ଆମରଣ ଅନଶନରେ ଅଙ୍ଗନୱାଡି  କର୍ମୀ

2

ବୀରମହାରାଜପୁର/ବିନୋଦ ପାଣ୍ଡେ –   ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅଙ୍ଗନୱାଡି  କର୍ମୀଙ୍କ ଧାରଣା । ସୂଚନା ଅନୁଯାୟୀ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡାମାଳ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର -୩ ର କର୍ମୀ ରଞ୍ଜିତା ଭୋଇନା ୨୦୧୨ ରୁ ୨୦୧୮  ଦୀର୍ଘ ୬ବର୍ଷ ହେବ ଏହି ଅଙ୍ଗନୱାଡି କେନ୍ଦ୍ରରେ ନିଯୁକ୍ତି ହୋଇ ସମସ୍ତ କାର୍ଯ୍ୟ ତୁଲାଇ ଆସୁଥିଲେ। “ଏତେ ବର୍ଷ କାର୍ଯ୍ୟ କାଳପରେ କେଉଁ ଆଧାରରେ ବହିଷ୍କାର କରାଯାଇଛି ଓ ବିନା କାରଣରେ ମୋତେ ଛଟେଇ କରିଥିବା ରୁ ମୁଁ ବିଭିନ୍ନ କାର୍ଯ୍ୟଳୟକୁ ଦୌଡି ଦୌଡି ନିରାଶ ହେବା ପରେ ଶେଷରେ ଆଜି ଠାରୁ ମୋର ପଦବୀ ଫେରି ନପାଇବା ପଯ୍ୟନ୍ତ ଆମରଣ ଅନଶନ ଜାରି ରହିବ” ବୋଲି ଅଙ୍ଗନୱାଡି କର୍ମୀ ରଞ୍ଜିତା ପ୍ରକାଶ କରିଛନ୍ତି । ଏ ନେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଜୋସ୍ନାରାଣୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ମୁଁ ନୂଆ ଆସିଛି ଏହି ବିଷୟରେ କିଛି ଜାଣିନଥିବା କହିଥିଲେ । ବିରମହାରାଜପୁର ଏସ ଡି ପି ଓ ଧିରଜ ଚୋପଦାର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟକୁ ଆସି ଘଟଣା ସମ୍ପର୍କରେ ସିଡିପିଓ ଏବଂ ଧାରଣା ବସିଥିବା ରଞ୍ଜିତା ଭୋଇନାଙ୍କ ସହ ଆଲୋଚନା କରିଥିଲେ । 

Leave A Reply

Your email address will not be published.