କଥା ରଖିଲେ ପଦ୍ମପୁର ଉପଜିଲ୍ଲାପାଳ  

2

http://www.youtube.com/watch?v=Quoa9544e4s

ମୃତ ଶ୍ରମିକଙ୍କ ଗାଁକୁ ଯାଇ ପରିବାରକୁ ଯୋଗାଇଦେଲେ ଆର୍ଥିକ ସହାୟତା 

ବରଗଡ(ଶାସକ ପ୍ରଶାସକ) :- ଗତ ଦୁଇ ଦିନ ତଳେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ମାର୍କେଟ ୟାର୍ଡରେ ଏକ ଟ୍ରକରେ ଧାନ ଲୋଡ଼ କରୁଥିବା ସମୟରେ ଜଣେ ଶ୍ରମିକ କାର୍ତ୍ତିକ ସାହୁଙ୍କ ମୃତ୍ୟୁ ହେଇଯାଇଥିଲା । ଶ୍ରମିକଙ୍କର ମୃତ୍ୟୁ ଖବର ପାଇବା ପରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ  ଦରୱାନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶ୍ରମିକଙ୍କ ପରିବାରକୁ ଯଥା ସମ୍ଭବ ସରକାରୀ ସହାୟତା ଶୀଘ୍ର ଯୋଗାଇ ଦେବା ପାଇଁ ଚେଷ୍ଟା କରିବେ ବୋଲି ଆମକୁ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଥିଲେ ।

ଆଜି ଉପଜିଲ୍ଲାପାଳ ନିଜ କଥା ରଖି ମୃତ କାର୍ତ୍ତିକ ସାହୁଙ୍କର ବାସଗୃହ ଯାଇ ତାଙ୍କର ପତ୍ନୀ ଶ୍ରୀମତୀ ସୁକାନ୍ତି ସାହୁଙ୍କୁ ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଓ ପଦ୍ମପୁର RMC ରୁ 10 ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଏହା ସହିତ ମୃତକଙ୍କର ପତ୍ନୀଙ୍କୁ ଚଳିତମାସରୁ ବିଧବା ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା କରିବା ସହିତ ତାଙ୍କ ଦ୍ୱାରା ଯାହା ସମ୍ଭବ ହେବ ନିଶ୍ଚିତ ଭାବରେ କରାଇବେ ବୋଲି ସୂଚନା ପ୍ରଦାନ କରିଥିଲେ । ଆଜି ଉପଜିଲ୍ଲାପାଳଙ୍କର ସହିତ ଝାରବନ୍ଧ ତହସିଲଦାର ଶ୍ରୀ ପର୍ଶୁରାମ ଆର୍ଯ୍ୟନ ପଣ୍ଡା , ଏଡିଆଇପିଆରଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ , ଆରଏମସିର ଶ୍ରୀ ପ୍ରକାଶ ଦାଶ, ତଥା ଅମଠି ଗ୍ରାମର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.