ହେଡଲାଇନସ୍:

ଦମ୍ପତିଙ୍କୁ ହାଣି ଯୁବକ ଫେରାର : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ(ବିଶ୍ୱଜିତ ନାୟକ): ନୟାଗଡ଼ ଜିଲ୍ଲା ବାହାଡ଼ଝୋଲା ଫାଣ୍ଡି ଭାଟସାହି ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ସୁଧଘର ଭୋଜି ଚାଲିଥିବା ବେଳେ ସାମାନ୍ୟ କଥାରୁ ବଚସା ଘଟିଥିଲା । ବଚସାରୁ ଉତକ୍ଷିପ୍ତ ହୋଇ ଜଣେ ଯୁବକ ସେହି ଗ୍ରାମର ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ମମି ସିଂ ବୟସ 30 , ସ୍ବାମୀ ନିରଞ୍ଜନ ସିଂ ବୟସ 40 ଗୁରୁତର ହୋଇଛନ୍ତି । 

ସୂଚନାନୁଯାୟୀ,ଭାଟସହି ଗ୍ରାମରେ ସୁଧଘର ଭୋଜି  ଖାଉଥିବା ବେଳେ ସେହି ଗ୍ରାମର କିଛି  ନିଶାସକ୍ତ ଯୁବକ ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଏହାକୁ ବିରୋଧକରିଥିଲେ  ନିରଞ୍ଜନ , ଏ ନେଇ ସେହି ଗ୍ରାମର  ମନୋଜ ନାୟକଙ୍କ ସହ ବଚସା ପରେ ଧସ୍ତାଧସ୍ତି ହୋଇଥିଲା। ପରେ ଉଭୟଙ୍କୁ ଲୋକେ ବୁଝାସୁଝା କରିବା ପରେ ସେମାନେ ନିଜ ନିଜ ଘରକୁ ଚାଲି ଯାଇଥିଲେ। ମାତ୍ର ଏହି ଘଟଣାକୁ ନେଇ ମନୋଜ ଉତକ୍ଷିପ୍ତ ହେଇ ବିଳମ୍ବିତ ରାତିରେ  ନିରଞ୍ଜନଙ୍କ କବାଟ ବାଡେଇଥିଲେ। ମମି ସିଂ କବାଟ ଖୋଲିବାରୁ ମନୋଜ ତାଙ୍କୁ ପ୍ରଥମେ ହାଣିଥିଲେ। ପରେ ମମିଙ୍କୁ ରକ୍ଷା କରିବାକୁ ଯାଇ ନିରଞ୍ଜନ  ଆସିବାରୁ ସେ ମଧ୍ୟ ଚୋଟର ଶିକାର ହେଇ ଗୁରୁତର ହୋଇଛନ୍ତି ।  ଘଟଣାସ୍ଥଳରେ ମମିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ନିରଞ୍ଜନଙ୍କୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଯୁବକ ମନୋଜ ଫେରାର ରହିଛି।

0
0
0
s2sdefault