ହେଡଲାଇନସ୍:

ବର୍ଣ୍ଣାଢ୍ୟ ପରିବେଶ ଭିତରେ ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଉଦଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ) - ପଦ୍ମପୁର ରି କ୍ରିଏସନ୍ ସେଣ୍ଟର ଠାରେ, ଏକ ବର୍ଣ୍ଣାଢ୍ୟ ପରିବେଶ ଭିତରେ, ଗୁରୁ ପ୍ରକାଶନୀ ଆନୁକୁଲ୍ୟରେ ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଉଦଘାଟିତ ହୋଇଥିଲା। ଏହି ଅବସରରେ ପ୍ରଫେସର ମହେନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ  ସଭାରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍କୟ ଦରୁୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ମେଳାକୁ ଉଦଘାଟନ କରିଥିଲେ। ସଂପାଦକ ଡଃ ମାନ ଭଞୀନ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର କେଶ ରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ମଞ୍ଚସୀନ ଥିଲେ। ଡିଜିଟାଲ ଯୁଗରେ ବି ପୁସ୍ତକ ମଣିଷ ଜୀବନ ପ୍ରତି ଟି କ୍ଷେତ୍ରରେ ଜୀବନ ବଞ୍ଚବାର ସଠିକ୍ ବାଟ ଦେଖାଇ ଆସୁଛି ବୋଲି ମଞ୍ଚସୀନ ଅତିଥି ମାନେ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ। ଏହା ପରେ ଡଃ ଜୟ କେତନ ତ୍ରିପାଠୀଙ୍କ ସଂଯୋଜନାରେ ତଥା ଡଃ ପ୍ରମୋଦ କୁମାର ପାଢ଼ୀଙ୍କ ସଭାପତିତ୍ବରେ ପୁସ୍ତକ ମଣିଷ ର ପରମ ବନ୍ଧୁ ଶୀର୍ଷରେ ଆୟୋଜିତ ପ୍ରଥମ ଦିବସ ର ଆଲୋଚନା ଚକ୍ରରେ ବାଞ୍ଛାନିଧି ପଣ୍ଡା ନାଟ୍ୟକାର ଅଶୋକ କୁମାର ବହିଦାର ଡଃ ଅବନୀ କାନ୍ତ ସାହୁ ବିଭିନ୍ନ ଦିଗରୁ ତର୍ଜମା କରିଥିଲେ। ପ୍ରଥମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ରାଜ ବୋଡାସମ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଳକ ବାଳିକା  ମାନଙ୍କ ଦ୍ଵାରା ନାଟକ ପ୍ରକୃତ ବନ୍ଧୁ ମଞ୍ଚସ୍ଥ ହୋଇଥିଲା। ନଭେମ୍ବର ୩୦ ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ପୁସ୍ତକ ମେଳା ଚାଳିବ ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ। ପରିଶେଷରେ ଭବି ଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ମହେଶ୍ବର ସାହୁ, ସମାଜ ସେବୀ ନିରୋଜ ଦୋରା, କିଶୋର ପାତ୍ର, ପ୍ରୀତି ରଞ୍ଜନ ପ୍ରଧାନ, କ୍ଷୀରୋଦ୍ର ନାଥ ସାହୁ, ଦ୍ବାଦଶ କୁମାର ପ୍ରଧାନ, ତୀର୍ଥ ବାସୀ ପଣ୍ଡା, ଶାନନ୍ତୁ ପାଣିଗ୍ରାହୀ, ସଞୀବ ବହିଦାର, ବିଶ୍ରାମ ମେହେର ପ୍ରମୁଖ ସହ ସହଯୋଗ କରିଥିଲେ।

 

0
0
0
s2sdefault