ହେଡଲାଇନସ୍:

ଓଡ଼ିଶାରେ ଜିଓର ଦବଦବା: ମଇ ମାସରେ ରାଜ୍ୟରେ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିଥିବା ଏକମାତ୍ର ସେବା ପ୍ରଦାନକାରୀ ହୋଇଛି ଜିଓ: ଟ୍ରାଇ ତଥ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ୧ କୋଟି ୮୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସହିତ ଜିଓ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର

  • - ମଇ ମାସରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଛି ଜିଓ, ହଜାର ହଜାର ଗ୍ରାହକ ହରାଇଛନ୍ତି ଅନ୍ୟ ଅପରେଟର: ଟ୍ରାଇ ତଥ୍ୟ

  • - ଓଡ଼ିଶାରେ ଜିଓଏୟାରଫାଇବର ଉପଭୋକ୍ତା ସଂଖ୍ୟା ୪ ଲକ୍ଷ ଟପିଲା; ନିରବଛିନ୍ନ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ, ବିଶ୍ୱସ୍ତରୀୟ ଗୃହ ମନୋରଞ୍ଜନ, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ତଥା ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ରିଲାଏନ୍ସ ଜିଓ ଏହାର ପ୍ରାଧାନ୍ୟ ଜାରି ରଖି, ଚଳିତ ବର୍ଷ ମଇ ମାସରେ ରାଜ୍ୟରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଜିଓ ମଇ ମାସରେ ୯୪୦୦୦ରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୧୩୫୦୦ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଛି। ବାସ୍ତବରେ, ଜିଓ ମଇ ମାସରେ ଓଡ଼ିଶାରେ ମୋବାଇଲ୍ ଉପଭୋକ୍ତା ଯୋଡିଥିବା ଏକମାତ୍ର ଡିଜିଟାଲ ସେବା ପ୍ରଦାନକାରୀ ହୋଇଥିବାବେଳେ ଅନ୍ୟମାନେ ସେହି ମାସରେ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ମଇ ମାସରେ ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୪୯୦୦୦ ରୁ ଅଧିକ ବୃଦ୍ଧି ପାଇବା ସହିତ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ୩.୮୪ କୋଟିକୁ ବୃଦ୍ଧି ପାଇଛି।

ସାରା ରାଜ୍ୟରେ ଜିଓଏୟାରଫାଇବରର ଅପାର ଲୋକପ୍ରିୟତା ବଳରେ ଜିଓ ହୋମ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼ କରି ମଇ ମାସରେ ଓଡ଼ିଶାରେ ୧୩୫୦୦ରୁ ଅଧିକ ନୂତନ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡିଛି। ଏହା ସହିତ, ଜିଓ ଓଡ଼ିଶାରେ ଦୂରସଂଚାର କ୍ଷେତ୍ରର ସମସ୍ତ ତିନୋଟି ବର୍ଗ - ୱାୟାରଲେସ୍, ୱାୟାରଲାଇନ୍ ଏବଂ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ରେ ଏହାର ବଜାର ନେତୃତ୍ୱକୁ ଆହୁରି ସୁଦୃଢ଼ କରିଛି। ରାଜ୍ୟର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ, ମଇ ମାସ ଶେଷ ସୁଦ୍ଧା ଜିଓର ସର୍ବାଧିକ ୧ କୋଟି ୮ ଲକ୍ଷରୁ ଅଧିକ ମୋବାଇଲ୍ ଉପଭୋକ୍ତା, ୩ ଲକ୍ଷ ୭୭ ହଜାରରୁ ଅଧିକ ଜିଓଫାଇବର ଉପଭୋକ୍ତା ଏବଂ ୪ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଉପଭୋକ୍ତା ରହିଛନ୍ତି। ଓଡ଼ିଶାର ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳଗୁଡ଼ିକରେ ହଜାର ହଜାର ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗକୁ ବଢ଼ାଇ ଜିଓ ସେମାନଙ୍କ ଘରପାଖରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ଉପଲବ୍ଧ କରାଇଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ଜିଓ ମଇ ମାସରେ ୨୧.୫ ଲକ୍ଷ ନୂତନ ମୋବାଇଲ୍ ଉପଭୋକ୍ତା ଏବଂ ୪ ଲକ୍ଷରୁ ଅଧିକ ନୂତନ ଜିଓଏୟାରଫାଇବର ଉପଭୋକ୍ତା ଯୋଡ଼ିଛି।


ଏହାର ଅତ୍ୟାଧୁନିକ ପ୍ରଯୁକ୍ତି, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ପ୍ରଥମ ନୀତି ସହିତ, ଜିଓ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗେଇ ନେଉଛି। ନିକଟରେ କମ୍ପାନୀ ଏକ ନୂତନ ୨୦୦ ଟଙ୍କା ମୂଲ୍ୟର ଜିଓ ଓଟିଟି ପାସ୍ ପ୍ରଚଳନ କରିଛି ଯାହା ସୁଲଭ ମୂଲ୍ୟରେ ୧୫ଟି ପ୍ରିମିୟମ୍ ଓଟିଟି ଆପ୍, ଜିଓଟିଭିରେ ୧,୦୦୦ ରୁ ଅଧିକ ଲାଇଭ୍ ଟିଭି ଚାନେଲ, ୩୦ ଜିବି ହାଇ-ସ୍ପିଡ୍ ଡାଟା ଏବଂ ଉପଭୋକ୍ତାଙ୍କ ମୂଳ ପ୍ଲାନ୍ ବୈଧତା ଅବଧି ଯାଏଁ ଅସୀମିତ ୫ଜି ସୁବିଧା ପ୍ରଦାନ କରୁଛି। ୨୮-ଦିନର ପ୍ୟାକ୍ ବୈଧତା ରହିଥିବା ଏହି ଓଟିଟି ପାସରେ ୟୁଟ୍ୟୁବ ପ୍ରିମିୟମ, ଜିଓ ହଟଷ୍ଟାର ମୋବାଇଲ + ହଲିଉଡ, ପ୍ରାଇମ ଭିଡିଓ ମୋବାଇଲ ଏଡିସନ ସମେତ ଜିଓଟିଭି ମାଧ୍ୟମରେ ଉପଲବ୍ଧ ୧୨ଟି ଅତିରିକ୍ତ ଓଟିଟି ସୋନି ଲିଭ, ଜିଫାଇଭ, ଲାୟନ୍ସଗେଟ ପ୍ଲେ, ଡ଼ିସକଭରୀ ପ୍ଲସ, ସନ ନେକ୍ସଟ, ଫ୍ୟାନକୋଡ, ତରଙ୍ଗ ପ୍ଲସ, କଞ୍ଚା ଲଙ୍କା, ପ୍ଲାନେଟ ମରାଠୀ, ଚଉପାଲ, ହୋଇଚୋଇ ଏବଂ ଟାଇମ୍ସ ପ୍ଲେ, ମଧ୍ୟ ଉପଲବ୍ଧ ରହିଛି।

0
0
0
s2sdefault