ହେଡଲାଇନସ୍:

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର,ତା-୨୬.୦୬.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଠାରେ ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ଉପଲକ୍ଷେ ସଭା ର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ଯେ, ସଠିକ୍ କାର୍ଯ୍ୟନୁଷ୍ଠାନ, ସମସ୍ତଙ୍କ ସହଭାଗିତା, ସତର୍କ ଏବଂ ସଚେତନ ନାଗରିକ ରହିଲେ ହିଁ ଏକ ନିଶାମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ। ମଦ ର ବିଷାକ୍ତ ସତ୍ୟ କୁ ଅତି ସରଳ ଭବେ ସେ ବୁଝାଇଥିଲେ।' ମ ' ର ଅର୍ଥ ମୃତ୍ୟୁ ଓ ଦ ର ଅର୍ଥ ଦାରିଦ୍ର୍ୟ ବୋଲି ସେ କହିଥିଲେ।ତେଣୁ ସମସ୍ତଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ନିଶା ନିବାରଣ ଏକ ଆହ୍ୱାନ ଏବଂ ପ୍ରଶାସନ, ପୋଲିସ ଓ ସଚେତନ ନାଗରିକ ଙ୍କ ମିଳିତ ଉଦ୍ୟମ ରେ ଏହାକୁ ପ୍ରତିହତ କରିହେବ ବୋଲି କହିଥିଲେ।ଏ ବର୍ଷ ର ଥିମ ବିଶ୍ୱ ନିଶା ସମସ୍ୟା: ସ୍ଥାୟୀ ସମସ୍ୟା, ନୂତନ ଚ୍ୟାଲେଞ୍ଜ ଓ ଅଭିନବ ପ୍ରୟାସ ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଉପସ୍ଥିତ ଯୁବ ପୀଢ଼ି ଙ୍କୁ ନିଶା ଠାରୁ ଦୂରରେ ରହିବା ସହ ସଚେତନତା ର ବାର୍ତ୍ତା କୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ।ଅବକାରୀ ବିଭାଗ ଇନ୍ସପେକ୍ଟର ଶ୍ରୀ ପ୍ରଭାସ କୁମାର ଚୌଧୁରୀ ଦିବସ ର ତାତ୍ପର୍ଯ୍ୟ ବିଷୟ ରେ ଉପସ୍ଥାପନ କରିବା ସହ ଜିଲ୍ଲା ରେ ଅବକାରୀ ବିଭାଗର କାର୍ଯ୍ୟନୁଷ୍ଠାନ ସମ୍ପର୍କ ରେ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରାରମ୍ଭ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ ସ୍ୱାଗତ ଭାଷଣ ସହ ନିଶା ନିବାରଣ କେନ୍ଦ୍ର ରେ ଚିକିତ୍ସିତ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ପାରିଥିବା ବ୍ୟକ୍ତି ମାନଙ୍କ ବିଷୟ ରେ ତଥ୍ୟ ଉପସ୍ଥାପନ କରିଥିଲେ।
ଶେଷରେ ପ୍ରବନ୍ଧ ଲିଖନ, ବକୃତା ତଥା ଚିତ୍ରାଙ୍କନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବିଶିଷ୍ଟ ଶିକ୍ଷବିତ୍ ସୁଭାଷ ଚନ୍ଦ୍ର ରାଉତ ସଭା କାର୍ଯ୍ୟ ପରିଚାଳନା ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭାରେ ସାଧାରଣ ଜନତା, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି,ବିଦ୍ୟାଳୟ ଛାତ୍ର ଛାତ୍ରୀ , ଅବକାରୀ ଏବଂ ସାମାଜିକ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଥିଲେ।
ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲା ଅବକାରୀ ବିଭାଗ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କଲେକ୍ଟରେଟ୍ ପଡିଆ ଠାରୁ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ପୁନଶ୍ଚ ପର୍ଯ୍ୟନ୍ତ କଲେକ୍ଟରେଟ୍ ପଡିଆ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ, କର୍ମଚାରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଏହାକୁ ଶୁଭାରମ୍ଭ କରିଥିଲେ। ଅବକାରୀ ଅଧୀକ୍ଷକ ଶ୍ରୀମତୀ ଅନିତା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ ଙ୍କ ସହ ଅବକାରୀ ଓ ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କର୍ମକର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault