ହେଡଲାଇନସ୍:

ଉପଜିଲ୍ଲାପାଳ ଦେଖାଇଲେ ମାନବିକତା : ଆହତଙ୍କୁ ପଠାଇଲେ ଡାକ୍ତରଖାନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଓ ପାଇକମାଲ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ଆଜି ସନ୍ଧ୍ୟାରେ  ସମୟରେ ମଣ୍ଡସିଲିରୁ ପାଇକମାଲକୁ ଫେରୁଥିବା ସମୟରେ ପୁରେନା ଓ ଲାଉଡ଼ମାଲ ମଝିରେ ଏକ ସଂକୀର୍ଣ୍ଣ ପୋଲ ନିକଟରେ ଜଣେ ଯୁବକ ଦୁର୍ଘଟଣାରେ ଆହତ ହେଇ ପଡିଥିବା ଦେଖିବାକୁ ପାଇଥିଲେ । ଉପଜିଲ୍ଲାପାଳ ତୁରନ୍ତ ନିଜ ଗାଡି ଅଟକାଇ ଦୁର୍ଘଟଣା ଗ୍ରସ୍ତ ଯୁବକ ନିକଟକୁ ଯାଇ ଦୁର୍ଘଟଣା ବାବଦରେ ଜାଣିବାକୁ ଚେଷ୍ଟା କରିଥିଲେ ଓ ତୁରନ୍ତ 108 ଓ ପାଇକମାଲ ଥାନାକୁ ଫୋନ କରି ଦୁର୍ଘଟଣା ବାବଦରେ ଜଣାଇଥିଲେ । ଦୁର୍ଘଟଣା ବାବଦରେ ପୂର୍ବରୁ ଜଣେ ପଥିକ 108କୁ ଫୋନ କରି ସାରିଥିଲେ । ଉପଜିଲ୍ଲାପାଳ  108 କୁ ଫୋନ କରିବାର କିଛି ସମୟ ଭିତରେ 108 ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ପହଂଚି ଯାଇଥିଲା । ପାଇକମାଲ ତହସିଲଦାର ଓ ରାସ୍ତାରେ ଯାଉଥିବା ଲୋକଙ୍କ ସହଯୋଗରେ ଉପଜିଲ୍ଲାପାଳ ଆହତ ବ୍ୟକ୍ତିଙ୍କୁ  ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନାକୁ ପଠାଇ ଦେଇଥିଲେ । ତାଙ୍କର ଆବଶ୍ୟକ ଚିକିତ୍ସା କରିବା ସହ ପରିଚୟ ଖୋଜି ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପାଇଁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ | ସ୍ଥାନୀୟ ଲୋକମାନେ ଉପଜିଲ୍ଲାପାଳଙ୍କ ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିଛନ୍ତି |  ଆହତ ଯୁବକ ଜଣକ ଝାରବନ୍ଧ ଥାନା ଅନ୍ତର୍ଗତ କୋଣସି ଏକ ଗ୍ରାମର ବୋଲି ଜଣା ପଡିଥିଲେହେଁ ତାଙ୍କର ପରିଚୟ ମିଳିପାରିନାହିଁ

0
0
0
s2sdefault