ହେଡଲାଇନସ୍:

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି: ଲଇକେରାରେ ବିଜେଡିର ଚାଷୀ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା:ଝାରସୁଗୁଡା ଜିଲ୍ଲାର ଲଇକେରା ସ୍ଥିତ ସୁପର ମାର୍କେଟ ପରିସରରେ ଶନିବାର ବିଜୁ ଜନତା ଦଳ ପକ୍ଷରୁ ଚାଷୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବିଜେଡିର ବରିଷ୍ଠ ରାଜ୍ୟ ନେତା ସଞ୍ଜୟ ଦାସବର୍ମା, ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳୀ ଦାସଙ୍କ ସମେତ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇ ଚାଷୀମାନଙ୍କ ସମସ୍ୟା ଶୁଣିଥିଲେ।ଏହି ଅବସରରେ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଚାଷୀମାନଙ୍କ ସମସ୍ୟା ସଂଗ୍ରହ କରାଯାଉଛି। ଚାଷୀଙ୍କଠାରୁ ମିଳୁଥିବା ସମସ୍ତ ଅଭିଯୋଗ ଓ ଦାବିକୁ ଦଳର ରାଜ୍ୟ ନେତୃତ୍ୱଙ୍କ ନିକଟରେ ଉପସ୍ଥାପନ କରାଯିବ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ଏହାର ସମାଧାନ ପାଇଁ ଦାବି ଉଠାଯିବ।ପୂର୍ବତନ ବିଧାୟିକା ଦୀପାଳୀ ଦାସ କହିଥିଲେ ଯେ, ଲଇକେରା ଅଞ୍ଚଳର ଚାଷୀମାନଙ୍କ ସହ ଆଲୋଚନା ବେଳେ ସାରର ଅଭାବ, ବର୍ଦ୍ଧିତ ମୂଲ୍ୟ ଓ ନୂତନ ପଞ୍ଜୀକରଣ ବ୍ୟବସ୍ଥା ଯୋଗୁଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଣ ନିଶ୍ଚିତ କରିବାକୁ ସରକାରଙ୍କ ହସ୍ତକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, ଚାଷୀଙ୍କ ଅଧିକାର ଓ ସ୍ୱାର୍ଥ ପ୍ରତି କୌଣସି ପ୍ରକାରର ଅବହେଳାକୁ ବିଜେଡି ସହ୍ୟ କରିବ ନାହିଁ। ବିଜୁ ଜନତା ଦଳ ସବୁବେଳେ ଚାଷୀଙ୍କ ସାଥୀ ଥିଲା, ଅଛି ଓ ଆଗାମୀ ଦିନରେ ମଧ୍ୟ ରହିବ। ଚାଷୀଙ୍କ ନ୍ୟାୟସଙ୍ଗତ ଅଧିକାର ପାଇଁ ଦଳର ସଂଗ୍ରାମ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେଡିର ଯୁବ ନେତା ସଂଜିତ ମହାନ୍ତିଙ୍କ ସମେତ ଶତାଧିକ ଚାଷୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault