ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଆରସେଟି ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଉଦ୍ୟୋଗୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିଭୂ ପ୍ରସାଦ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଡିବିଆଇ ର ଶାଖା ପରିଚାଳକ ଅସୀତ କୁମାର ଜେନା , ଜିଲ୍ଲା କୃଷି ଅଧିକାରୀ ରବିନ୍ଦ୍ର କୁମାର ଆଦେକ , ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଦୁଷ୍ମନ୍ତ କୁମାର ବେହେରା , ଓଡିଶା ଜୀବିକା ମିଶନର ଡିପଏମ୍ ଟିମନ୍ ବରା , ସିସିଡି ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଏ. ଜଗନ୍ନାଥ ରାଜୁ ମଂଚାସୀନ ଥିଲେ।
ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ।ବିଶେଷ କରି ଯୁବ ଉଦ୍ୟୋଗୀ ମାନଙ୍କୁ ରୋଜଗାର ସକ୍ଷମ କରିବା ପ୍ରୟାସ ପାଇଁ ବିଭିନ୍ନ ବକ୍ତା ଆଲୋକପାତ କରିଥିଲେ। ସ୍ଥାନୀୟ ସମ୍ୱଳର ପରିଚାଳନା ତଥା ଜମି , ଜଳ , ଜଙ୍ଗଲର ସଦ୍ ବିନିଯୋଗ ଫଳରେ ବାହାରକୁ ଖଟିବାକୁ ଯୁବକଯୁବତୀ ରୋଜଗାର ସକ୍ଷମ ହୋଇପାରିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଜୟ ଜେନା , ଭାଗବତ ପାଢ଼ୀ ନିଜର ମତ ରଖିଥିଲେ।
ରାଜ୍ୟ
ଅନୁନ୍ନତ ଗଜପତି ଜିଲ୍ଲାଋେ ଯୁବ ଉଦ୍ୟୋଗୀ ମାନଙ୍କୁ ରୋଜଗାର ସକ୍ଷମ କରିବାର ଆବଶ୍ଯକତା ରହିଛି
- Hits: 19







