ହେଡଲାଇନସ୍:

ସମାଜରେ ଭିନ୍ନକ୍ଷମ ବ୍ୟକ୍ତି ସ୍ୱାଭିମାନର ସହ ବଂଚିବାର ଅଧିକାର ରହିଛି : ଭିନ୍ନକ୍ଷମ ଆୟୁକ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଆଇନ -୨୦୧୬ ଓ ନିୟମାବଳୀ ସଂପର୍କିତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

ବାରିପଦା (ଦିଲ୍ଲୀପ ମହାନ୍ତି )- ରାଜ୍ୟ ଭିନ୍ନକ୍ଷମ ଆୟୋକ୍ତ ଓଡିଶା ଏବଂ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଆନୁକୁଲ୍ୟରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ-୨୦୧୬ ଓ ଓଡିଶା ନିୟମାବଳୀ-୨୦୧୮ ଅନ୍ତର୍ଭୁକ୍ତ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟାନ୍ୱୟନ ସଂପର୍କୀତ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମୟୂରଭଞ୍ଜ ସଂଯୋଜନାରେ ଅନୁଷ୍ଠିତ  ଭକ୍ତ କର୍ମଶାଳାରେ ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୋଗର ଆୟୁକ୍ତ ସୁଲୋଚନା ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କର୍ମଶାଳାକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଆୟୁକ୍ତ ଶ୍ରୀମତୀ ଦାସ ସମସ୍ତଙ୍କୁ ସ୍ୱାଗତ ଜଣାଇ ସମାଜରେ ଭିନ୍ନକ୍ଷମବ୍ୟକ୍ତିମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇବା ଓ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନ-ଜୀବିକା ନିର୍ବାହରେ ସାମାଜିକ ସୁରକ୍ଷା ସୁନିଶ୍ଚିତ ତଥା ସଶକ୍ତିକରଣ କରାଯିବା ଆଭିମୁଖ୍ୟ ନେଇ ସରକାରଙ୍କ ଦ୍ୱାରା ପ୍ରଣୀତ ଭିନ୍ନକ୍ଷନ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ-୨୦୧୬ ଏବଂ ଓଡିଶା ନିୟମାବଳୀ ଅନ୍ତର୍ଗତ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ଉଲ୍ଲେଖ କରିଥିଲେ । ଏ ଦିଗରେ ରାଜ୍ୟ ଭିନ୍ନକ୍ଷମ ଆୟୋଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସଚେତନତା କର୍ମଶାଳା ଆୟୋଜନ କରାଯାଇ ଆସୁଅଛି । ସେ କହିଲେ ଯେ ମୟୂରଭଞ୍ଜ ଜିଲ୍ଲାରେ ୨ୟ ଥର ପାଇଁ ଏହି ସଚେତନତା କର୍ଯ୍ୟକ୍ରମ କରାଯାଉଥିବା ପ୍ରକାଶ କରିଥିଲେ । ଗଣତାନ୍ତ୍ରିକ ସାମ୍ବିଧାନିକ ବିଧି ବ୍ୟବସ୍ଥା / ନୀତି ନିୟମ ଧାରାରେ ସମସ୍ତେ ସମାନ । ସମାଜରେ ଭିନ୍ନକ୍ଷମ ବ୍ୟକ୍ତି ସ୍ୱାଭିମାନର ସହ ବଂଚିବାର ହକ ବା ଅଧିକାର ରହିଛି । ଏଥି ପାଇଁ ସାମ୍ବିଧାନିକ ନୀତି ନିୟମ ଅଧାରିତ ପ୍ରଣୀତ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଆଇନ ଓ ତତ୍ ଆଧାରିତ ନିୟାମାବଳୀର ସଠିକ କାର୍ଯ୍ୟକାରିତା ଦିଗରେ ଧ୍ୟାନ ଦେଇ ଭିନ୍ନକ୍ଷମବ୍ୟକ୍ତିଙ୍କୁ ଚିହ୍ନଟ କରାଯିବାର ଆଇନରେ ପ୍ରାଥମିକତା ଦିଆଯାଇଥିବାବେଳେ ସେମାନଙ୍କୁ ପାଇଁ ଉଦ୍ଧିଷ୍ଟ ଥିବା ଭିନ୍ନକ୍ଷମ ବର୍ଗରେ ନିଭୂଲ୍ ଓ ସଠିକ ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହ ସାମାଜିକ ସୁରକ୍ଷା ଯୋଜନାରେ ସମସ୍ତ ପ୍ରକାଶ ସହୟତା ଯୋଗାଇ ଦେବା ଦିଗରେ ତୀକ୍ଷଣ ଦୃଷ୍ଟି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ସଂପୃକ୍ତ ସରକାରୀ ବିଭାଗ ପଦାଧିକାରୀ ମାନଙ୍କୁ ଗୁରୁତ୍ୱରୋପ କରିଥିଲେ । ଏହି ଆଇନ ପ୍ରାବଧାନତା ସ୍ୱୀକୃତୀ ପ୍ରାପ୍ତ ସ୍ୱତନ୍ତ୍ର ବିଦ୍ୟାଳୟ / ଶିକ୍ଷାନୁଷ୍ଠାନ  ଶିକ୍ଷକ ଶକ୍ଷୟତ୍ରୀ, କର୍ମଚାରୀ ଏବଂ ସାମାଜିକ ସଂଗଠନ ର କର୍ମକର୍ତା ମାନଙ୍କ ସକ୍ରିୟ ସହଯୋଗରେ ୨୧ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସଂପୃକ୍ତ ସରକାରୀ ବିଭାଗ ଯୋଜନାରେ ସାହଯ୍ୟ ସହୟତା ଯୋଗଇ ଦେବାରେ ଦାୟିତ୍ୱ ରହିଛି ବୋଲି ପ୍ରକାଶ କରି ତୃଣମୂଳସ୍ତରରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାରୀ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି କର୍ମଶାଳାରେ ରାଜ୍ୟ ଭିନ୍ନକ୍ଷମ ଆୟୋଗ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରିୟରଂଜନ ଦାସ ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ଅଧିକାର ଅଧିନିୟମ ୨୦୧୬ ଏବଂ ତତ୍ ଅଧାରିତ ଓଡିଶା ନିୟମା ନିଦେ୍ର୍ଧଶାବଳୀ -୨୦୧୮ ପ୍ରଣୀତ ଆଇନରେ ପ୍ରବଧାନତା ଥିବା ୧୭ ଟି ଅଧ୍ୟାୟରେ ୧୦୨ ଟି ଧାରା ଓ ଉପଧାରାରେ ସୁନିଶ୍ଚିତ କରାଯାଇଥିବା ଅଧିକାର ତଥା ସାମାଜିକ ସୁରକ୍ଷା ଯୋଜନାର ସଠିକ କାର୍ଯ୍ୟକାରିତା ଓ ସଫଳ ରୂପାୟନର ବିିଭିନ୍ନ ଦିଗ ଉପରେ ବିସୃତ ଭାବେ ପାୱାର ପଏଣ୍ଟ ମାମଧ୍ୟମରେ ସବିଶେଷ ଆଲୋଚନା କରିଥିଲେ । ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ଏହି ଆଇନ ବଳରେ ୨୧ପ୍ରକାର ବର୍ଗରେ ସୂଚିତ ଭିନ୍ନକ୍ଷମମାନଙ୍କ ଅଧିକାରଗୁଡିକ ସାବ୍ୟସ୍ତକରାଇବା ଓ ସେମାନଙ୍କୁ ସଶକ୍ତ ଗଢି ତୋଳିବା ପାଇଁ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସଂପକ୍ତ ସରକାରୀ ବିଭାଗ ପଦାଧିକାରୀ, ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାର୍ଯ୍ୟକରୁଥିବା ସରକାରୀ ପଞ୍ଜିକୃତ ଶିକ୍ଷା ପ୍ରତିଷ୍ଠାନ / ଅନୁଷ୍ଠାନ  ଓ ସାମାଜିକ ସଂଗଠନ ଗୁଡିକର ଦାୟୀତ୍ୱ, ଭୂମିକା ଓ କାର୍ଯ୍ୟ ପରିସର ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ମହାପାତ୍ର ଏଥିରେ ଯୋଗ ଦେଇ ଭିନ୍ନକ୍ଷମ ଚିହ୍ନଟ ବ୍ୟକ୍ତି ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସ୍ୱାସ୍ଥ୍ୟ ବିଭାଗ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ୱାରା, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ଠାରୁ ଆରମ୍ଭ କରି ଡିଆର୍ସି ଓ ରାଷ୍ଟ୍ରୀୟ ବାଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଭିନ୍ନକ୍ଷମ ପିଲାଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ସୂଚାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଂଜନ ସାମନ୍ତରାଏ ଓ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଡିସିପି, ଏସ୍ଏସ୍ଏ ମୟୂରଭଞ୍ଜ,ଧୃବଚରଣ ବେହେରା ଏଥିରେ ଯୋଗଦେଇ ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ଓ ନିୟାମାବଳୀ ଅନ୍ତର୍ଗତ ବିଭିନ୍ନ ବର୍ଗର ଭିନ୍ନକ୍ଷମ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ଯୋଜନାରେ ଉଦ୍ଧିଷ୍ଟ ଥିବା ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ସଂପର୍କରେ ସୂଚାଇବା ସହ ସଂପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ପ୍ରଦାନ କରାଯାଇଥିବାବେଳେ ଜିଲ୍ଲାରେ ଶିକ୍ଷା ଗ୍ରହଣ କରୁଥିବା ୯,୯୦୧ ଭିନ୍ନପିଲାମାନଙ୍କ ଆବଶ୍ୟକୀୟ ପାଠ୍ୟ ସାମଗ୍ରୀ ଏବଂ ବିଭିନ୍ନ ସହାୟତା ଉପକରଣ ଯୋଗାଇ ଦିଆଯାଉଥିବାବେଳେ ବିଭିନ୍ନ ସମୟରେ ଏକ୍ସପୋଜର ଭିଜିଟ୍ ଆଦି କାର୍ଯ୍ୟକ୍ରମ ତ୍ୱରାନିତ କରାଯାଉଥିବା ପ୍ରକାଶ କରିଥିଲେ । ଜିଲ୍ଲାସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାରେ ଭିନ୍ନକ୍ଷମ ପିଲା/ବ୍ୟକ୍ତିମାନଙ୍କ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକ୍ରମ ରୂପାୟନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମମାନଙ୍କ ସମ୍ବନ୍ଧରେ ଉତ୍ଥାପିତ ବିଭିନ୍ନ ପ୍ରଶ୍ନ ଉତର କାର୍ଯ୍ୟକ୍ରମ ଆଲୋଚନା ହୋଇଥିଲା । 

ଅନୁଷ୍ଠିତ  ଉକ୍ତ କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକର  ସାମାଜିକ ସୁରକ୍ଷା ଅଧିକାରୀ ସଂପୃକ୍ତ ବିଭିନ୍ନ ବିଭାଗ ପଦାଧିକାରୀ, ସମଗ୍ରଶିକ୍ଷା ଅଭିଯାନ(ଆଇଇଡି) କୋଡିନେଟର ଏବଂ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟ ଲକ୍ଷ୍ମୀପୋଷି, ଆର୍ଡିଏସି ବାରିପଦା, ସାଧନା, ମନବିକାଶ, ଭାରତଜ୍ୟୋତି ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା ଏବଂ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଆର୍ ଡି ଏସି ବାରିିପଦା ସଂପାଦକ ବିଜୟ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

 

0
0
0
s2sdefault