ହେଡଲାଇନସ୍:

"ଏସଏଚଜି ସାହୁକାର ସାଜି ପଶ୍ଚିମ ଓଡିଶାରେ ଦାଦନ ସମସ୍ୟା ସୃଷ୍ଟିରେ ସହାୟକ ହେଉଛନ୍ତି "   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ବନ୍ଦ ହେବା ପ୍ରସଙ୍ଗ 

ବଦନାମ ହେବା ଭୟରେ ପଳାୟନପନ୍ଥୀ ସାଜିଲେ ରାଜ୍ୟ ସରକାର :ବିଜେପି 

ଭୁବନେଶ୍ୱର(ଶାସକ ପ୍ରଶାସକ): ବିଧାନସଭାର ଶୀତ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରିଦିଆଗଲା | ରାଜ୍ୟରେ ଅନେକ ସମସ୍ୟା ଥିବା ସତ୍ୱେ ହଠାତ୍ ବିଧାନସଭାକୁ ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟବାସୀଙ୍କୁ ଧୋକ୍କା । ଶାସକ ଦଳ ରାଜ୍ୟବାସୀଙ୍କ ସମସ୍ୟାକୁ ସାମ୍ନା କରି ନପାରି ଏଥିରୁ ଦୂରେଇ ଯିବା ଷଡଯନ୍ତ୍ରର ଏହା ଏକ ଅଙ୍ଗ ବୋଲି ରାଜ୍ୟ ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ କହିଛନ୍ତି ଯେ, ବିଧାନସଭା ଆରମ୍ଭରୁ ବିରୋଧୀ ବିଜେପି ଜନ ଜମସ୍ୟାକୁ ନିରନ୍ତର ଭାବେ ଗୃହରେ ଉଠାଇ ଆସୁଥିଲା । ଯାଜପୁର ପିଇଓ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାରେ ଅପଦସ୍ତ ହେବା ଆଶଙ୍କାରେ ବିଜେଡି କଂଗ୍ରେସ ସହ ଷଡଯନ୍ତ୍ର କରି ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଆଲୋଚନା କରାଇ ଦେଇନଥିଲା । ମହିଳଆ ଓ ନାବାଳିକା ଦୁଷ୍କର୍ମ ମାମଲା ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ସ୍ଥାନରେ ଦୋଷୀମାନଙ୍କୁ ଖସାଇ ଦିଆଯାଉଛି । ଅପରାଧୀ ମାନେ ଦଣ୍ଡ ପାଇବା ଦୂରର କଥା ସେମାନଙ୍କ ବିରୁଦ୍ଧରେ ଚାର୍ଜସିଟ ଦୋଖଲ ହୋଇପାରୁନାହିଁ । 

ରାଜ୍ୟରେ ବିଭିନ୍ନ ସ୍ଥାନରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘୋଟଲା ପ୍ରତିଦିନ ସାମ୍ନାକୁ ଆସୁଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ବିଧାନସଭା ଚାଲିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳଙ୍କାରୀ ସମ୍ବନ୍ଧରେ ଆଲୋଚନା ହୋଇଥାନ୍ତା । ରାଜ୍ୟରେ ହଜାର ହଜାର ସଂଖ୍ୟାର ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଂଚିତ । ଅପରପକ୍ଷେ ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ କଳ ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି । ସଦନ ଚାଲିଥିଲେ ପାନୀୟ ଜଳ ଅଭାବ, ଚାଷ ଓ ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପ୍ରଶାସନିକ ସ୍ତରରେ ଦୁର୍ନୀତି, ମହିଳା ସୁରକ୍ଷା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା । ଏହା ଦ୍ୱାରା ଶାସକ ଦଳ ଅଡୁଆରେ ପଡିବାର ଭୟ ଥିବାରୁ ବିଧାନସଭାକୁ ବନ୍ଦ କରାଗଲା ବୋଲି ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି । 

ଅନେକ ସ୍ୱଂୟ ସହାୟକ ଗୋଷ୍ଠୀ  ସାହୁକାର ସାଜି ପଶ୍ଚିମ ଓଡିଶାରେ ଦାଦନ ସମସ୍ୟା ସୃଷ୍ଟିରେ ସହାୟକ ହେଲେଣି । ସେହିପରି ଧାନବିକ୍ରିକୁ ନେଇ ଟୋକନ ବ୍ୟବସ୍ଥା ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ କରାଯାଇଛି । ରାଜ୍ୟରେ ପିଆଜ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଫୋନି ଅର୍ଥ ରାଜ୍ୟସରକାର ଆତ୍ମସାତ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିବା, ଶାସକଦଳ ବିଧାୟକ ପ୍ରଦୀପ  ମହାରଥୀ ୧୦୦ କୋଟି ଏବଂ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର  ସାମନ୍ତରାୟ ୩୦୦ କୋଟିରୁ ଉର୍ଧ୍ଵ  ସରକାରୀ ଜମି ହଡପ କରିବା, ଆଳୁ ମିଶନରେ କୋଟି କୋଟି ଟଙ୍କା ହଡପ ହେବା, ବୁଲବୁଲ ବାତ୍ୟା କ୍ଷତିଗସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା, ବେସରକାରୀ ମେଡିକାଲରେ ରାଜ୍ୟସରକାର ନିୟନ୍ତ୍ରଣ ନରହିବା ଆଦି ପ୍ରସଙ୍ଗ ସହ ଜିଲ୍ଲାଗୁଡିକର ସ୍ଥାନୀୟ ସମସ୍ୟା ସଂପର୍କରେ ଆଲୋଚନା ହୋଇଥାନ୍ତା । ବିଜେଡି ଭାବୁଛି ପ୍ରସଙ୍ଗ ଆଧାରରେ ନୁହେଁ ବରଂ ଭୋଟରକୁ ମ୍ୟାନେଜ କରି ନିର୍ବାଚନ ଜିତାଯାଇପାରେ । ସେଥିଲାଗି ବିଜେଡି ପ୍ରସଙ୍ଗର ସାମ୍ନା ନକରି ବଦନାମ ହେବା ଭୟରେ ଲୋକଙ୍କ ସମସ୍ୟାଠାରୁ ଦୂରେଇ ଯାଉଛି । 

ରାଜ୍ୟସରକାଙ୍କ ସଂସ୍କୃତି ମନ୍ତ୍ରୀ ଯେଉଁଭଳି ଦୁଇଜଣ ମହିଳାଙ୍କ ସହ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ଯିବା ପରେ ରାଜ୍ୟସରକାର ପର୍ଯ୍ୟଟନ ମନ୍ତ୍ରୀଙ୍କୁ କ୍ଲିନଚିଟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗାମୀ ଦିନରେ ବିଜେପି ବିଧାନସଭାରେ ନହେଲେ ବି ରାଜରାସ୍ତାରେ ଲୋକଙ୍କ ସମସ୍ୟା ଉଠାଇ ଆନ୍ଦୋଳନ  କରିବ । ଓଡିଶାବାସୀଙ୍କ ଜୀବନକୁ ପ୍ରଭାବତି କରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକୁ ନେଇ ସରକାରଙ୍କୁ ଉତର ମାଗିବ ବୋଲି ଶ୍ରୀ ସେଠୀ କହିଛନ୍ତି ।  ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟିକା କୁସୁମ ଟେଟେ ଏବଂ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।               

 

 

 

 

0
0
0
s2sdefault