ହେଡଲାଇନସ୍:

ଜିଲ୍ଲାସ୍ତରୀୟ ୨୫ ତମ ଯୁବ ଉତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ ସରୋଜ ସାହୁ :ସ୍ଥାନୀୟ ଲାୟନସ କ୍ଲବର ସମ୍ମିଳନୀ କକ୍ଷରେ ୨୫ ତମ ଜିଲ୍ଲା ସ୍ତରୀୟ ଯୁବ ଉସôବ ରାଜ୍ୟ କ୍ରୀଡା ଓ ଯୁବ ସେବା ବାଭାଗ, ଓଡିଶା ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ପାଳନ କରାଯାଇଛି । ଏହି ଯୁବ ଉତ୍ସବ ଦୁଇ ଦିନ ଅର୍ଥାତ ୨୮ ନଭେମ୍ବର ଓ ୨୯ ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯାଉଥିବା ଜଣାଯାଇଛି । ଏହି ଉତ୍ସବର ପ୍ରଥମ ଦିନରେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିବା ସହ ଏହି ଉସôବରେ ଭାଗ ନେଇଥିବା ପ୍ରତିଯୋଗୀ  ମାନଙ୍କ ପ୍ରତିଭାରେ ବିମୋହିତ ହୋଇଯାଇଥିଲେ । ଆଜିର ଏହି ଉତ୍ସବରେ ଓଡିଶୀ ନୃତ୍ୟ, ଲୋକ ନୃତ୍ୟ, ଲୋକ ଗୀତ, ଶାସ୍ତ୍ରୀୟ ନୃତ୍ୟ, ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ବାଦନ, ଶାସ୍ତ୍ରୀୟ ସଂଗୀତ, ହାରମୋନିୟମ, ଗୀଟାର ଓ ଭାଷଣ ପ୍ରତିଯୋଗିତା ଏହି ଭଳି ୯ ଗୋଟି ବିଭାଗରେ ପ୍ରତିଯୋଗି ମାନେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅନ୍ୟ ସଂଘ ମାନଙ୍କର ପ୍ରାୟ ୧୯୦ ଜଣ ଯୁବ କଳାକାର ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ  ଚୟନ କରିବା ନିମନ୍ତେ ପ୍ରଣତୀ ପାତ୍ର, କେଦାର ନାଥ ତ୍ରୀପାଠୀ, ବି. ପ୍ରମୋଦ କୁମାର, ଗୋପିନାଥ ସାହୁ, ଜୟରାମ ଜେନା, ଲକ୍ଷ୍ମୀଧର ବେହେରା, ବ୍ରଜ ସୁନ୍ଦର ନାୟକ, ଡ. ଡି. କେ. ମହାନ୍ତି ଓ ଡ. ନରେନ୍ଦ୍ର ମୀଶ୍ର ପ୍ରମୂଖ ବିଚାରକମଣ୍ଡଳୀ  ଭାବେ ରହି ଚୟନ କରିଥିଲେ । ଏହି ପ୍ରତିଯୋଗିତାରେ ଯେଉଁ କଳାକାରା ନିଜର ଶ୍ରେଷ୍ଠ  କଳା ପ୍ରଦର୍ଶନ କରି ଚୟନ ମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇଥିବେ ସେମାନେ ରାଜ୍ୟ ସ୍ତରରେ ହେବାକୁଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ । ଏହି ଯୁବ ଉତ୍ସବକୁ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ନୁରଅଲ୍ଲୀ ପରିଚାଳନା କରିଥିଲେ । 

 

 

0
0
0
s2sdefault