ହେଡଲାଇନସ୍:

ବଲାଙ୍ଗୀର : 10000 ବୋତଲରୁ ଉର୍ଧ୍ଵ କଫସିରପ ଜବତ, ୩ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ସୋନପୁର ପଟୁ ଆସୁଥିବା ଏହି କଫ ସିରପ ବୋଝେଇ ଭ୍ୟାନ ଏହିଭଳି ଭାବେ ପିଛା କରି ଶେଷରେ ପୁଇଁନ୍ତଲା ଥାନା ନିକଟରେ ପହଞ୍ଚିଥିଲା। ପୁଲିସ ବ୍ଲକିଂକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା ପିକ୍‍ ଅପ୍‍ ଭ୍ୟାନ। ସଙ୍ଗେ ସଙ୍ଗେ ପିକଅପ ଭ୍ୟାନକୁ ପୁଲିସ ଘେରି ଯାଇଥିଲା। ଗାଡିରେ ଥିବା ବଲାଙ୍ଗିର ମାଲପଡାର ପ୍ରଶାନ୍ତ କ୍ଷେତୀ, ନୟାଗଡ ଓଡଗାଁର ସୁଶୀଲ ବାରିକ, ବରପାଲିପଡାର ରାଜୁ ପ୍ରଧାନକୁ କାବୁ କରିବାରେ ସଫଳ ହୋଇଥିଲା। ଗାଡିରୁ ଦୁଇଟି ବ୍ରାଣ୍ଡର କଫସିରଫ ଜବତ ହୋଇଛି।"

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ଏକ ବଡ ଧରଣର ର କଫ ସିରପ ଚୋରାଚାଲାଣ ଧରିବା ରେ  ସଫଳ ହୋଇଛି ବଲାଙ୍ଗୀର ପୋଲିସ । ସୋନପୁର ପଟୁ ବଲାଙ୍ଗିରକୁ ଆସୁଥିବା ଏକ କଫସିରଫ ବୋଝେଇ ବୋଲେରୋ ପିକଅପ ଭ୍ୟାନକୁ ପିଛା କରି ପୁଇଁନ୍ତଲା ଥାନା ନିକଟରେ କାବୁ କରିବାକୁ ସଫଳ ହୋଇଥିଲା । ବେଆଇନ ଭାବେ ଚୋରାଚାଲାଣ ହେଉଥିବା ୧୦ହଜାରରୁ ଉର୍ଦ୍ଧ କଫ ସିରପ ବୋତଲ ଜବତ ହେବା ସହିତ ଚାଲାଣ କରୁଥିବା ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୁବାସ ଜମାଦାର ସୂଚନା ଦେଇଛନ୍ତି।

ବୁଧବାର ବିଳମ୍ବିତ ରାତିରେ ସୋନପୁର ଦେଇ ବଲାଙ୍ଗୀରକୁ ଏକ ବୋଲେରୋ ପିକଅପ ଭ୍ୟାନରେ ବହୁ ପରିମାଣର କଫ ସିରଫ ଚାଲାଣ ହେଉଥିବା ନେଇ ବଲାଙ୍ଗିର ପୁଲିସ ସୂଚନା ପାଇଥିଲା। ସଙ୍ଗେ ସଙ୍ଗେ ଏହାକୁ ଧରିବା ପାଇଁ ବଲାଙ୍ଗୀର ଏସପି ସଦର ଏସଡିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ଏକ ଟିମ କରାଯାଇଥିଲା। ଯୋଜନା ମୁତାବକ ସଦର ଥାନା ଅଧିକାରୀ ତେଫାନ ବାଗଙ୍କ ନେତୃତ୍ୱରେ ଏକ ଟିମ ବଲାଙ୍ଗିର   ଜିଲ୍ଲା ସୀମା ତରଭା ନିକଟରେ ଛକି ରହିଥିଲେ। ସକାଳ ପ୍ରାୟ ୩ଟା ସମୟରେ ଏକ କଫ ସିରପ ବୋଝେଇ ବୋଲେରୋ ପିକଅପ ଭ୍ୟାନ ନଂ (ଓଆର ୧୭ ଆର ୨୦୯୭) ସୋନପୁର ପଟୁ ବଲାଙ୍ଗିର ସୀମା ଅତିକ୍ରମ କରିବା ପରେ ସେଠାରେ ଏହି ଗାଡିକୁ ପୁଲିସ ଅଟକାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଏହା ପରେ ପୁଲିସ ଗାଡି ଭ୍ୟାନକୁ ପିଛା କରିଥିଲେ। ଆଗରେ ଆଗରେ ବେଆଇନ ଚାଲାଣ ହେଉଥିବା କଫସିରଫ ବୋଝେଇ ଭ୍ୟାନ ଆଉ ପଛରେ ପୁଲିସ। ପୂର୍ବ ଯୋଜନା ମୁତାବକ ସଦର ଏସଡିପିଓ ଶ୍ରୀ ବାରିକ, ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ, ପୁଇଁନ୍ତଲା ଥାନା ଅଧିକାରୀ ବି. ରୁଦ୍ରିଆ ବଲାଙ୍ଗିର-ସୋନପୁର ରାସ୍ତାକୁ ପୂର୍ବରୁ ବ୍ଲକ କରି ଗାଡି ଯାଞ୍ଚ କରୁଥିଲେ। ସୋନପୁର ପଟୁ ଆସୁଥିବା ଏହି କଫ ସିରପ ବୋଝେଇ ଭ୍ୟାନ ଏହିଭଳି ଭାବେ ପିଛା କରି ଶେଷରେ ପୁଇଁନ୍ତଲା ଥାନା ନିକଟରେ ପହଞ୍ଚିଥିଲା। ପୁଲିସ ବ୍ଲକିଂକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା ପିକ୍‍ ଅପ୍‍ ଭ୍ୟାନ। ସଙ୍ଗେ ସଙ୍ଗେ ପିକଅପ ଭ୍ୟାନକୁ ପୁଲିସ ଘେରି ଯାଇଥିଲା। ଗାଡିରେ ଥିବା ବଲାଙ୍ଗିର ମାଲପଡାର ପ୍ରଶାନ୍ତ କ୍ଷେତୀ, ନୟାଗଡ ଓଡଗାଁର ସୁଶୀଲ ବାରିକ, ବରପାଲିପଡାର ରାଜୁ ପ୍ରଧାନକୁ କାବୁ କରିବାରେ ସଫଳ ହୋଇଥିଲା। ଗାଡିରୁ ଦୁଇଟି ବ୍ରାଣ୍ଡର କଫସିରଫ ଜବତ ହୋଇଛି।

ସୂଚନା ଅନୁସାରେ, ଏସକଫ ବ୍ରାଣ୍ଡର ୪୮ କାର୍ଟୁନ କଫ ସିରପ ଓ ରିକୋଡଲ କଫ ସିରପ ୩୦ କାର୍ଟୁନ ଜବତ ହୋଇଛି। ସମୁଦାୟ ୧୦ହଜାର ୬୮୦ ବୋତଲ କଫ ସିରପ ଜବତ କରିବାରେ ପୁଲିସ ସଫଳ ହୋଇଛି। ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ଏହି ଚାଲାଣର ଅସଲ ମାଷ୍ଟରମାଇଣ୍ଡ ଗୋବିନ୍ଦ ନେଗୀ ଓରଫ ସାନ ବୋଲି ଜଣାପଡିଛି। କଫ ସିରପ ବୋଝେଇ ଗାଡି ଚଲାଉଥିବା ପ୍ରଶାନ୍ତ କ୍ଷେତୀ ସାନର ସହଯୋଗୀ ହୋଇଥିବା ବେଳେ ଗାଡିକୁ ପଛରେ ସାନ ନେଗୀ ନିଜେ କଟକରୁ ସୁରକ୍ଷା ଦେଇ ଆଣୁଥିବା ପୁଲିସ ସୂଚନା ଦେଇଛି। ଗାଡିଟି ଧରାପଡିବା ପରେ ସାନ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି। ନିଶାଦ୍ରବ୍ୟ ଚାଲାଣ ଅଭିଯୋଗରେ ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ପୁଇଁନ୍ତଲା ଥାନାରେ ଏନେଇ ଏକ ମାମଲା କେସ ନମ୍ବର ୨୩୨/୨୦୧୯ ରେ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଅତିରିକ୍ତ ଏସପି ଶ୍ରୀ ଜମାଦାର ସୂଚନା ଦେଇଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବୁ କଫ ସିରପକୁ ସିଲ କରିଦିଆଯାଇଥିବା ସୂଚନାରୁ ପ୍ରକାଶ।

0
0
0
s2sdefault