ହେଡଲାଇନସ୍:

ବିଜୟ ଶର୍ମାଙ୍କ ସପକ୍ଷରେ ବାହାରିଲା ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ପୋଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି  :ବିଜେପି

 ବିଧାନସଭାରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା ପ୍ରସଙ୍ଗରେ ଆଲୋଚନା କରାଇନଦେବ ଦୁର୍ଭାଗ୍ୟଜନକ

 ପୋଲିସ ଏବଂ ଗୃହ ବିଭାଗ ଉଭୟ ମହିଳାଙ୍କୁ ବଳି ପକାଇ ବିଜୁ ଜନତା ଦଳକୁ ସୁରକ୍ଷା ଦେଉଛନ୍ତି

 ବିଜେଡିର ପ୍ରଭାବଶାଳୀ ନେତାଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ କାର୍ଯ୍ୟ କରୁଛି

 ବିଜେଡିର ପ୍ରଭବଶାଳୀ ନେତା, ବିଧାୟକ, ମନ୍ତ୍ରୀ , ରାମକୋ ଅଧିକାରୀଙ୍କ ସହ ତୃତୀୟ 

      ରାଜ୍ୟରେ ବଢିଚାଲିଛି ମହିଳା ଓ ନାବାଳିକା ଦୁଷ୍କର୍ମ 

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଓଡିଶାରେ ପୋଲିସ ଏବଂ ଗୃହ ବିଭାଗ ଉଭୟ ମହିଳାଙ୍କୁ ବଳି ପକାଇ ବିଜୁ ଜନତା ଦଳକୁ ସୁରକ୍ଷା ଦେଉଛନ୍ତି । ଅନେକ ସମୟରେ ଥାନା ଅଧିକାରୀମାନେ ଏତଲା ରଖୁ ନାହାଁନ୍ତି । ସେହିପରି ଅନେକ ସ୍ଥାନରେ ବିଜେଡିର ପ୍ରଭାବଶାଳୀ ନେତାଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ କାର୍ଯ୍ୟ କରୁଛି । ସ୍ମିତାରାଣୀ ଘଟଣାରେ ତଦନ୍ତକୁ ବାଟବଣା କରିବା ପାଇଁ ପୋଲିସ ପ୍ରଶାସନ ତଥ୍ୟ ପ୍ରମାଣ ନଷ୍ଟ କରିଛି । ଏହି ଘଟଣାରେ ବିଜେଡିର ପ୍ରଭବଶାଳୀ ନେତା, ବିଧାୟକ, ମନ୍ତ୍ରୀ , ରାମକୋ ଅଧିକାରୀଙ୍କ ସହ ତୃତୀୟ ମହଳାର ଲିଙ୍କ ଥିବା ଯୋଗୁଁ ଶାସକ ଦଳ ନିର୍ଦ୍ଦେଶରେ ପୋଲିସ ତଥ୍ୟ ପ୍ରମାଣ ନଷ୍ଟ କରିଛି । ଅପରପକ୍ଷରେ ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ପୋଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସହ ଦୁଷ୍କର୍ମ ବଢିବାରେ ଲାଗିଛି । ରାଜ୍ୟରେ ଚାଲିଛି ଫାଶିବାଦୀ ସରକାର । ଚଳିତବର୍ଷ ପ୍ରଥମ ୬ ମାସ ଭିତରେ ୧୧୪୯ ମହିଳାଙ୍କ ମଧ୍ୟରୁ ୬୦୪ଟି ନାବାଳିକାଙ୍କ ସହ  ଦୁଷ୍କର୍ମ ହୋଇଛି ହୋଇଛି । ଗତକାଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଏହାକୁ ସ୍ୱୀକାର କରିଛନ୍ତି । ଗତକାଲି ଜଗତସିଂହପୁର ଜିଲ୍ଲା  ନାଉଗାଁ  ବ୍ଲକତନ୍ତୋଇ ଗାଁରେ ରହୁଥିବା ଜଣେ ଦଳୀତ ନାବାଳିକା ସହ ଦୁଷ୍କର୍ମ ହେବା ପରେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ସେହିପରି ବହୁଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡ ଭଳି ଘଟଣା ପରେ ବି  ରାଜ୍ୟସରକାର ନା  ବିଧାନସଭା ଭିତରେ ନା ବାହାରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି । ଏପରିକି ଗଣତନ୍ତ୍ରର ମନ୍ଦିର ବିଧାନସଭା ଭିତରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା ପ୍ରସଙ୍ଗରେ ଶାସକ ଦଳ କୌଣସି ଆଲୋଚନା କରାଇନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟସରକାର ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି ବୋଲି ଡ. ସାମନ୍ତସିଂହାର କହିଛନ୍ତି । 

 ଗୃହ ବିଭାଗର ମୁଖିଆ ମୁଖ୍ୟମନ୍ତ୍ରୀ ଯାହାଙ୍କର ମୌଳିକ ଦାୟୀତ୍ୱ ମହିଳାଙ୍କୁ ସୁରକ୍ଷା ଦେବା ସେ ଓଲଟା ବିଧାନସଭାରେ କହୁଛନ୍ତି କି ମହିଳା ଦୁଷ୍କର୍ମ ଉପରେ ବିରୋଧୀ ରାଜନୀତିକରଣ ବନ୍ଦ କରନ୍ତୁ । ଯିଏ ମହିଳାମାନଙ୍କ ସମ୍ମାନ, ସୁରକ୍ଷା ଏବଂ ପ୍ରତିଷ୍ଠା ପାଇଁ ଲଢୁଛନ୍ତିି ସେ ରାଜନୀତି କରୁଛନ୍ତି ନା ଯେଉଁମାନେ କ୍ରମାଗତ ଭାବେ ବଢୁଥିବା ମହିଳା ଦୁଷ୍କର୍ମକୁ ଅଣଦେଖା କରି ଦୁବୃତଙ୍କୁ ସୁରକ୍ଷା ଦେଉଛନ୍ତି ସେମାନେ ରାଜନୀତି କରୁଛନ୍ତି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । 

ଯିଏ ବିଜେଡିର କ୍ଷମତାର ବାଟରେ ଆସିବ ତାଙ୍କୁ ରାସ୍ତରୁ ହଟେଇବା ପାଇଁ ସବୁ ପ୍ରକାର ଅପଉଦ୍ୟମ ରାଜ୍ୟ ସରକାର କରୁଛନ୍ତି । ଏଥି ପାଇଁ ଯେତେ ମହିଳା ନାବାଳିକା ବଳି ପଡନ୍ତୁ ପଛେ କିନ୍ତୁ ସରକାରଙ୍କ ନିର୍ମଳ ଭାବମୂତି ବଜାୟ ରଖିବା ପାଇଁ  ବିଜେଡିର ବଡପଣ୍ଡାମାନେ ଉଦ୍ୟମ ଚଲାଇଛନ୍ତିି । ଦିନକୁ ୭ ଜଣ ନାବାଳିକା ଦୁଷ୍କର୍ମରେ ଶିକାର ହେଉଥିବାବେଳେ ବିଜେଡିର ମୁଖପାତ୍ରମାନେ ‘ସବୁ ଠିକି ଚାଲିଛି , ସରକାର ତାଙ୍କ କାମ କରୁଛନ୍ତି, ପୋଲିସ ନିଷ୍କ୍ରିୟ ନାହିଁ ’ କହି ବାଃ ବାଃ ମାରୁଛନ୍ତି । ସରକାର ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଅନକେ ଫାଷ୍ଟ ଟ୍ରାକ କୋର୍ଟ ବସାଇଛନ୍ତି କିନ୍ତୁ ଅପରପକ୍ଷେ ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନଙ୍କୁ ଶାସକ ଦଳର ନେତା ସୁରକ୍ଷା ଦେଇଚାଲିଛନ୍ତି । ଅନେକ ସ୍ଥାନରେ ଶାସକ ଦଳ ଚାପ ପକାଇ ଦୁଷ୍କର୍ମ ପୀଡିତାଙ୍କୁ ଭୟ ଦେଖାଇ , ଧମକ ଦେଇ ଏତଲା ଫେରାଇ ଆଣିବାକୁ ବାଧ୍ୟ କରୁଛନ୍ତି । ଅନେକ ଘଟଣାରେ ଦୁଷ୍କର୍ମ ପୀଡିତା ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି । ଏପରି ଆଉ କେତେଦିନ ଚାଲିବ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର କଠୋର ଆଇନ ଆଣିବାରେ କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

 

0
0
0
s2sdefault