ଘଟଗାଁ ତହସିଲରେ ଘୋଟାଲା , ନିଲମ୍ବିତ ହେଲେ ତିନି କର୍ମଚାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦୁଝର,ତା୧୧/୩- କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଜିଲ୍ଳାପାଳ ବିଶାଳ ସିଂ ନିଲମ୍ବିତ କରିଛନ୍ତି।ସେମାନେ ହେଲେ ରାଜସ୍ଵ ନିରୀକ୍ଷକ ଲସିବ ସିଂ ଲାଗୁରି, ଅମିନ ଲୋଚନ କୁମାର ସାମଲ ଓ ମୁଖ୍ୟ କିରାଣୀ ଜ୍ୟୋତିର୍ମୟ ସାହୁ। ତେବେ ଏମାନେ ସମସ୍ତେ ନୀତିନିୟମ ବାହାରେ କାର୍ଯ୍ୟ କରୁଥିଲେ। ଲୋକମାନେ ସେମାନଙ୍କର କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ଥିଲେ। ତହସିଲଦାର ଚାରୁଲତା ସିଂହ ସବୁକିଛି ଜାଣିବି ଚୁପ୍ ଥିଲେ ଓ ସୁଯୋଗ ଖୋଜୁଥିଲେ। କିଛିଦିନ ତଳେ ରାଜସ୍ୱମନ୍ତ୍ରୀ ଘଟଗାଁ ମା' ତାରିଣୀ ଦର୍ଶନରେ ଆସିଥିବା ବେଳେ ଲୋକମାନେ ଏ ସଂକ୍ରାନ୍ତରେ କହିଥିଲେ। ତେଣୁ ମନ୍ତ୍ରୀ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଶେଷରେ ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ସେମାନେ ମଦ୍ୟପାନ କରି କାର୍ଯ୍ୟାଳୟକୁ ଆସିବା,ଠିକ୍ ସମୟରେ ନ ଆସିବା , ବିଶୃଙ୍ଖଳିତ ଆଚରଣ ସୃଷ୍ଟି କରିବାରେ ସମସ୍ତେ ଅତିଷ୍ଠ ହେଉଥିଲେ। ଏ ସଂକ୍ରାନ୍ତରେ ଥାନା ପର୍ଯ୍ୟନ୍ତ ବି କଥା ଯାଇଥିଲା। ଶେଷରେ ତିନିଜଣଙ୍କୁ ନିଲମ୍ବିତ କରାଯାଇଛି।

0
0
0
s2sdefault