ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ବିରୋଧରେ ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ/ ତାରିଖ-୧୧/୩/୨୬: ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ରେଞ୍ଜର କର୍ମଚାରୀମାନେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ନିକଟରେ ଏକ ସ୍ୱତନ୍ତ୍ର ଅପରେସନ କରି ବିପୁଳ ପରିମାଣର 'ଇଣ୍ଡିଆନ୍ ଫ୍ଲାପ୍ ସେଲ୍' କଇଁଛ ଜବତ କରିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ କରାଯାଇଥିବା ଏହି ଅତର୍କିତ ଚଢ଼ାଉରେ ପ୍ରାୟ ୨.୨ ଟନ୍ ଓଜନର ୬୩୧ଟି କଇଁଛ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା କୋରକୁଲ୍ଲା ଗ୍ରାମର ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ ଏହି କଇଁଛଗୁଡ଼ିକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଓଡ଼ିଶା ସୀମାକୁ ପରିବହନ କରୁଥିଲେ। ଓଡ଼ିଶାର ପାଞ୍ଚ ଜଣ ବ୍ୟକ୍ତିଙ୍କ ସହ ଏହି କାରବାର ହେବାର ଥିବା ବେଳେ ବନ ବିଭାଗ ଟିମ୍ ସେଠାରେ ପହଞ୍ଚି ଚୋରା ଚାଲାଣରେ ସମ୍ପୃକ୍ତ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଏହି ଅପରେସନ ସମୟରେ ବନ ବିଭାଗ ପକ୍ଷରୁ କଇଁଛଗୁଡ଼ିକ ସମେତ ସେଗୁଡ଼ିକୁ ବୋହି ନେବା ପାଇଁ ବ୍ୟବହୃତ ହେଉଥିବା ୩୮ଟି ପ୍ଲାଷ୍ଟିକ୍ ଟ୍ରେ, ୪୦ଟି ଗୁଣି ବ୍ୟାଗ୍, ୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏହା ସହିତ ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଏକ ମହିନ୍ଦ୍ରା ବୋଲେରୋ ପିକଅପ୍ ଭ୍ୟାନ୍ ଏବଂ ଦୁଇଟି ମୋଟର ସାଇକେଲ୍ (ବଜାଜ୍ ଡିସକଭର ଓ ହୋଣ୍ଡା ଡ୍ରିମ୍ ନିଓ) ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ଓ ଜବତ ସାମଗ୍ରୀକୁ ମୋଟୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇ ଏକ ବନ୍ୟପ୍ରାଣୀ ଅପରାଧ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।

0
0
0
s2sdefault