ଆଖପାଖ ଗାଁରୁ ୨୦୦ ରୁ ଉର୍ଦ୍ଧ୍ୱ ମହିଳା ଏବଂ 200 ଉର୍ଦ୍ଧ୍ବ ଚାଷୀଙ୍କ ଅଂଶଗ୍ରହଣ

ବାଲିଆପାଳ, ଓଡ଼ିଶା, ମାର୍ଚ୍ଚ ୧୧, ୨୦୨୬ - ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅଧିନରେ ଥିବା ଦେଉଳ ଗାଁର ମିନି ଷ୍ଟାଡିୟମରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଅରୁଣିମା, ୨୦୨୬କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ସୁବର୍ଣ୍ଣ ରେଖା ପୋର୍ଟ ସହ ମିଳିତିଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୨, ୨୦୨୬ ରେ ଶେଷ ହେବ। ଅରୁଣିମାର ପ୍ରଥମ ଦିନରେ ଆଖପାଖ ଗାଁର ଚାଷୀ, ମହିଳା, ଯୁବକଯୁବତୀ ତଥା ଆଞ୍ଚଳିକ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଏହା ସହ ବିଭିନ୍ନ ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି, ସ୍ଥାନୀୟ ଲୋକମାନଙ୍କୁ ଜଳବାୟୁ ପରିବର୍ତ୍ତନର ନକରାତ୍ମକ ପ୍ରଭାବ ସମ୍ପର୍କରେ ବୁଝାଇଥିଲେ ଏବଂ ଏହାର ମୁକାବିଲା ପାଇଁ କିପରି ଭାବେ ଅନୁକୁଳ ଜୀନଶୈଳୀକୁ ଆପଣାଇ ହେବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ବାନାର୍ଜୀ, ଡେପୁଟି ସିଇଓ, ଓଆରଏମଏଏସ, ବାଲେଶ୍ୱର; ରଞ୍ଜିତା ପାତ୍ର, ବ୍ଲକ କୃଷି ଅଧିକାରୀ, ବାଲିଆପାଳ; ରଶ୍ମି ରେଖା ବିନ୍ଦାନୀ, ମହାପ୍ରବନ୍ଧକ, ବାଲେଶ୍ୱର-ଭଦ୍ରକ ଦୁଗ୍ଧ ସଂଘ, ଲଲାତେନ୍ଦୁ ଦାସ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ବସ୍ତା, ଅଦ୍ୱୈତ ପାତ୍ର, ଅବସରପ୍ରାପ୍ତ ପ୍ରଫେସର, ଓୟୁଏଟି, ଭୁବନେଶ୍ୱର; ସୁଭାଷ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ତଥା ପ୍ରଫେସର, ଫଳ ବିଜ୍ଞାନ ଏବଂ ଉଦ୍ୟାନ କୃଷି ପ୍ରଯୁକ୍ତିବିଦ୍ୟା ବିଭାଗ, ଓୟୁଏଟି; ଶୈଳେଶ ବର୍ମା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏସପିପପିଏଲ, ରାଇମତ୍ ଟୁଡୁ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, ଏସ୍ ପିପିଏଲ୍; ପ୍ରମୋଦ ପାତ୍ର, ହେଡ, ଟାଟା ଷ୍ଟିଲ ଫାଉଣ୍ଡେସନ ପ୍ରମୁଖ ଉପସ୍ଥିତ ରହିଥିଲେ।
ଚଳିତ ବର୍ଷର ଅରୁଣିମା କାର୍ଯ୍ୟକ୍ରମରେ ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଥମଟି ହେଉଛି, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିଜ୍ଞାନ କେନ୍ଦ୍ରିତ କୃଷି ପଦ୍ଧତିର ଉପଯୋଗ, ଏବଂ ଦ୍ୱିତୀୟଟି ହେଉଛି ଦୀର୍ଘସ୍ଥାୟୀ ଜୀବିକା ଉଦ୍ୟୋଗ ଦ୍ୱାରା ମହିଳାମାନଙ୍କ ସଶକ୍ତିକରଣ। ଅରୁଣିମାର ପ୍ରଥମ ଦିନରେ ଯୋଗ ଦେଇଥିବା ବାଲିାପାଳ ଓ ବସ୍ତା ଦୁଇଟି ବ୍ଲକର ୨୦୦ ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଓୟୁଏଟିର ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀମାନେ ଅଭିନବ କୃଷି ପଦ୍ଧତି, ସରକାରୀ ଯୋଜନା ଏବଂ ଦୀର୍ଘସ୍ଥାୟୀ ଚାଷ ପ୍ରଣାଳୀ ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହ ବିବିଧ ଏବଂ ସମନ୍ୱିତ କୃଷି ପ୍ରଣାଳି ମାଧ୍ୟମରେ ଧାନ, ବାଜରା, ଡାଲି ତଥା ମତ୍ସ୍ୟ ଏବଂ ଦୁଗ୍ଧ ଚାଷ କରି ଚାଷୀମାନେ କିପରି ଭାବେ ସେମାନଙ୍କ ଆୟକୁ ବୃଦ୍ଧି କରିପାରିବେ ସେସମ୍ପର୍କରେ ବିଶେଷଜ୍ଞମାନେ ବୁଝାଇଥିଲେ। ଏହି ଅଧିବେଶନରେ ଏସଆରଆଇ (ସିଷ୍ଟମ ଅଫ ରାଇସ୍ ଇଣ୍ଟେନସିଫିକେସନ୍), ପନିପରିବା ଚାଷ, ଦୁଗ୍ଧଚାଷ ଏବଂ ମତ୍ସ୍ୟଚାଷ କରୁଥିବା ବିଭିନ୍ନ ଚାଷୀମାନେ ଯୋଗ ଦେଇଥିଲେ। ନିଜ ଅଞ୍ଚଳର ମାଟିର ଗୁଣବତ୍ତା ସମ୍ପର୍କରେ ଜାଣିବା ପାଇଁ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା , ଓରମାସ୍, ବାଲେଶ୍ୱରର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ, ଅରୁଣିମା ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ର ମୁକାବିଲା ପାଇଁ ଅନୁକୁଳ ଜୀବନଶୈଳୀ ଉପରେ ଆଲୋଚନା କରିବାକୁ ଚାଷୀ, ମହିଳା ଉଦ୍ୟୋଗୀ, ବିଶେଷଜ୍ଞ ଏବଂ ସ୍ଥାନୀୟ ସଂଗଠନମାନଙ୍କୁ ଏକତ୍ରିତ ହେବା ବେଶ ଉତ୍ସାହର ବିଷୟ। ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ମୋ ପାଇଁ ଏକ ଭଲ ଅନୁଭୂତି ଦେଇଛି।
ସେହିପରି, ପ୍ରମୋଦ କୁମାର ପାତ୍ର, ହେଡ୍, ଟାଟା ଷ୍ଟିଲ୍ ଫାଉଣ୍ଡେସନ, ବାଲେଶ୍ୱରର ୟୁନିଟ୍ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖି କହିଛନ୍ତି, "ଅରୁଣିମା ଏକ ଉତ୍ତମ ମଞ୍ଚ ଭାବରେ କାର୍ଯ୍ୟ କରିଆସିଛି ଯେଉଁଠାରେ ସ୍ଥାନୀୟ ଲୋକ, ବିଶେଷଜ୍ଞ ଏବଂ ସଂଗଠନଗୁଡ଼ିକ ନିଜ ଅଭିଜ୍ଞତା ବାଣ୍ଟିବା ସହ ଜଳବାୟୁ ସହନଶୀଳ ଜୀବିକା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକତ୍ରିତ ହୋଇଛନ୍ତି। କୃଷକ ଏବଂ ମହିଳାମାନଙ୍କୁ ଆର୍ଥିକ ସ୍ତରରେ ଉନ୍ନତ କରିବା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ପାଇଁ ଏହିପରି ସାମୂହିକ ପ୍ରୟାସ ଜରୁରୀ ।
ଅରୁଣିମା ଜଳବାୟୁ-ସହନଶୀଳ ଜୀବିକାରେ ମହିଳାଙ୍କ ଅଂଶଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୨୦୦ ମହିଳା ଉଦ୍ୟୋଗୀ ଏକ କର୍ମଶାଳାରେ ଯୋଗ ଦେଇଥିଲେ । ବିଭିନ୍ନ ଉଦ୍ୟୋଗୀ ଏବଂ ସରକାରୀ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ଦୀର୍ଘସ୍ଥାୟୀ ଉଦ୍ୟୋଗ ଏବଂ ନୂତନ ଜୀବିକା ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା ଯାହା ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ସହିତ ଘରୋଇ ଆୟ ବୃଦ୍ଧି କରିପାରିବ । ମହିଳା ସଶକ୍ତିକରଣ ପଦକ୍ଷେପର ଏକ ଅଂଶ ଭାବରେ ଛତୁ ଚାଷ, ସବାଇ ଘାସ ହସ୍ତଶିଳ୍ପ, ଆପ୍ଲିକ୍ କାର୍ଯ୍ୟ ଏବଂ ଝୋଟ ହସ୍ତଶିଳ୍ପରେ ସଫଳତା ପାଇଁ ଛଅ ଜଣ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା।








