ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସକାଳ ୯:୦୦ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉସ୍ତିଆ ଗ୍ରାମର ଭଗବାନ ଜେନା (୫୨) ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ I ପୋଖରୀ ପାହାଚରେ ଶିଉଳି ପଡିଥିବାରୁ ଶିଉଳିରେ ଭଗବାନଙ୍କ ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ପଡ଼ି ଯାଇଥିଲେ I ସେ ପାଣିରେ ବୁଡିଯାଉଥିବା ସମୟରେ କିଛି ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଗବାନଙ୍କର ମୃତ୍ୟୁ ଘଟିଥିଲା I ଏନେଇ ଭଗବାନଙ୍କ ପୁଅ ଗଣେଶ ଜେନା ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ଭଞ୍ଜନଗର ମେଡିକାଲ୍ ରେ ପହଞ୍ଚି ମୃତ ଭଗବାନଙ୍କ ଶବକୁ ଜବତ କରି ୦୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ I ଶବ ବ୍ୟବଚ୍ଛେଦ ପରେ ଭଗବାନଙ୍କ ଶବକୁ ତାର ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଥାନା ଏଏସ୍ଆଇ anଅନୁ ମଲ୍ଲିକ ଏହି ଘଟଣାର ତଦନ୍ତ କରୁ୍ଥିବା ଜଣା ପଡିଛି I ଭଗବାନ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି I
ରାଜ୍ୟ
ପୋଖରୀରେ ବୁଡ଼ି ଯାଇ ଜଣେ ମୃତ
- Hits: 5








