ହେଡଲାଇନସ୍:

କିଶୋର ସାହୁ ହତ୍ୟା ଘଟଣା, ସନ୍ଦେହରେ ପୋଲିସର ପ୍ରତିବଦ୍ଧତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୭ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

ନ୍ୟାୟ ଅପେକ୍ଷାରେ ପରିବାର ଲୋକେ 

ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ସଦର ଗ୍ରାମର   କିଶୋର କୁମାର ସାହୁ(୨୫) ନାମକ ଜଣେ ଯୁବକଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ପୁଲିସ ଗୁରୁତ୍ୱର ସହିତ ନେଇ ଘଟଣା ଦିନ ଭବାନୀପଟଣାରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚô ଅନୁସନ୍ଧାନୀ କୁକୁର ସାହାର୍ଯ୍ୟରେ ଛାନଭିନ ଆରମ୍ଭ କରିଥିଲା । ଏବେ ଘଟଣାକୁ ୭ ମାସ ବିତି ଯାଇଥିଲେ ବି ପୁଲିସ ଅଭିଯୁକ୍ତର ଟେର ପାଉନଥିବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏବେ ନ୍ୟାୟ ଅପେକ୍ଷାରେ ପରିବାର ଲୋକ ଅପେକ୍ଷା କରି ବସିଛନ୍ତି । 

          ଗତ ଏପ୍ରିଲ ୧୭ ତାରିଖ ରାତିରେ ଧରମବନ୍ଧା ଗାଁର ଯମୁନା ପ୍ରସାଦ ସାହୁଙ୍କ ପୁଅ କିଶୋରଙ୍କୁ ଗୋଷ୍ଠୀ ବଦ୍ଧ ଭାବେ ପଛପଟୁ ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲେ । ପ୍ରେମ ଜନିତ କାରଣରୁ ତାଙ୍କୁ ଗୋଷ୍ଠୀବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନେ୍ଦହ କରିଥିଲା । ମୃତକ କିଶୋରଙ୍କ ମୋବାଇଲ ଫୋନକୁ ପୁଲିସ ଜବତ କରି କଲ୍ ଡିଟେଲ୍ସକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ତେବେ କଲ୍ ଡିଟେଲସରେ କିଛି ଯୁବତୀଙ୍କ ସମ୍ପୃକ୍ତି ରହିଥିବା ଜଣା ପଡିଥିଲା । ଯୁବତୀ ମାନଙ୍କୁ ନେଇ ପୁଲିସ ସଠିକ ତଦନ୍ତ କରୁନଥିବାରୁ ତଦନ୍ତ ପ୍ରକ୍ରିୟା ଆଗେଇ ପାରିନଥିଲା । ଏବେ ଘଟଣାକୁ ୭ ମାସ ବିତି ଯାଇଥିଲେ ମଧ୍ୟ ଧରମବନ୍ଧା ଥାନା ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିନାହିଁ । ଏଭଳି ସ୍ଥିତିରେ ପୁଲିସର କାର୍ର୍ଯ୍ୟ ଦକ୍ଷତା ଉପରେ ଅଞ୍ଚଳବାସୀ ନାନାଦି ପ୍ରଶ୍ନ ଉଠାଉଛନ୍ତି । ଏବେ ଗୋଟିଏ ପଟେ ହତ୍ୟାକାରୀ ମାନେ ଖୁଲମ ଖୁଲା ବୁଲୁଥିବା ବେଳେ ଅନ୍ୟପଟେ ମୃତକ କିଶୋରଙ୍କ ବାପା ମା’ ନ୍ୟାୟକୁ ଅପେକ୍ଷା କରି ଆଖିରୁ ଲୁହ ଶୁଖୁ ନାହିଁ । ଏବେ ଘଟଣାର ୭ ମାସ ପରେ ବି ପୁଲିସର ହାତ ଖାଲି ରହିଥିବାରୁ ତଦନ୍ତ ଶୈଳୀକୁ ନେଇ ଲୋକେ ଅନେକ ପ୍ରଶ୍ନ ଉଠାଇଛନ୍ତି । ପୁଲିସ ସଠିକ ତଦନ୍ତ ନ କରି ଅନ୍ଧାରରେ ବାଡ଼ି ବୁଳାଇବା ଭଳି ତଦନ୍ତ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । 

         ସୂଚନା ଥାଉକି, କିଶୋର ନୂଆପଡ଼ା ସ୍ଥିତ ଏକ ସଂସ୍ଥାରେ ଏକାଉଣ୍ଟେଣ୍ଟ ଭାବେ ନିୟୋଜିତ ହୋଇଥିଲେ । ଗତ ୧୭ ତାରିଖ ଅପରାହ୍ନରେ ତାଙ୍କ ସମ୍ପକୀୟ ପିଉସୀ ଲିକେଶ୍ୱରୀଙ୍କ ବାହା ଘରରେ ଯୋଗ ପାଇଁ ଛୁଟି ନେଇ ଘରକୁ ଯାଇଥିଲେ । ରାତିରେ ବାହା ଘର ଭୋଜିରେ ସାମିଲ ହୋଇ ଲୋକଙ୍କୁ ଖାଇବା ପିଇବା ଦେବାରେ ସହଯୋଗ କରିଥିଲେ । ପ୍ରତିଦିନ ଭଳି ରାତି ପ୍ରାୟ ୧୦ ଟାରେ ଘର ନିକଟ ସରସ୍ୱତୀ ଶିଶୁ ମନ୍ଦିର ପରିସର ନିଛାଟିଆ ସ୍ଥାନକୁ ଯାଇ ଫୋନରେ କଥା ହେଉଥିବା ସମୟରେ କିଛି ଦୁବୁର୍ତ୍ତ କିଶୋରଙ୍କୁ ଯୋଜନାବଦ୍ଧ ଭାବେ ପଛ ପଟୁ ଧରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । କିଶୋରଙ୍କ ଗଳା କାଟି ଶିଶୁ ମନ୍ଦିର କୋଠରୀ ପଛ ପଟେ ଲଟାବୁଦା ଭିତରେ ଏକ ପଥର ଚଟାଣ ଉପରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ମୋବାଇଲ ଫୋନକୁ ହତ୍ୟାକାରୀ ମାନେ ଶିଶୁ ମନ୍ଦିର ପାଚେରି ପଛ ପଟେ ଲଟାବୁଦା ଭିତରେ ଫିଙ୍ଗି ଦେଇଥିଲେ । ଘଟଣା ସ୍ଥଳରେ ଏସ୍ଡିପିଓ ପ୍ରଶାନ୍ତ ପଟ୍ଟନାୟକ ଓ ଅପରାହ୍ନରେ ଭବାନିପଟଣାରୁ ସାଇଣ୍ଟିଫିକ ଟିମ ପହଂଚି  ଅନୁସନ୍ଧାନୀ କୁକୁର ସାହାର୍ଯ୍ୟରେ ଛାନଭିନ ଆରମ୍ଭ କରିଥିଲେ । ତାରି ସତ୍ତେ୍ୱ ବି ଘଟଣାକୁ ୭ ମାସ ବିତି ଯାଇଥିଲେ ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗୀରଫ କରି ପାରିନାହିଁ ।  ମୃତକଙ୍କ ପରିବାର ଏସପି ବିନିତ ଅଗ୍ରୱାଲଙ୍କୁ ଭେଟି ହତ୍ୟାକାରୀଙ୍କୁ ଗିରଫ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଗୁହାରୀ କରିଥିଲେ । ସେଠାରେ ଧରମବନ୍ଧା ଆଇଆଇସି ଦିଲିପ ଲାକ୍ରାଙ୍କୁ ଡାକି ଘଟଣାର ବିଭିନ୍ନ ଦିଗରେ ତଦନ୍ତ କରିବାକୁ ପରାମର୍ଶ ଦେଇଥିବା ପରିବାର ଲୋକେ କହିଛନ୍ତି । ଏବେ ପୁଅର ହତ୍ୟାକାରୀକୁ ପୋଲିସ ତଦନ୍ତ କରି ତାଙ୍କୁ ନ୍ୟାୟ ଦେବ ସେହି ଆଶା ଭରସାରେ ମା ଆଖିୁ ଲୁହ ଥମୁନାହିଁ । ତେବେ ପୁଲିସର ତଦନ୍ତକୁ ତ୍ୱରାନ୍ୱିତ କରି ତୁରନ୍ତ ହତ୍ୟାକାରୀ ମାନଙ୍କୁ ଗିରଫ କରି ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି । ନଚେତ ଆଗାମୀ  ଦିନରେ ଗ୍ରାମବାସୀଙ୍କୁ ନେଇ ଆନ୍ଦୋଳନ କୁ ଓହ୍ଲାଇବାକୁ ପୁଲିସ ପ୍ରଶାସନକୁ ଧରମବନ୍ଧା ସରପଞ୍ଚ ପ୍ରକାଶ କଲାର ସମେତ ପରିବାର ଲୋକେ ଚେତାବନୀ ଦେଇଛନ୍ତି । 

 

0
0
0
s2sdefault