ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରର ଉପକଣ୍ଠରେ ଅବସ୍ଥିତ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲଜିରେ ନଭେମ୍ବର ୨୫ ତାରିଖ ଦିନ ଜିଲ୍ଲା ପୋଲିସ ପ୍ରଶାସନ ଏବଂ ଡିଭାଇନର ମିଳିତ ଉଦ୍ୟମରେ ଏକ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଟ୍ରାଫିକ୍ ନିୟମ ରେ ଆସିଥିବା ପରିବର୍ତ୍ତନ, ସାମାଜିକ ଜ୍ଞାନ ତଥା ରାସ୍ତାର ନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ନିୟମ ନ ମାନିଲେ କିପରି ଦଣ୍ଡ ବିଧାନ ରହିଛି ଏବଂ ପରିବାର ଓ ସମାଜର ଯେଉଁ ସବୁ ପ୍ରଭୂତ କ୍ଷତି ହୋଇଥାଏ ସେ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରଯାଇଥିଲା । ଅନୁଷ୍ଠାନର ଚେୟାରମ୍ୟାନ ତଥା ମ୍ୟାନେଜିଂ ଟ୍ରଷ୍ଟି ପୂର୍ଣ୍ଣ ଚନ୍ଦ୍ର ବୁଗୁଡେଇ ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କେ. କେ. ହରିପ୍ରସାଦ, ଡି ଏସ ପି ଆଦିତ୍ୟ ସେନ୍, ଏ ଆର ଟି ଓ ମନୋଜ ଟପ୍ପୋ, ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାଏକ, ପ୍ରମୁଖ ଉଦ୍ବୋଧନ ଦେବା ସହ ସାମାଜିକ ସନ୍ତୁଳନରେ ଛାତ୍ର-ଛାତ୍ରୀ ମାନଙ୍କ ଉଚିତ ପଦ କ୍ଷେପ ଓ ଉଚିତ ଚିନ୍ତା ଧାରା ଦ୍ଵାରା ସମ୍ଭବ ଏବଂ ଆଗାମୀ ପିଢୀ ପାଇଁ ସେମାନେ ହିଁ ଆୟୁଧ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମର ପରେ ପରେ ଡିଭାଇନ୍ ର ଛାତ୍ର-ଛାତ୍ରୀ ଓ ମୟୂରଭଞ୍ଜ ପୋଲିସ ର ମିଳିତ ଉଦ୍ୟମରେ ବାରିପଦା-ଉଦଳା ରାସ୍ତାରେ ଯାଉଥିବା ବିଭିନ୍ନ ଆରୋହୀଙ୍କୁ ଗୋଲାପ ଫୁଲ ଓ ଚକଲେଟ୍ ଦେଇ ସଚେତନ କରଯାଇଥିଲା । ଜିଲ୍ଲା ପୋଲିସ ଏବଂ ଡିଭାଇନ୍ ର ମିଳିତ ଉଦ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମର ମାନସ ମନ୍ଥନ କରଯାଇଥିଲା ଏବଂ ନିଷ୍ପତ୍ତି ନିଆଗଲାଯେ ପ୍ରତ୍ୟହ ଡିଭାଇନ୍ କୁ ଆସୁଥିବା ଛାତ୍ର-ଛାତ୍ରୀ ମାନେ ଏସବୁ ନିୟମକୁ ଯେମିତି କଡା କଡି ପାଳନ କରନ୍ତି । କାର୍ଯ୍ୟକ୍ରମ ର ଉପାନ୍ତରେ ଦିବଙ୍ଗତ ପୋଲିସ ସବ ଇନିସପେକ୍ଟର ଦୟାନିଧି ଦାସଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ନୀରବ ପ୍ରାର୍ଥନା କରଯାଇଥିଲା । ଡିଭାଇନ୍ ର ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ଙ୍କ ତତ୍ଵାବଧାନରେ ସଂପାଦିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ୍ ପ୍ରଶାସନର ଅନେକ ଅଧିକାରୀ, ଡିଭାଇନ୍ ର ଅଧ୍ୟାପକ-ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ଛାତ୍ର-ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ନିର୍ଦ୍ଦେଶକ ଇଂ ବିପ୍ଲବ ଭଞ୍ଜନ ବୁଗୁଡେଇ ଧନ୍ୟବାଦ ଜ୍ଞାପନ କରିଥିଲେ ।