ହେଡଲାଇନସ୍:

ପ୍ରଥମ କାଳିଆ ଦା  ମେମୋରିଆଲ ଦ୍ଵି- ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: କେନ୍ଦୋଇ ଜୁରି ଚମ୍ପିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): କୁଚିଣ୍ଡା ବ୍ଲକ ଲାଡ଼ ହେମ ପଡ଼ିଆ ଠାରେ ଜୟହିନ୍ଦ୍ କ୍ଲବ ପକ୍ଷରୁ ପ୍ରଥମ କାଳିଆ ଦା  ଦ୍ଵି- ଦିବସୀୟ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାରୟଣ ନାଏକ,ସମ୍ମାନିତ ଅତିଥି ଭାବେ ବାକ୍ସମା ସରପଞ୍ଚ ରତ୍ନୁ କିସାନ,କୁଚିଣ୍ଡା ବ୍ଲକ ଭାଇସ୍ ଚେୟାରମେନ ପୂର୍ଣ୍ଣଚନ୍ଦ୍ର କିସାନ, ସନ୍ତୋଷ ନାଏକ,ପ୍ରତାପ ହଂସ,ଫକିର ଲୁହା ଯୋଗ ଦେଇଥିଲେ l ସଭା ପରିଚାଳନା ସହ ସ୍ଵାଗତ ଭାଷଣ ଦେଇଥିଲେ ପପୁ ଓ ସୁଜିତ୍ ବୁଡ଼ା l ଏହି ଖେଳ ୨୬ ଟି ଦଳକୁ ନେଇ ଖେଳାଯାଇଥିଲା l ଫାଇନାଲ ଖେଳ କେନ୍ଦୋଇ ଜୁରି ଓ ତଳସରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ତଳସରା କୁ ୪-୨ ଗୋଲରେ ହରାଇ କେନ୍ଦୋଇ ଜୁରି ଚମ୍ପିୟାନ ହୋଇଛି l ଚମ୍ପିୟାନ ଫୁଟବଲ ଟିମକୁ ମୁଖ୍ୟ ଅତିଥି ଟ୍ରଫି ସହ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅଫ୍ ଟିମକୁ ଟ୍ରଫି ସହ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା l ବେଷ୍ଟ୍ ଡିଫେଣ୍ଡର କେନ୍ଦୋଇ ଜୁରିର ଜଗନ୍ନାଥ ପ୍ରଧାନ, ବେଷ୍ଟ ଗୋଲ କିପର ତଳସରା ର ସୁମିତ୍ ପଟେଲ, ମେନ୍ ଅଫ୍ ଦ ମ୍ୟାଚ ସୁବୁଧି ନାଏକଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା l ଖେଳ ପରିଚାଳନା କରିଥିଲେ ରାଜେଶ ଜୟପୂରିଆ,ଜୀବନ ବୁଦୁଲା,ବାପି ବାଘ ଓ ପ୍ରଶାନ୍ତ l  ଜୟହିନ୍ଦ୍ କ୍ଲବ ର ସଭାପତି ଝିପି ବାଘ,ଉପ ସଭାପତି ବଳରାମ ମାଝୀ,ସମ୍ପାଦକ ଶ୍ରୀକାନ୍ତ ହାତୀ, ଉପଦେଷ୍ଟା ରମଣୀ ଲୁହା, ଖେଳରେ ବିଶେଷ ସହଯୋଗ କରିଥିଲେ | ଅମିତ୍ ନାଏକ,ପୁରନ୍ଧର୍ ବାଘ,ହେମନ୍ତ ପ୍ରଧାନ,କିଶୋର ପିଙ୍ଗ,ମନୋଜ ବାଘ,ପରକ୍ଷିତ ପ୍ରଧାନ,ଗଣେଶ ବେହେରା,ବାବୁଲୁ ପ୍ରଧାନ l ଖେଳାଳିଙ୍କ ମଧ୍ୟରେ ସୁମନ୍ତ ଭଇଁସା,ସୁବ୍ରତ ଭଇଁସା,ଦୟାସାଗର ନାଏକ,ଶିବ କେଛୁ,ଅଗସ୍ତି ମାଝୀ,ପିତାମ୍ବର କେଛୁ ,ବିକାଶ ରଣା,ସୁବ୍ରତ ପୀଙ୍ଗା,ଭୀଷ୍ମ ପ୍ରଧାନ,ସିପୁନ ନାଏକ,ହିତେଶ ଭଇଁସା,ସୁନିଲ ବାଘ,ହରେଶ୍ ମାଝୀ,ଗଣେଶ ମାଝୀ ଖେଳରେ ସହଯୋଗ କରିଥିଲେ 

 

0
0
0
s2sdefault