ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଜିଲ୍ଲା ପରିଷଦ ସଭାକକ୍ଷ ଠାରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରଦୀପ କୁମାର ନାଗଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସମଗ୍ର ଶିକ୍ଷାର ସମସ୍ତ ସଂଯୋଜକ ମାନେ ଉପସ୍ଥିତ ରହିଥିଲେ ।
ମୁଖ୍ୟତଃ ଚଳିତ ବର୍ଷ ଏପ୍ରିଲ ମାସଠାରୁ ଅକ୍ଟୋବର ମାସ ପଯ୍ୟନ୍ତ ସାଥ-ଇ ପକ୍ଷରୁ କରା ଯାଉଥିବା ସର୍ଭେକ୍ଷଣର ମାପକ ଗୁଡିକର ହାରାହାରି ସଫଳତା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରାଯାଇଥିଲା ।
ଜିଲ୍ଲାପାଳ ଅନୁପମ ଶାହା ଶିକ୍ଷାର ସମସ୍ତ ଦିଗ ଗୁଡିକ ଉପରେ ବିସ୍ତୃତ ଭାବେ ସମୀକ୍ଷା କରି ଯେଉଁ ମାପକ ଗୁଡିକରେ ଜିଲ୍ଲା ତଥା ବ୍ଲକର ମାପକ ଗୁଡିକର ମାନ କମ ରହୁଛି , ସେ ଗୁଡିକ ଉପରେ ସମୀକ୍ଷା କରିବା ସହିତ କିଭଳି ଭାବେ ଏହାର ମାନ ବୃଦ୍ଧି କରାଯାଇପାରିବ ସେଥିପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଯତ୍ନବାନ ହେବାପାଇଁ ଉଚିତ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ଅଧିନରେ ଶତପ୍ରତିଶତ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ କରଣ , ଛାତ୍ରଛାତ୍ରୀ ମାନଙ୍କ ଶତ ପ୍ରତିଶତ ଉପସ୍ଥାନ , ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥାନ ଶତ ପ୍ରତିଶତ କିଭଳି ବୃଦ୍ଧି ଘଟିବ , ଶୌଚାଳୟର ପରିଷ୍କାର ପରିଚ୍ଛନ୍ନତା , ଆଧାର ପଞ୍ଜିକରଣ , ସମସ୍ତ ବ୍ଲକ କିଭଳି ଭଲ ପ୍ରଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଶୌକ୍ଷୀକ ମାନର ଅଭିବୃଦ୍ଧି କରା ଯାଇପାରିବ , ଏହି ସମସ୍ତ ଦିଗ ଗୁଡିକ ସମ୍ପର୍କରେ ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସିଆରସିସି. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଜିଲ୍ଲାପାଳ ଦେଇଥିବା ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ପରାମର୍ଶ ତଥା ବିଭିନ୍ନ ମାପକର ଅଭିବୃଦ୍ଧି କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖିବା ପାଇଁ ପ୍ରତିଶ୍ରୁତି ଦେବା ସହ ଜିଲ୍ଲା ଓ ବ୍ଲକର ଶିକ୍ଷାର ମାନ କିଭଳି ବୃଦ୍ଧି ପାଇବ ସେଥିପାଇଁ ପ୍ରୟାସ ଜାରି ରଖିବା ସଙ୍ଗେ ସଙ୍ଗେ ଚେଷ୍ଟିତ ହେବା ପାଇଁ କହିଥିଲେ ।
ଗତ ତା-୧୪/୧୧/୨୦୧୯ ରୁ ୧୬/୧୧/୨୦୧୯ ପର୍ଯ୍ୟନ୍ତ ରାଜ୍ୟ ସ୍ତରରେ ଅନୁଷ୍ଠିତ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିକ୍ଷା ବିଭାଗର ନିରନ୍ତର ସାମଗ୍ରୀର ଉନ୍ନତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଠାରୁ ପାଇଥିବା ପୁରସ୍କାର ଓ ମାନପତ୍ରର ସମସ୍ତ ଶ୍ରେୟ ଜିଲ୍ଲାପାଳ ଅନୁପମ ଶାହା ଏବଂ ଶିକ୍ଷାରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।