ହେଡଲାଇନସ୍:

ଟେଗୋର ମେମୋରିଆଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ସ୍ଥିତ ଟେଗୋର ମେମୋରିଆଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷା ଏବଂ ଏସସିଇଆର ଟି , ଓଡିଶା-ଭୁବନେଶ୍ୱର ଓ ଓସେପା ଆନୁକୂଲ୍ୟରେ ଗଜପତି ଜିଲ୍ଲା ଶିକ୍ଷାର ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଗୋଷାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି ବିଜ୍ଞାନ ମେଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଠାକୁର ପ୍ରସାଦ ସିଂ ଯୋଗଦେଇ ଉଦ୍ଘାଟନ କରିଥିଲେ ।

    ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ  ଯୋଗଦେଇ ବିଜ୍ଞାନ ମେଳର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉଙ୍କି ମାରୁଥିବା ବୈଜ୍ଞାନିକ ଚିନ୍ତାଧାରାକୁ  ବିଜ୍ଞାନ ପ୍ରକଳ୍ପ ମାଧ୍ୟମରେ ସେ ସବୁକୁ ପରିପ୍ରକାଶ କରିବା ଏଭଳି ବିଜ୍ଞାନ ମେଳା ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

    ବିଜ୍ଞାନ ମେଳାର ଉଦଯାପନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜି:ପ୍ରସାଦ ରାଓ ସଭାପତିତ୍ୱ କରିଥିବା ବେଳେ ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ବାଲାନନ୍ଦ ରଥ ଓ ବି.ଏନ.ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ  ସୂର୍ଯ୍ୟ ନାରାୟଣ ପ୍ରଧାନ ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ କାର୍ଯ୍ୟକ୍ରମର ବିଚାରକ ଭାବେ ଯୋଗ ଦେଇଥିଲେ ।

      ଗୋଷାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୭୧ ଟି ପ୍ରକଳ୍ପ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଖଗେଶ୍ୱର ଖଣ୍ଡୁଆଲଙ୍କ ପ୍ରକଳ୍ପ ,ଖରସଣ୍ଡା ସ୍ଥିତ ଆରଏମ. ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ହରେଶ କୁମାର ରାଉଳଙ୍କ ପ୍ରକଳ୍ପ  , ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର  ନବମ ଶ୍ରେଣୀ ଛାତ୍ରୀ ଏସ.ଜାମିନୀ ଙ୍କ ପ୍ରକଳ୍ପ  , ଗୋଷାଣୀ ସ୍ଥିତ ୟୁଜି ହାଇସ୍କୁଲର  ନବମ ଶ୍ରେଣୀ ଛାତ୍ରୀ ଲାବନି ଶବରଙ୍କ ପ୍ରକଳ୍ପ , ବାପୁଜୀପେଣ୍ଠ ସ୍ଥିତ ଆରସିଡି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ପପୁନ ଦାସଙ୍କ ପ୍ରକଳ୍ପ ଏବଂ ଭୁଶୁକୁଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଉମା ଶଙ୍କର ଦାସଙ୍କ ପ୍ରକଳ୍ପ ଗୁଡିକ  ଆସନ୍ତା ଡିସେମ୍ବର ମାସ ୬ ଏବଂ ୭ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିର ମହାରାଜା ଙ୍କ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ  ଅନୁଷ୍ଠିତ ହେବାକୁ ଥିବା  ଜିଲ୍ଲାସ୍ତରୀୟ  ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।

 

0
0
0
s2sdefault