ହେଡଲାଇନସ୍:

ବଢୁଛି ସରୋଜଙ୍କ ଦବଦବା, ଖସୁଛି ରାଜପରିବାର ପାଦ ଦଳର ମାଟି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେଡି ମୁହାଁ ଜିଲ୍ଲା ବିଜେପି ତୁଙ୍ଗ ନେତୃତ୍ୱ !

ଭୁବନେଶ୍ୱର/ ପାଟଣାଗଡ : ଏଇନେ ଏକ ଭିଡିଓକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋରଦାର । ଆଉ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁକୁ ପୁଣି ଆସିଛନ୍ତି ବିଜେଡି ଜିଆଣ୍ଟ କିଲର ଯୁବ ବିଧାୟକ ସରୋଜ ମେହେର । କିଛିିଦିନ ତଳେ ଲୋକଙ୍କ ଅଭିଯୋଗ କ୍ରମେ  କାମରେ ଖଇଚା କରିଥିବା ଜଣେ ଦାୟିତ୍ୱହୀନ ଯନ୍ତୀଙ୍କୁ ସର୍ବସାଧାରଣରେ ଆକଟ କରିବା ତଥା ବସଉଠ କରାଇବା ଘଟଣାରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ନବାଗତ ବିଧାୟକ ସରୋଜ ମେହେର । ଆଉ ତାକୁ ନେଇ ଯାବତୀୟ ରାଜନୀତି ଚାଲିଲା । ରାଜପରିବାର ଓ ସଂଘ ଚାପରେ ତାକୁ ନେଇ ଜୋରଦାର ରାଜନୀତି ହେବା ପରେ ବିଧାୟକଙ୍କ ବିରୋଧରେ ମାମଲା ହୋଇଥିଲା । ଏହି ମାମଲାରେ ଯଦିଓ ବିରୋଧୀ ସ୍କୋର କରିନେଲେ, ହେଲେ ଏପଟେ କିନ୍ତୁ ଲୋକଙ୍କ ଭିତରେ ନବାଗତ ବିଧାୟକ ସରୋଜଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଯାଇଥିଲା । କିଛିଦିନ ପରେ ପୁଣି ଟ୍ରାକକୁ ଫେରିଥିଲେ ସରୋଜ । ଯେମିତି ଲୋକଙ୍କ ସହିତ ମିଶୁଥିଲେ, ଲୋକଙ୍କ ସହ ରହୁଥିଲେ ଓ ଲୋକଙ୍କ କାମ କରୁଥିଲେ, ତା ଠାରୁ ଜୋରରେ ଲୋକ ସମ୍ପର୍କ ବଢାଇବାରେ ଲାଗିଲେ । ଆଉ ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ଲୋକଙ୍କ ଓ ସ୍ଥାନୀୟ ନେତାଙ୍କ ସମ୍ପର୍କ ଅଧିକ ଦୃଢୀଭୁତ ହେଲା  ।

 ଏବେ ପୁଣି ସେ ଚର୍ଚ୍ଚାରେ ବିବାଦୀୟ ଭିଡିଓଙ୍କୁ ନେଇ । ଗଣମାଧ୍ୟମରେ ପ୍ରଚାରିତ ଭିଡିଓଟି ଗୋଟାଏ ଗୁପ୍ତ ମନ୍ତ୍ରଣା ହେଉଥିବା କହାଯାଉଛି ପାଟଣାଗଡ ବିଜେପିର ଟାଣୁଆ ନେତୃୃବୃନ୍ଦଙ୍କ ଆଉ ବିଜେଡି ବିଧାୟକ ସରୋଜ ମେହେରଙ୍କ ମଧ୍ୟରେ  । ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଓ ରାଜପରିବାରର ଆଚରଣରେ କ୍ଷୁବ୍ଧ ହୋଇପଡିଥିବା ବିଜେପି ନେତା ମାନେ କହୁଥିବା ଜଣାପଡିଛି  । ସେମାନଙ୍କ କହିବା ଭିତରେ ସେମାନେ କହୁଛନ୍ତି ସେମାନେ ଆଉ ସାଂସଦଙ୍କ ସହିତ ବା ମହାରାଜା କନକ ବର୍ଦ୍ଧନଙ୍କ ସହ ରହିବାକୁ ଚାହୁନାହାନ୍ତି । ଆଉ ଏ ଭିଡିଓରେ ସେମାନେ ଯେଉଁ ଭଳି ଆପତ୍ତିଜନକ କଥା କହୁଛନ୍ତି ସାଂସଦ ଓ  ରାଜ ପରିବାର ବିରୋଧରେ, ସେଥିରୁ ପ୍ରମାଣିତ ହୋଇଯାଉଛି ଯେ ସେମାନେ ସାଂସଦଙ୍କ ଆଚରଣରେ  ପୂରା ବିତସ୍ପୃହ । ସେମାନେ ଆଉ ଦଳରେ ରହିବାକୁ ଚାହୁଁନାହାନ୍ତି । କେଉଁ ମୁୁହୁର୍ତ୍ତରେ କିଛି ହୋଇଯାଇପାରେ  । ଭିଡିଓଟିକୁ ତର୍ଜ୍ଜମା କଲେ ଆଉ କଣ ନିଷ୍କର୍ଷ ଆସୁ ନଆସୁ, ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ରାଜପରିବାର ପାଦତଳୁ ବାକିଥିବା ମାଟି ଖସିଖସି ଯାଉଛି, ଆଉ ବିଜେଡିର ସ୍ଥିତି ପୂବାପେକ୍ଷା ମଜଭୁତ ହେବାରେ ଲାଗିଛି । ଆଲୋଚନାରେ ସାମିଲ ଥିବା ବିଜେପି ନେତାମାନେ ଯେତେ ସଫେଇ ଦିଅନ୍ତୁ ନା କାହିଁକି, ସେମାନଙ୍କ ଆତ୍ମା ଆଉ ରାଜପରିବାର ସହିତ ନାହିଁ ଓ ସେମାନେ ବିଜେଡି ଲାଇନରେ ଅଛନ୍ତି  ।  ବିଜେପିର ଜିଲ୍ଲା ଜିଲା ସଭାପତି ତଥା ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ଜିଲା ଉପସଭାପତି ତଥା ବେଲପଡା ବ୍ଲକ ଅଧ୍ୟକ୍ଷା ବୈଜୟନ୍ତି ପାଣିଗ୍ରାହୀଙ୍କ ସ୍ୱାମୀ ତଥା ସାଂସଦଙ୍କ ପ୍ରତିନିଧିନୀଳ ପାଣିଗ୍ରାହୀ, ଖପ୍ରାଖୋଲ ବ୍ଲକ୍ ଅଧ୍ୟକ୍ଷା ପୂର୍ଣ୍ଣମାସୀ ବରିହାଙ୍କ ସ୍ୱାମୀ ରଘୁବୀର ସିଂହ ବରିହା ଏହି ଗୁପ୍ତ ବୈଠକରେ ଯୋଗ ଦେଇ ସାଂସଦଙ୍କ ବିରୋଧରେ ଯେଉଁ ବିଶୋଦ୍ଗାର କରୁଛନ୍ତି ତାହା ପ୍ରମାଣିତ କରିଦେଉଉଛି ଯେ ସେମାନେ ସାଂସଦ ସଙ୍ଗୀତା ସିଂହଦେଓ ଓ ପୁର୍ବତନ ବିଧାୟକ ତଥା ମହାରାଜା କନକବର୍ଦ୍ଧନଙ୍କ ସହ ଆଉ ଆତ୍ମିକ ଭାବେ ନାହାନ୍ତି  । 

  ଯେମିତି ବିଜେପି ଜିଲ୍ଲା ସଭାପତି ଭକ୍ତବନ୍ଧୁ କହୁଛନ୍ତି " ଆମେ ଦଳରେ ଅଛୁ...ଆମେ କଷ୍ଟ ଭିତରେ ଅଛୁ" ।

 ସାଂସଦଙ୍କ ବେଲପଡା ପ୍ରତିନିଧି ନୀଳ ପାଣିଗ୍ରାହୀ କହୁଛନ୍ତି  "ଆମେ ଗତ କିଛି ଦିନ ତଳେ ତିନି ଚେୟାରମ୍ୟାନ ଏକାଠି ବସିଥିଲୁ  । ଗୋଟିଏ ସିକ୍ରେଟ କଥା କଡିଦେଉଛି  । ଖୁବଶିଘ୍ର ବଡ ଜିନିଷଟିଏ ଘଟିବ  । ସବୁ ଜିନିଷକୁ ଏମପି ମୋର ମୋର ବୋଲି କହିଲେ କେମିତି ହେବ’  !" ସାଂସଦଙ୍କ ମାତ୍ରାଧିକ ହସ୍ତକ୍ଷେପ ଓ ମୋର ମୋର ନୀତି ଯୋଗୁ ବ୍ଲକରେ କାମ କରିବା କଷ୍ଟକର ହୋଇପଡିଲାଣି ବୋଲି ବିଜେପିର ଏହି ତୁଙ୍ଗ ନେତାମାନେ ସ୍ୱୀକାର କରିଛନ୍ତି ବିଧାୟକଙ୍କ  ଆଗରେ  । 

ବିଧାୟକଙ୍କ ଚିତ୍ର ଭିଡିଓରେ କେଉର୍ଠି ଦୃଶ୍ୟମାନ ହେଉନାହିଁ  ।  ହେଲେ ବିଧାୟକଙ୍କ କଣ୍ଠସ୍ୱର ଶୁଣାଯାଉଛି  । ବିଧାୟକ ତାଙ୍କ ଗାମ୍ଭୀର୍ଯ୍ୟପୁର୍ଣର୍ ଠାଣିରେ ସହଯୋଗ ଲୋଡୁଥିବା ଜିଲ୍ଲା ବିଜେପିର ଏହି ତୁଙ୍ଗ ନେତାମାନଙ୍କୁ କିନ୍ତୁ କହୁଛନ୍ତି( ଯଦିଓ ଭିଡିଓରେ ତାଙ୍କର ଫଟେ ନାହିଁ) ‘ ଏମିତି ଚାଲୁ  । ଦୁଇବର୍ଷ ଯାଉ ଅସୁବିଧା କଣ ଅଛି  । ସେ ତାଙ୍କର ବୋଲି କୁହନ୍ତୁ  । ଆମେ ଆମର କହିବୁ  । ତୁମେ ତୁମର ବୋଲି କୁହ  । ଏମପିଙ୍କ ଆଗରେ କେହି ମୁଣ୍ଡତଳକୁ କରିବାର ନାହିଁ  । ମୁଁ ତ କରିବି ନାହିଁ  ।" 

ଏହାର ଉତ୍ତରରେ ସାଂସଦଙ୍କ ପ୍ରତିନିଧି ନୀଳ ପାଣିଗ୍ରାହୀଙ୍କ ମୁହଁରେ ଶୁଣିବାକୁ ମିଳିଛି ଅସନ୍ତୋଷର ତୀବ୍ର ସ୍ୱର  । ସହିବାର ସୀମା ଅତିକ୍ରମ କଲେ ଜଣେ ମଣିଷ ଯେଉଁଭଳି ଭାବେ ପ୍ରତିବାଦ କରେ ସେଭଳି ଢଙ୍ଗରେ କହିଛନ୍ତି " ଆମକୁ ତାକୁ ( ସାଂସଦଙ୍କୁ) ଦରକାର ନାହିଁ  । ଅଧିକ ହେଲେ ତୋ(ସାଂସଦ) ରାସ୍ତାରେ ତୁ  । ମୋ ରାସ୍ତାରେ ମୁଁ ବୋଲି କହିଦେବି  । ମୁଁ ଏତିକି ରିଜିଡ ଅଛି  । ସୀମା ପର୍ଯ୍ୟନ୍ତ  ସହିବି  ।"

କେବଳ ସେତିକି ନୁହଁ, ଭିଡିଓରେ ଖୋଦ ବିଜେପି ନେତାମାନେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବେ କହିଦେଇଛନ୍ତି ଯେ ସାଂସଦ ଓ ରାଜପରିବାର ତାଙ୍କ ମତଲବରେ ଅଛନ୍ତି  । ଆଉ ସେମାନେ ସ୍ୱୀକାର କରିଛନ୍ତ ବିଧାୟକ ସରୋଜ ମେହେରଙ୍କ ଲୋକପ୍ରି୍ୟତା ଆଉ ଲୋକଙ୍କ ସ୍ୱାର୍ଥ ପାଇଁ ତାଙ୍କ ପ୍ରତିବଦ୍ଧତା  । 

ସାଂସଦଙ୍କ ପ୍ରତିନିଧି ନୀଳ ପାଣିଗ୍ରାହୀ ବିଧାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି " ଆପଣ ପରିଶ୍ରମ କଲେ । ଲୋକଙ୍କ ସହିତ ରହିଲେ । ଭଗବାନ ଫଳ ଦେଲେ  । ....କିଛି କରିବେ ନାହିଁ  । ସବୁବେଳେ ଖାଲି ପାୱାର ଦେଖାଇବେ  ।" 

ଭକ୍ତବନ୍ଧୁ ଓ ନୀଳଙ୍କ ପ୍ରତିକ୍ରିୟା ପ୍ରତିଫଳିତ କରୁଛି ସାଂସଦଙ୍କ ପ୍ରତି ସୃଷ୍ଟି ହୋଇଥିବା ବିତସ୍ପୃହତା ଓ ଦେଉଛି ରାଜପରିବାର ବିରୋଧରେ  ଉଦଗିରଣ ଅପେକ୍ଷାରେ ଥିବା ଆଗ୍ନେୟଗିରିର ପୂର୍ବାଭାସ  । ପ୍ରସଙ୍ଗ ପଦାକୁ ଆସିବା ପରେ ଯେତେ ତାଳି ପକାଇବାକୁ ଚେଷ୍ଟା କଲେ ବି ସେମାନେ ରାଜପରିବାର, ମହାରାଜା କନକ ବର୍ଦ୍ଧନ ଓ ରାଣୀ ତଥା ସାଂସଦ ସଙ୍ଗୀତାଙ୍କ ସେମାନଙ୍କର ରହିଛି ବିୃତଷ୍ଣ ଭାବ । ଆଉ ପାଟଣାଗଡ ନିର୍ବାଚନମଣ୍ଡଳୀରେ ନବ ନିର୍ବାଚିତ ବିଧାୟଙ୍କ କାର୍ଯ୍ୟଶୈଳୀରେ ବିଜେପି ନେତାମାନେ ବେଶ ପ୍ରଭାବିତ । ସରୋଜଙ୍କ ଯେଉ ଭଳି ଭାବେ ଲୋକପ୍ରିୟତା ବଢୁଛି, ମୋଟା ମୋଟି ଭାବେ ବିଜେପି ଖାସ କରି ଲୋ୍କଙ୍କ ଠାରୁ ଦୂରେଇ ଯାଉଥିବା ମହାରାଜଙ୍କ ପାଦ ତଳେ ବାକି ଥିବା ମାଟି ଟିକକ ଏବେ ବି ଧୋଇ ହେବା ପ୍ରକ୍ରିୟାରେ । ବିଜେପିର ବା ଖାସ କରି କନକବର୍ଦ୍ଧନଙ୍କ ଗଡ ବୋଲି ଅତୀତରେ ପରିଚୟ ପାଇ ଆସିଥିବା ପାଟଣାଗଡ ବିଜେପିର ଟାଣୁଆ ନେତା ତଥା ପାଟଣାଗଡ ମହାରାଜା ତଥା ପାଞ୍ଚ ପାଞ୍ଚଥର ବିଧାନସଭାକୁ ଜିତିଥିବା ଅପରାଜେୟ ମହାରଥୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଧରାଶାୟୀ କରି ମାତ୍ର ସାଢେ ତିନିବର୍ଷ ରାଜନୈତିକ ଅଭିଜ୍ଞତା ଥିବା ଟାଣୁଆ ଓ ଲୋକପ୍ରିୟ ଯୁବ ନେତା ସରୋଜ ମେହେର ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲା  । ଆଉ ୧୯୯୫ ମସିହା ଠାରୁ ଲଗାତାର ଭାବେ ବିଜୟୀ ହୋଇ ଆସୁଥିବା କନକଙ୍କ ଭଳି ହେଭିୱ୍ଟେ ନେତାଙ୍କୁ ୧୧୦୦୦ରୁ ଅଧିକ ଭୋଟରେ ଅପ୍ରତ୍ୟାଶିତ ଓ ଅବିଶ୍ୱସନୀୟ ପରାଭବ ଦେଇ ଚର୍ଚ୍ଚାକୁ ଆସିଥିଲେ ବିଧାୟକ ସରୋଜ ମେହେର । ଆଉ ପ୍ରମାଣିତ ହୋଇଯାଇଥିଲା କନକଙ୍କ ପ୍ରତି ଲୋକଙ୍କ ବିତସ୍ପୃହତା  । କନକବର୍ଦ୍ଧନଙ୍କୁ ତାଙ୍କ ରାଜପରିବାରର ଅନ୍ୟତମ ସଦସ୍ୟ ପ୍ରକୃତି ଦେବି ବିଜେଡିରୁ ଦୁଇ ଦୁଇଥର ପ୍ରାର୍ଥୀ ହୋଇ ଯାହା ସମ୍ଭବ ହୋଇନଥିଲା ତାହା ସମ୍ଭବ ହୋଇଥିଲା ସରୋଜଙ୍କ ପ୍ରାର୍ଥୀତ୍ୱ ଦ୍ୱାରା  । ବିଜେଡି ତଥା ନବୀନଙ୍କ ଲୋକପ୍ରିୟତା ଓ ଲୋକଙ୍କ ଭିତରେ ଯୁବନେତା ସରୋଜଙ୍କ ଗ୍ରହଣୀୟତା ସର୍ବୋପରି ନବୀନଙ୍କ ଯୁବ ବ୍ରିଗେଡର ସଫଳ ରଣ ପରିଚାଳନା ଆଣି ଦେଇଥିଲା ସଫଳତା  । ଆଉ ବିଜୟ ପାଇଁ ଓଭର କନଫିଡେଣ୍ଟ ଥିବା ମହାରାଜା କନକ ବର୍ଦ୍ଧନଙ୍କ ହୃଦୟରେ ଗଭୀର କ୍ଷତ ସୃଷ୍ଟି କରିଥିଲା ଏହି ପରାଜୟ  । ପରାଜୟକୁ ସହଜରେ ଗ୍ରହଣ କରିପାରିନଥିଲେ କନକବର୍ଦ୍ଧନ  । ଆଉ ତାହା ପ୍ରମାଣିତ ହୋଇଯାଇଥିଲା ଖଇଚା କାମ କରିଥିବା ଯନ୍ତ୍ରୀଙ୍କୁ ବିଧାୟକଙ୍କ ବସଉଠ କରାଇବା ଘଟଣାରେ କନକବର୍ଦ୍ଧନଙ୍କ ପ୍ରତିକ୍ରିୟାରୁ  । କନକବର୍ଦ୍ଧନ ଓ ବିଜେପି ସହିତ ସମ୍ପୃକ୍ତ ଯନ୍ତ୍ରୀଙ୍କ ନିବିହ ସମ୍ପର୍କ ଥିବାରୁ ଘଟଣାକୁ  ବିଧାୟକଙ୍କ ବିରୋଧରେ ଅଧିକ ରାଜନୀତି ଭିତରକୁ ଟଣା ହୋଇଯାଇଥିଲା ।  ଆଉ ସେହି ଘଟଣା ବା ଭାବପ୍ରବଣତା ଜନିତ ତ୍ରୁଟି ଯେ ହେତୁ ଲୋକଙ୍କ ସ୍ୱାର୍ଥ ପାଇଁ ଓ ସେମାନଙ୍କ ଅଭିଯୋଗ ଉପରେ ବିଧାୟକ କରିଥିଲେ , ରାଜ୍ୟ ସ୍ତରରେ ଯେତେ ରାଜନୈତିକ ହଇଚଇ ସୃଷ୍ଟି ହେଲେ ବି ତୃଣମୂଳ ସ୍ତରରେ ଲୋକଙ୍କ ଭିତରେ ସରୋଜଙ୍କ ସମର୍ଥନ ବୃଦ୍ଧି ପାଇଥିଲ  । କେବଳ ଲୋକଙ୍କ ଭିତରେ ସରୋଜଙ୍କ ଗ୍ରହଣୀୟତା ବଢିଛି ତା ନୁହେଁ, ନବୀନ ସରକାରଙ୍କ ବିଭିନ୍ନ ଯୋଜନା ବିଧାୟକ ଶ୍ରୀ ମେହେରଙ୍କ ସାଧାରଣ ଜୀବନ ଯାପନ ଶୈଳୀ ସର୍ବୋପରି ଲୋକଙ୍କ ସହିତ ସବୁ ବେଳେ ଯୋଡି ହୋଇ ସେମାନଙ୍କ ପହଞ୍ଚର ପରିଧି ଭିତରେ ରହୁଥିବାରୁ  ବିଜେଡି ପ୍ରତି ଜନ ସମର୍ଥନ ବୃଦ୍ଧି ପାଇଛି  । ଆଉ ଏହା ପ୍ରମାଣିତ ହୋଇଛି ନିର୍ବାଚନମଣ୍ଡଳୀରେ ସରୋଜଙ୍କ ଜନସମ୍ପର୍କ ପଦଯାତ୍ରାରେ ସାମିଲ ଜନତାଙ୍କ ଭିଡ଼ରୁ |

 ଅନ୍ୟପକ୍ଷରେ ବିଜେପି ହାତରେ ପୁର୍ବରୁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ବ୍ଲକ୍ ବେଲପଡା , ପାଟଣାଗଡ ଓ ଖପ୍ରାଖୋଲ ଥିବା ବେଳେ ସେଠାରେ ସାଂସଦଙ୍କ ମାତ୍ରାଧିକ ହସ୍ତକ୍ଷେପ ଓ ଲୋକଙ୍କ ପ୍ରତି ରାଜପରିବାରର ଉଦାସୀନତା ଦଳର ନେତାମାନଙ୍କୁ ନିଜ ନିଜ ବ୍ଳକରେ କାମ କରିବାକୁ ଅସହାୟ ହୋଇପଡୁଛନ୍ତି ବୋଲି ଉପରୋକ୍ତ ଭିଡିଓରେ ଭକ୍ତବନ୍ଧୁ, ନୀଳ ଓ ବରିହାଙ୍କ ମନ୍ତବ୍ୟରୁ  । ତେଣୁ ଏ ଭିଡିଓରେ ଗୁପ୍ତମନ୍ତ୍ରଣା ଯାହା ହେଉ ପଛେ ବିଜେଡି ପ୍ର୍ତି ସମର୍ଥନ ବୃଦ୍ଧି ପାଇବା ସହ ବିଧାୟକ ସରୋଜଙ୍କ ସ୍ଥିତି ମଜଭୁତ ହେବା ଓ ଲୋକଙ୍କ ଆସ୍ଥା, ଏପରିକି ବିଜେପି ନେତାଙ୍କ ଆସ୍ଥା ତାଙ୍କ ପ୍ରତି ବୃଦ୍ଧି ପାଉଥିବା ପ୍ରମାଣିତ ହୋଇଯାଉଛି  ।   

0
0
0
s2sdefault