ହେଡଲାଇନସ୍:

ଗୋରକ୍ଷା ପରିବାର କୁ ସହଯୋଗର ହାତ ବଢାଇଲେ ସମାଜସେବୀ ସୁମନ ଦାସ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନୀଳଗିରି, ୦୭/୦୪ : ଗୋରକ୍ଷା କରିବାକୁ ଯାଇ ନିଜ ଜୀବନ କୁ ଉତ୍ସର୍ଗ କରିଥିବା ବାଲେଶ୍ବର ଜିଲ୍ଲା କସବା ଜୟପୁର ପଞ୍ଚାୟତ ଅଳସୁଆଁ ଗ୍ରାମର ଗୋରକ୍ଷକ ସାନଭାଇ କୃପାସିନ୍ଧୁ ବେହେରା ଏବଂ ଏଥିସହିତ ଏହି ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟତମ ଗୋରକ୍ଷକ ଭାଇ ଲମ୍ବୁ ମହାପାତ୍ର, ସମାଜସେବୀ ସୁମନ ଦାସ ଙ୍କ ସହ ପୁର୍ବରୁ ଏହି ଦୁଇଜଣ ନୀଳଗିରି ମହାବିଦ୍ୟାଳୟ ରେ ଛାତ୍ର ରାଜନୀତିରେ ଯୋଡିତ ଥିଲେ।

ମଙ୍ଗଳବାର ସୁମନ ଦାସ ତାଙ୍କର ଏ ଅସମୟରେ ଉଭୟ ପରିବାରବର୍ଗ ଙ୍କ ବାସଭବନ କୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ଭେଟି ଗଭୀର ସମବେଦନା ଜଣାଇ ସେମାନଙ୍କ ଦୁଃଖ ବାଣ୍ଟିବା ସହ ସୁମନ ଦାସ ତରଫରୁ ଉଭୟ ପରିବାର କୁ ୫୦,୦୦୦ (ପଚାଶ ହଜାର ଟଙ୍କା), ଲେଖାଏଁ ଦୁହିଁଙ୍କୁ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କ ସହ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଉପସ୍ଥିତ ଥିଲେ।

0
0
0
s2sdefault