ହେଡଲାଇନସ୍:

ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ "ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ଉତ୍ସବ" କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ପକ୍ଷ -୨୦୨୬ ପାଳନର ଆଜି (ମଙ୍ଗଳ ବାର) ସପ୍ତମ ଦିନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାଲ-ବାଟିକା କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ମିଳିତ ସହଯୋଗରେ "ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ଉତ୍ସବ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗା ଏବଂ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ ଯୋଗ ଦେଇ ଭାଷା ହେଉଛି , ମାନବ ଜୀବନର ଏକ ମାଧ୍ୟମ ଯାହାଦ୍ଵାରା ଜଣ ବିଭିନ୍ନ ତତ୍ତ୍ୱକୁ ଜାଣିଥାଏ , ତେଣୁ ନିଜର ଭାଷା ଓ ସଂସ୍କୃତିକୁ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଜାତୀୟ ଶିକ୍ଷାନୀତିରେ ମାତୃଭାଷାକୁ ବିଶେଷ ଗୁରୁତ୍ଵ ଦିଆଯାଇ ସର୍ବାଗ୍ରେ ରଖାଯାଇଛି। ଯେଉଁ ପିଲାକୁ ତାର ମାତୃଭାଷାରେ ଶିକ୍ଷା ଦିଆଯିବ , ତାର ବୌଦ୍ଧିକ , ଆବେଗିକ ଓ ମାନସିକ ବିକାଶ ଅତ୍ୟନ୍ତ ସୁଦୃଢ଼ ହେବ।
ବର୍ଣ୍ଣବୋଧର ମହତ୍ତ୍ଵ , ବିଶେଷତ୍ଵ ଓ ଆବଶ୍ୟକତା ଉପରେ ଅଧିକ ପ୍ରାଧାନ୍ୟ ଦେଇ କହିଥିଲେ ଯେ , ବର୍ଣ୍ଣବୋଧ ହେଉଛି ଭାଷାର ମେରୁଦଣ୍ଡ । ବୌଦ୍ଧିକ ଓ ଭାବନାତ୍ମକ ସ୍ତରରେ ନିଜ ଭାଷା ଓ ସଂସ୍କୃତିକୁ ଜାଣିବା ପାଇଁ ଯେତେ ସବୁ ଉପାଦେୟ ଲେଖା ସବୁ ରହିଛି , ତାହା ଅତ୍ୟନ୍ତ ମୂଲ୍ୟବୋଧ ଏବଂ ଜଣେ ସ୍କୁଲ ପଢୁଥିବା ପିଲାକୁ ନିହାତି ଆବଶ୍ୟକ । ଏଥିରେ ସବୁ ବିଷୟ ଉପରେ ଲିପିବଦ୍ଧ ଅଛି , ଯାହାକି ଶିଶୁ ମାନଙ୍କ ପାଇଁ ଏହା ବହୁ ଉପଯୋଗୀ। ଏମିତିକି , ଶିଶୁ ମାନେ ଯଦି ଓଡ଼ିଆ ଭାଷାର ମୂଳଦୁଆ ଗଠନ କରିବାକୁ ଚାହିଁବେ , ତାହା ହେଲେ ବର୍ଣ୍ଣବୋଧ ନିହାତି ଭାବେ ପଢ଼ିବା ଆବଶ୍ୟକ ବୋଲି କହିଥିଲେ।
ଏହି ଅବସରରେ ମଞ୍ଚାସିନ ଅତିଥି ମାନେ ବାଲ ବାଟିକାର ଉପସ୍ଥିତ କୁନି କୁନି ଶିଶୁ ମାନଙ୍କୁ ପାଠ ପଢିବା ଓ ଆଗ୍ରହ ବଢାଇବା ଦିଗରେ ଉତ୍ସାହିତ କରିବା ସହ ସେମାନଙ୍କୁ ଚୋକଲେଟ ଓ ବର୍ଣ୍ଣବୋଧ ବହି ବଣ୍ଟନ କରିଥିଲେ।
ଶିଶୁ ମାନଙ୍କୁ ଶିକ୍ଷୟତ୍ରୀ ମାନେ ଅଭିନୟ ମାଧ୍ୟମରେ ଗପ କାହାଣୀ କହି ବୁଝାଇଥିଲେ । ଶିଶୁ ମାନେ ମଧ୍ୟ ସେମାନଙ୍କ ସଙ୍ଗୀତ ପ୍ରତିଭାକୁ ପରିବେଷଣ କରିଥିଲେ।
ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ତିରୁପତି ରାଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

0
0
0
s2sdefault