ବେଲଗୁଣ୍ଠା, -୦୭/୦୪-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ ତନରଡ଼ା ପଞ୍ଚାୟତ ଅନ୍ତର୍ଗତ ସରନୁଆଁପଲ୍ଲୀ ଠାରେ ପ୍ରେମ ବିବାହର କରୁଣ ପରିଣତି ଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ସୋମବାର ବିଳମ୍ବିତ ରାତିରେ ଘରୋଇ କଳହରୁ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ ପ୍ରାୟ ୭ବର୍ଷ ପୂର୍ବେ ସରନୁଆଁପଲ୍ଲୀ ଗ୍ରାମର ଚିତ୍ରସେନ ନାଇକ (୨୮) ଏବଂ ତନରଡ଼ା ଗ୍ରାମର ପୂଜା ଦାଶ (୨୬) ମଧ୍ୟରେ ପ୍ରେମ ବିବାହ ହୋଇଥିଲା। ସେମାନେ ପ୍ରାୟ ୪ବର୍ଷ ଏକାଠି ରହିବା ପରେ ଚିତ୍ରସେନ କୌଣସି କାମଧନ୍ଦା କରୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ପରେ ମଜୁରୀ କlମ କରିବାକୁ ଚିତ୍ରସେନ ଭୁବନେଶ୍ୱର ଚାଲିଯାଇଥିଲା l ଗତ ୬ ମାସ ହେବ ପୂଜା ମଧ୍ୟ କାମ କରିବାକୁ ଯାଇ ଉଭୟ ଭୁବନେଶ୍ୱର ରେ ରହୁଥିଲେ । ରବିବାର ରାତିରେ ପୂଜା ଓ ଚିତ୍ରସେନ ସରନୁଆଁପଲ୍ଲୀ ଗ୍ରାମକୁ ବ୍ୟାଙ୍କ କାମ ଥିବାରୁ ଆସିଥିଲେ। ସୋମବାର ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇ ତାହା ଉଗ୍ରରୂପ ନେଇଥିଲା। ଫଳରେ ଏକ ପନିକି ରେ ଚିତ୍ରସେନ ପୂଜାକୁ ଆକ୍ରମଣ କରିଥିବା ଜଣାପଡ଼ିଛି।ପୂଜାର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି।ଆକ୍ରମଣରେ ପୂଜାର ମୃତ୍ୟୁ ପରେ ଚିତ୍ରସେନ ଗ୍ରାମ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ଏକ ଜମି ହୁଡ଼ାର ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ସକାଳେ ଏହା ଦେଖି ଗ୍ରାମବାସୀ ବେଲଗୁଣ୍ଠା ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଭଞ୍ଜନଗର ଏସ୍ଡ଼ିପିଓ ଡା ଦୀପକ ମିଶ୍ର, ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର, ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ବେଳେ ଏକ ରକ୍ତଭିଜା ପନିକି ଏବଂ ଏକ ଲୁହା ପାଇପ, ଜବତ କରିଛି। ଏହାପରେ ଏକ ମାମଲା ରୁଜୁ କରି ଉଭୟଙ୍କ ମୃତଦେହକୁ ଜବତ କରିବା ସହ ପୂଜାର ମୃତ ଦେହକୁ ବ୍ରହ୍ମପୁର ଏଫଏମଟି କୁ ପଠାଇ ଥିବା ବେଳେ ଚିତ୍ରସେନ ର ମୃତଦେହକୁ ଭଞ୍ଜନଗର ମେଡିକାଲ କୁ ଵେବଛେଦ ପାଇଁ ପଠାଇଦେଇଛି l ଚିତ୍ରସେନ ଓ ପୂଜାର ଚାରିବର୍ଷ ଓ ତିନିବର୍ଷ ର ଦୁଇଟି ପୁତ୍ର ସନ୍ତାନ ଥିବା ଜଣାପଡ଼ିଛି।
ରାଜ୍ୟ
ସ୍ତ୍ରୀକୁ ହତ୍ୟାକରୀ ସ୍ୱାମୀର ଆତ୍ମହତ୍ୟା
- Hits: 13








