ହେଡଲାଇନସ୍:

ବାରିପଟ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଛି। ଉକ୍ତ ଗ୍ରାମର ସ୍ବର୍ଗତ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଘରୁ ଚୋରି ହୋଇଛି। ରବିବାର ରାତିରେ ଚୋରି ହୋଇଥିବା ଅନୁମାନ କରାଯାଉଛି। ଗତ କିଛି ଦିନ ହେବ ଶ୍ରୀଯୁକ୍ତ ମହାପାତ୍ରଙ୍କ ପତ୍ନୀ ସୁଜାତା ମହାପାତ୍ର ବାହାରେ ରହିଥିଲେ। ଗତକାଲି ରାତିରେ ଚୋରୀ ହୋଇଥିବା ନେଇ ଜଣାପଡ଼ିଥିଲା। ତାଙ୍କ ଝିଅ ଓ ଜ୍ୱାଇଁ ଗ୍ରାମବାସୀଙ୍କ ଠାରୁ ଖବରପାଇ ଘର ଖୋଳିବା ପରେ ଘର ସମସ୍ତ ରୁମ୍ ତାଲା ଭଙ୍ଗା ଯାଇଥିବା, ଆଲମିରା ଭଙ୍ଗା ଯାଇଥିବା ଜଣାପଡ଼ିଥିଲା।

ଖବରପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁଜାତା ମହାପାତ୍ରଙ୍କ କହିବାଅନୁସାରେ ୨ଟି ଚେନ, ଗୋଟିଏ ସୁନା ବ୍ରତ, ୨ ହଳ କାନଫୁଲ, କେତୋଟି ସୁନା ମୁଦି ଏବଂ ୩ ଶହ ଗ୍ରାମ ସୁନା ସହ ୪ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି। ନିକଟରେ ସଦରଥାନା ବଳଭଦ୍ରପୁର, ଟାଉନଥାନା ଖମାରିସାହି ଗ୍ରାମରୁ ଚୋରି ହୋଇଥିବା ବେଳେ ଖଣ୍ଡୁଗାଁରୁ ଚୋରି ଚାଞ୍ଚଲ୍ୟ ସୃଷ୍ଟି କରିଛି।

0
0
0
s2sdefault