ହେଡଲାଇନସ୍:

ମାସକୁ ମାତ୍ର ଦୁଇରୁ ତିନି ହଜାର ଟଙ୍କା ଦରମା ପାଇ ଖଟୁଛନ୍ତି ଅଧ୍ୟାପକ ଓ କର୍ମଚାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  • ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘର ବିଧାନସଭା ଘେରାଉ

  • ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ  ଚାଲୁ ରହିବ

ଭୁବନେଶ୍ୱର,(ଶାସକ ପ୍ରଶାସକ):  ସରକାର ସମସ୍ୟା ସମାଧାନ କରିନଥିବାରୁ ବିଧାନସଭା ଆଗରେ ଆନେ୍ଦାଳନ ଆରମ୍ଭ  କରିଛନ୍ତି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ  ଚେତାବନୀ ଦିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି  ଯେ, ମାସକୁ ମାତ୍ର ଦୁଇରୁ ତିନି ହଜାର ଟଙ୍କା ଦରମା ପାଇ କାମ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମ୍ଭେ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପାଇଛୁ । ଓଡ଼ିଶାର ପ୍ରାୟ ୩ ଶହ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ୭ଘଣ୍ଟା କାର୍ଯ୍ୟ କରିବା ସହ ବାୟାମେଟ୍ରିକ୍ ଦେଉଅଛୁ । ଏଥି ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସ୍ଥାୟିତ୍ୱ ପାଇଁ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି । ଅଥଚ ସରକାର ଏମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଏମାନଙ୍କୁ ସରକାର ଅନ୍ତର୍ଭୁକ୍ତ କରିନାହଁନ୍ତି । ୧ ଜୁନ୍ ୨୦୦୮ ମସିହାରୁ ୩୦ନଭେମ୍ବର ୨୦୧୩ ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରୀ ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ଦାବି ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି । ସଂଘ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଜଣାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଗଷ୍ଟ ୨୦୧୮ ମସିହାରେ ଏକ ଆଲୋଚନା କରି ରାଜ୍ୟର ବିଭିନ୍ନ ଶିକ୍ଷା ବିଭାଗର ଆଞ୍ଚଳିକ ନିଦେ୍ର୍ଧଶକଙ୍କ ଜରିଆରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅବସ୍ଥିତି ମଗାଯାଇଥିଲା ଏବଂ ଅଧ୍ୟାପକ, ଅଧ୍ୟାପକା ଓ କର୍ମଚାରୀଙ୍କ ସଂଖ୍ୟା ୨୭୫୦ଜଣ ବୋଲି ଆକଳନ କରାଯାଇ  ୧ କୋଟି ୪୨ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲେ ମଧ୍ୟ ସରକାର ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ସଂଘ ତରଫରୁ ବିଧାନସଭା ଆଗରେ ଆନେ୍ଦାଳନ ଆରମ୍ଭ କରିଛି । ଏଥିରେ ସଂଘର ସଭାପତି ଡ଼ ଦେବ ବିଜୟୀ ମିଶ୍ର, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ, ଉପସଭାପତି ରଶ୍ମିତା ମହାପାତ୍ର, କୋଷାଧ୍ୟକ୍ଷ ଦିବ୍ୟକାନ୍ତ ତିପାଠୀ, ଆବାହକ ବିମଳ ଚନ୍ଦ୍ର ନନ୍ଦୀ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ରାୟ, ରବି ନାରାୟଣ କରଣ, ଧନଞ୍ଜୟ ମିଶ୍ର, ବିଷ୍ଣୁପ୍ରସାଦ ତି୍ରପାଠୀ, ସ୍ମୃତିରଞ୍ଜନ ପରିଡ଼ା, ଦୀପକ ସାହୁ ଓ ସଂଘର ଶତାଧିକ ସଭ୍ୟ ସାମିଲ୍ ହୋଇଛନ୍ତି ।

 

0
0
0
s2sdefault