ଵିପଦ ଶଙ୍କୁଳ ଅବସ୍ଥା ରେ ହୋଡିଂ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) :  ଖଲ୍ଲିକୋଟ ସହର ର ଉନ୍ନତି କରଣ ଦିଗରେ ଵାଧା ସୃଷ୍ଟି କରୁଛି , ଜବରଦଖଲ ଏପରି କି ଏଠାରେ ବସ୍ ଷ୍ଟାଣ୍ଡ ଠାରୁ କରଣସା଼ହି ର ଶେଷ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଘେରରେ ଥିବା ବେଳେ, ବର୍ତ୍ତମାନ ଏବେ ଦେଖିବାକୁ ମିଳିଛି ବିପଦ ଶଙ୍କୁଳ ଅବସ୍ଥା ରେ ହୋଡିଙ୍ଗ୍ ରହିଛି। ଯାହାକି ପରିତ୍ୟକ୍ତ ଭଗ୍ନ ଅବସ୍ଥା ଆଡକୁ ଟାଣି କରି ରହିଛି ଉକ୍ତ ହୋଡିଙ୍ଗ୍ । ନଜର ପଡୁନାହିଁ କାହାର ? ଏହି ହୋଡିଙ୍ଗ୍ ରହିଛି ଠିକ୍ ଗ ଉଡ଼ ସାହି ର ଟର୍ଣ୍ଣିଙ୍ଗ୍ ପ ଏଣ୍ଟ୍ ରେ ନୃସିଂହ ମନ୍ଦିର ର କାନ୍ଥ ପାଖକୁ ଲାଗି ଢଳି ରହିଛି। ହୋଡିଙ୍ଗ୍ ରେ ରହିଛି ଖୁଦ୍ ନେତା ମାନଙ୍କ ଛବି ,ହୋଡିଙ୍ଗ୍ ର ଥିବା ଦୁଇଟି ଯାକ ପୋଲ ମୂଳ ଖାଇ ଗଲାଣି, କେତେ ବେଳେ କୋ ମୂହୁର୍ତ୍ତ ରେ ହୋଡିଙ୍ଗ୍ ପଡିବ ତାହାର ଠିକଣା ନାହିଁ। ରାତି ପାହିଲେ ଏ ରାସ୍ତା ଦେଇ ଶହ ଶହ ଯାନବାହନ ଗତାଗତ କରୁଛନ୍ତି, ଏ ରାସ୍ତା ରେ ଛାତ୍ର ଛାତ୍ରୀ, ଜନସାଧାରଣ ଙ୍କ ଗତାଗତ ‌ହୋଇଥିଵା ସାଙ୍ଗକୁ ଅଫିସ୍ ବାଡି କୁ ଆସୁଥିବା ଲୋକମାନେ ଏପଟେ
ଦିନ ତମାମ ଯିବାଆସିବା ପରିଲକ୍ଷିତ ହେଉଛି।
ଗ ଉଡ଼ ସାହି ଛକ ଦେଇ ଶାସକ ପ୍ରଶାସକ ମାନେ ହିଁ ଯିବା ଆସିବାପାଇଁ ଏକମାତ୍ର ପଥ । କିନ୍ତୁ ଏମାନଙ୍କ ନଜର ପଡୁନାହିଁ ଏ ସାଧାରଣ କାମପାଇଁ। ଭୂବନେଶ୍ଵର ରେ ହୋଡିଂ ପଡି ଛାତ୍ର ମୃତ ଘଟଣା ଏପର୍ଯ୍ୟନ୍ତ ଆଖି ଆଗରେ ନାଚୁଛି, ଖଲ୍ଲିକୋଟ ସହର ରେ ଏପରି ଅଘଟଣ ହବନି ତ ? ତେଣୁ ସରକାର ଙ୍କୁ ଜନସାଧାରଣ ନିବେଦନ କରିଛନ୍ତି, ତୁରନ୍ତ ତଦନ୍ତ କରି ସମସ୍ୟା ସମାଧାନ କରନ୍ତୁ।

0
0
0
s2sdefault