ହେଡଲାଇନସ୍:

ଗଛରେ ଝୁଲୁଛି ଯୁବକଙ୍କ ଶବ ,ହତ୍ୟା ସନ୍ଦେହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ.ଉଦୟଗିରି/ ଗଗନ ପ୍ରଧାନ :କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଂଗିଆ ଗ୍ରାମ ପଂଚାୟତ ଡିଏଭି ପାଖ ପାହାଡ଼ରେ ଏକ ମହୁଲ ଗଛରେ ଜଣେ ସଞ୍ଜୟ ନାୟକ (30) ନାମକ ଜଣେ ବିବାହିତ ଯୁବକ ମୃତ ଦେହ ଝୁଲନ୍ତା ଘୁ. ଉଦୟଗିରି ପୁଲିସ ଜବତ କରିଛି l  ପ୍ରାପ୍ତ ସୂଚନା ଅନୁସାରେ ସଞ୍ଜୟ ନାୟକ ପରିବାର ସହ କଳିଂଗିଆ ଠାରେ ସ୍ତ୍ରୀ ରାନୀ ନାୟକ, 3 ବର୍ଷର ଝିଅ ସଞ୍ଜନା ନାୟକ, ମା ଏବଂ ଭଉଣୀଙ୍କ ସହ ରହୁ ଥିଲେ l ହେଲେ ଗୁରୁବାର ଦିନ ରାଇକିଆ ସ୍ଥିତ ସୁଗୁଡ଼ବାଡ଼ି ଶଶୁର ଘରକୁ ଯାଇ ଫେରିନ ଥିଲେ l ପରିବାର ଲୋକ ବହୁତ ଖୋଜା ଖୋଜି  କରି କୌଣସି ପତ୍ତା ପାଇ ନ ଥିଲେ l ଶୁକ୍ରବାର ଦିନ ଡିଏଭି ପାଖ ଜଙ୍ଗଲରେ ଏକ ଗଛରେ ଝୁଲୁ ଥିବା ଅଞ୍ଚଳ ବାସି ଦେଖି ପରିବାର ଲୋକଙ୍କୁ ଜଣାଇ ବା ସହ ପୁଲିସକୁ ଖବର ଦେଇ ଥିଲେ l ଘୁ. ଉଦୟଗିରି ପୁଲିସ, ଘୁ.ଉଦୟଗିରି ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିଛନ୍ତି  l

0
0
0
s2sdefault