ହେଡଲାଇନସ୍:

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ମୃତ ଏକ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ବାଇତାଲଭଟା ଗ୍ରାମ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବଡ଼କନଜାରି ଗ୍ରାମର ସୁମନ୍ତ ଲୁହାର ନାମକ ଜଣେ ବ୍ୟକ୍ତି ର ମୃତ୍ୟୁ ହେଇଯାଇଥିବା ବେଳେ ଓଁ ପ୍ରକାଶ ଲୁହାର ନାମକ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ଆଜି ଭୋରରୁ ଏହି ଦୁହି ବ୍ୟକ୍ତି ପଦ୍ମପୁର ରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ରାସ୍ତାରେ ପ୍ରବଳ କୁହୁଡି ହେବାରୁ ଏହି ଦୁର୍ଘଟଣା ଘଟିଛି । ଖବର ପାଇବା ପରେ ଜଗଦଲପୁର ଥାନା ଅଧିକାରୀ ଲଳିତା ଲିଲିମା ବାର୍ଳା ଙ୍କର ନିର୍ଦେଶ କ୍ରମେ ASI କେତନ ଧରୁଆ ଜଗଦଲପୁର ଥାନାରେ କେଶ ନମ୍ବର 138/19 ରୁଜୁ କରି ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

0
0
0
s2sdefault