ହେଡଲାଇନସ୍:

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବାତ୍ୟା ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ)କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଭଦ୍ରକ ଗସ୍ତରେ ଆସି ବାତ୍ୟା ‘ବୁଲ୍ ବୁଲ୍’ର କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।  ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଦେଖିବା  ପରେ ସେଠାରେ ଚାନ୍ଦବାଲି ବ୍ଳକ ପରିସରରେ ବାତ୍ୟା ପୀଡ଼ିତଙ୍କ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ରାଜେନ୍ଦ୍ର କୁମାର ପଣ୍ଡା, ଚାନ୍ଦବାଲି ତହସିଲଦାର, ବିଡିଓଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ସେଠାରୁ ଫେରି ଆୟୁକ୍ତ ଶ୍ରୀଯୁକ୍ତ ସାମଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା କରିଥିଲେ । ବାତ୍ୟାରେ ଫସଲ କ୍ଷତିର ସଠିକ୍ ଆକଳନ ତୁରନ୍ତ କରିବାକୁ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ବାତ୍ୟାରେ ଭାଙ୍ଗିଥିବା କଚ୍ଚାଘର, କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଘାଟର ତୁରନ୍ତ ମରାମତି, ବ୍ୟାହତ ହୋଇଥିବା ବିଦ୍ୟୁତ  ସରବରାହକୁ ତୁରନ୍ତ ନିୟମିତ କରିବାକୁ ଲାଇନ ଡିପାର୍ଟମେଣ୍ଟକୁ ନିର୍ଦ୍ଦେଶ  ଦେଇଥିଲେ । ବାତ୍ୟା ‘ବୁଲବୁଲ୍’ରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର ବ୍ଳକ ବିଶେଷ କ୍ଷତିଗ୍ରସ୍ତ  ହୋଇଥିବା ପ୍ରଶାସନ ତରଫରୁ ସୂଚନା ଦିଆ ଯାଇଥିଲା । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଜିଲ୍ଲାର ୭ଟି ବ୍ଳକର ମୋଟ ୯୮୦ଟି ଗ୍ରାମ ପ୍ରଭାବିତ ହୋଇଛି । ଏଥିରେ ପାଖାପାଖି ୫ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମୋଟ ୪୪୯୪ଟି ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି । ତେବେ ଘରଭଙ୍ଗା ସଂକ୍ରାନ୍ତରେ ରାଜସ୍ୱ ବିଭାଗ ସଠିକ୍ ଆକଳନ କରି ନିର୍ଭୁଲ ତଥ୍ୟ ୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ଶ୍ରୀଯୁକ୍ତ ସାମଲ ନିର୍ଦ୍ଦେଶ ଦେଇଥିବା ବେଳେ ଏଥିରେ ଭୁଲ ତଥ୍ୟର ପ୍ରମାଣ ମିଳିଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ତଥ୍ୟ ଅନୁଯାୟୀ  ବୁଲବୁଲ ରେ ୧୫୬ଟି ରାସ୍ତା ଅବରୋଧକୁ ମୁକ୍ତ କରାଯାଇଛି । ୩ଶହରୁ ଉଦ୍ଧ୍ୱର୍ ବିଦ୍ୟୁତ  ଖୁଣ୍ଟ ଭାଙ୍ଗିଛି, ୧୦୦ରୁ ଉର୍ଧ୍ଵ  ୧୧କେଭି ଟ୍ରାନ୍ସଫର୍ମର, ୮ଟି ୩୩ କେଭି ଟ୍ରାନ୍ସଫର୍ମର ଏବଂ ୩୦ରୁ ଉର୍ଧ୍ଵ  ଛୋଟ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି । ତେବେ ବିଦ୍ୟୁତ ବିଭାଗ ପକ୍ଷରୁ ଏହାର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହା ଆସନ୍ତା ୧୨ ତାରିଖ ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସଚଳ ହୋଇଯିବ ବୋଲି ବିଦ୍ୟୁତ  ବିଭାଗ ପକ୍ଷରୁ କୁହାଯାଇଥିଲା । ଜିଲ୍ଳାରେ ମୋଟ ୬୦ ହଜାର ହେକ୍ଟର ଜମିରେ ଫସଲ କ୍ଷତି ହୋଇଥିବା କୃଷି ବିଭାଗ ପ୍ରାଥମିକ ଆକଳନ କରିଥିବା ସୂଚନା ଦେଇଥିଲେ । ଫସଲ କ୍ଷତିର ରିପୋର୍ଟ ୫ଦିନ ମଧ୍ୟରେ ସରକାରଙ୍କୁ ଦେବାକୁ ଆୟୁକ୍ତ ଶ୍ରୀଯୁକ୍ତ ସାମଲ ନିର୍ଦ୍ଦେଶ  ଦେଇଥିଲେ । ସେହିପରି ପଶୁଙ୍କ କ୍ଷତି ସଂକ୍ରାନ୍ତରେ ତଥ୍ୟ ତୁରନ୍ତ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ  ଦିଆଯାଇଛି । ଉକ୍ତ ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ  ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ସମସ୍ତ ବିଡିଓ, ତହସିଲଦାର, ଲାଇନ ଡିପାର୍ଟମେଣ୍ଟ ତଥା ଅନ୍ୟାନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । 

 

 

 

 

 

0
0
0
s2sdefault