ଓଡ଼ଗାଁ, ୧୪।୩ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ଭାରତର ପ୍ରଥମ ଡିଜିଟାଲ ଜନଗଣନା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ତହସିଲଦାର ଜି. ଶ୍ରୀନୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜସ୍ୱ ନିରୀକ୍ଷକମାନେ ଯୋଗଦେଇ ଗୃହ ଗଣନା ବ୍ଲକ୍ ପାଇଁ ଗ୍ରାମସ୍ତରୀୟ ମ୍ୟାପ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ଅପ୍ରେଲ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଗୃହ ଗଣନା ତାଲିକା ପ୍ରସ୍ତୁତି କାମ ଚାଲିବ। ଜଣେ ସୁପରଭାଇଜରଙ୍କ ତତ୍ତ୍ୱାବଧାନରେ ୬ ଜଣ ଗଣନାକାରୀ କାର୍ଯ୍ୟ କରିବେ। ପ୍ରତ୍ୟେକ ଗଣନାକାରୀ ପ୍ରାୟ ୭୦୦ରୁ ୮୦୦ ଜନସଂଖ୍ୟା କିମ୍ବା ପ୍ରାୟ ୧୫୦ଟି ଘରର ଗଣନା କରିବେ ବୋଲି ସୂଚନା ମିଳିଛି। ସେହିପରି ନାଗରିକମାନେ ଚାହିଁଲେ ଅପ୍ରେଲ ୧ରୁ ୧୫ ତାରିଖ ମଧ୍ୟରେ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଭାବେ ନିଜ ସମ୍ପର୍କିତ ତଥ୍ୟ ଅପଲୋଡ କରି ସେଲ୍ଫ ଏନ୍ୟୁମେରେସନ୍ କରିପାରିବେ।
ଉଲ୍ଲେଖଯୋଗ୍ୟ, ପରାଧୀନ ଭାରତରେ ପ୍ରଥମ ଜନଗଣନା ୧୮୭୨ ମସିହାରେ ହୋଇଥିବାବେଳେ ସ୍ୱାଧୀନ ଭାରତର ପ୍ରଥମ ଜନଗଣନା ୧୯୪୮ ମସିହାରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦୨୭ ମସିହାରେ ଦେଶର ପ୍ରଥମ ଡିଜିଟାଲ ଏବଂ ଷୋଡ଼ଶତମ ଜନଗଣନା ପାଇଁ କେବଳ ଓଡ଼ଗାଁ କିମ୍ବା ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।
ରାଜ୍ୟ
ପ୍ରଥମ ଡିଜିଟାଲ ଜନଗଣନା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ,
- Hits: 6








