ମନରାଜିରେ ଚାଲିଯିବା ଘଟଣାରେ ଝିଅର ପରିବାର ବାଛନ୍ଦରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପରିବାରକୁ ନ୍ୟାୟ ଦେବା ପାଇଁ ଥାନାରେ ଅଭିଯୋଗ

ଓଡ଼ଗାଁ,୧୪।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଭାଟସାହି ଗ୍ରାମର ଜଣେ ଝିଅ ମନରାଜିରେ ଗୋଟିଏ ପୁଅ ସହ ଚାଲିଯିବା ଘଟଣାକୁ ନେଇ ଗ୍ରାମବାସୀମାନେ ତାଙ୍କ ପରିବାରକୁ ବାଛନ୍ଦ ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଭାଟସାହି ଗ୍ରାମର ଜଣେ ଝିଅ ମନରାଜିରେ ଗୋଟିଏ ପୁଅ ସହ କେଉଁଆଡେ ଚାଲିଯାଇଥିଲେ । ଏନେଇ ଘରଲୋକେ ଥାନାରେ ଅଭିଯୋଗ ଜଣାଇବା ପରେ ଓଡ଼ଗାଁ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଝିଅର ଅନୁସନ୍ଧାନ ଆରମ୍ଭ କରିଥିଲେ । ପୋଲିସ ଝିଅକୁ ପାଇ ସମସ୍ତ ପ୍ରକ୍ରିୟା ସାରି ଘରଲୋକଙ୍କ ଜିମା ଦେଇଥିଲେ । ତେବେ ଝିଅକୁ ବାପାମାଆ ଜାଣିଶୁଣି ଏଭଳି ସୁଯୋଗ ଦେଇଥିବା ଅଭିଯୋଗରେ ଗ୍ରାମବାସୀ ମାନେ ତାଙ୍କୁ ୨ଲକ୍ଷ ଟଙ୍କାର ଜରିମାନା ପ୍ରତିବଦଳରେ ଗାଁରୁ ବାଛନ୍ଦ କରିଥିଲେ । ଏନେଇ ବାପାମାଆଙ୍କର କୌଣସି ଭୁଲ ନାହିଁ । ମୁଁ ଅନ୍ୟର ପ୍ରରୋଚନାରେ ମନରାଜିରେ ସେ ପୁଅ ସହ ଚାଲି ଯାଇଥିଲି । ତେଣୁ ମୋ ପରିବାରକୁ ଅଯଥାରେ ଦଣ୍ଡିତ ନକରି ନ୍ୟାୟ ପ୍ରଦାନ କରିବାକୁ ଝିଅ ଥାନାରେ ଅଭିଯୋଗ କରିଥିବା ବେଳେ ତା'ସହ ଯିବାକୁ ଝିଅ ଏବେ ଅରାଜି ଥିବା ଜଣାପଡିଛି ।

0
0
0
s2sdefault