ହେଡଲାଇନସ୍:

ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ  ପ୍ରଶିକ୍ଷଣ ଓ ଆଲୋଚନା  କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଜିଲ୍ଲାରେ ଥିବା ଛତୁଆ ପ୍ରସ୍ତୁତକାରୀଙ୍କ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସଚେତନତା ପ୍ରଶିକ୍ଷଣ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମକୁ ସହକାରୀ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ଯୋଗଦେଇ ଉଦ୍ ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ  ଜିଲ୍ଲା ମଙ୍ଗଳ ଅଧିକାରୀ ମିନତୀ ଦେବୀ , ମିଶନ ଶକ୍ତି-ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମି ରଞ୍ଜନ ସେଠୀ , ଜିଲ୍ଲା ନାବାର୍ଡର ଡିଡିଏମ-ସୁଦ୍ୟୋମ୍ନ ପାଲ୍ , ଆନ୍ଧ୍ରବ୍ୟାଙ୍କ-ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ , ଜିଲ୍ଲା ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତା ନନ୍ଦ ବ୍ରହ୍ମା  ଏବଂ ପ୍ରକଳ୍ପ ପରିଚାଳିକା ଯଶୋବନ୍ତି ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୨୦ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସମ୍ପାଦକ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

    ଏହି ଅବସରରେ  ମୁଖ୍ୟତଃ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କରେ ଶିଶୁ , ଗର୍ଭବତୀ ଓ  ମା' ମାନଙ୍କ ପାଇଁ ରହିଥିବା ଖାଦ୍ୟ ବାବଦରେ କରାଯାଉଥିବା ପ୍ରତ୍ୟେକ ଖର୍ଚ୍ଚ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା । 

      ତାଲିମ-ପ୍ରାପ୍ତ ପ୍ରଶିକ୍ଷକ ଲିଙ୍ଗରାଜ ପାଣିଗ୍ରାହୀ , ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ଦ୍ୱାରା ଜିଲ୍ଲାରେ ସମସ୍ତ ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ୱୟଂ ସହାୟକ  ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ରେକର୍ଡ ଓ ରେଜିଷ୍ଟର କିଭଳି ପୂରଣ କରାଯାଏ  ଏବଂ ଆର୍ଥିକ ପରିଚାଳନା କିପରି କରାଯାଇଥାଏ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।

         ବିଭିନ୍ନ ଆର୍ଥିକ ରେକର୍ଡ ଯଥା - ଚେକ୍ ବୁକ୍ , ପାସ-ବୁକ୍ ଓ କେଶ-ବୁକ୍ ପ୍ରଭୃତି  ଗୁଡିକର ପରିଚାଳନା ସମ୍ପର୍କିତ ଟିକିନିଖି ତଥ୍ୟ ସବୁ ପାୱାର-ପଏଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ରଶ୍ମି ରଞ୍ଜନ ସେଠୀ ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦିକା ମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ ।

 ଆନ୍ଧ୍ରବ୍ୟାଙ୍କ-ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ପ୍ରୋଗ୍ରାମ ଅଫିସର ଯଶୋବନ୍ତି ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault