ହେଡଲାଇନସ୍:

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା :୧୭/୦୩ (ପ୍ରଫୁଲ୍ଲ କୁମାର ମଲ୍ଲ) ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ୱର ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ୧୭ ମାର୍ଚ୍ଚ ୨୦୨୬ ଦିନ ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି। ଆରବିଆଇ କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ସାରଦା ପ୍ରସନ ମହାନ୍ତି, ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ; ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଶ୍ରୀ ହେମନ୍ତ କୁମାର ସାହୁ;ଏସଏଲବିସି ଓଡ଼ିଶାର ଆବାହକ ତଥା ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଗୌତମ ପାତ୍ର; ଏସବିଆଇ ଉପ ମହାପ୍ରବନ୍ଧକ ଶ୍ରୀ ପ୍ରଭାତ କୁମାର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଡା. ମହାନ୍ତି ମୁଖ୍ୟ ବକ୍ତବ୍ୟ ପ୍ରଦାନ କରି ସାଧାରଣ ଜନତାଙ୍କ ପାଇଁ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିବା ସହିତ ବ୍ୟାଙ୍କ ଖାତାର ପୁନଃ KYC ଏବଂ ଦାବିହୀନ ଜମା ରାଶିକୁ ପୁନଃ ପ୍ରାପ୍ତ କରିବାର ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ରିଜର୍ଭ ବ୍ୟାଙ୍କ ତରଫରୁ ସର୍ବଭାରତୀୟ ସ୍ଥରରେ ତଥା ଭୁବନେଶ୍ୱର କାର୍ଯ୍ୟାଳୟ ଦ୍ୱାରା ଆର୍ଥିକ ଅନ୍ତର୍ଭୂକ୍ତିକରଣ ଦିଗରେ କରାଯାଇଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ ।

0
0
0
s2sdefault