ହେଡଲାଇନସ୍:

ଭଞ୍ଜନଗରରେ ବିଶ୍ଵ ଖାଊଟି ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ବିଶ୍ଵ ଖାଊଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ଭଞ୍ଜନଗର ସ୍ଥିତ କାରଗିଲ୍ ଭବନ ଠାରେ ଗ୍ରାହକ ଦିବସ ପାଳନ କରିଥିଲେ। ଏଥିରେ ସଭାପତିତ୍ଵ କରିଥିଲେ ଏମ୍ କେ ସ୍ଵାଇଁ , ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଖାଉଟି ସୁରକ୍ଷା ଆଇନ,ସମସ୍ତ ସରକାରୀ ଓ ଘରୋଇ ବ୍ୟବସାୟ ଅନୁଷ୍ଠାନ ଗୁଡିକରେ ଖାଉଟିଙ୍କ ଅଧିକାର ଓ କର୍ତ୍ତବ୍ୟ ଓଡିଆ ଭାଷାରେ ଲେଖିବା ଉପରେ ଗୁରୁତ୍ଵ ଦେଇଥିଲେ । ଏବଂ ସମ୍ମାନୀୟ ଅତିଥି ଭାବେ ଯୋଗାଣ ବିଭାଗର ଅଧିକାରୀ ଶ୍ରୀମତୀ ସୁଭଶ୍ରୀ ଜେନା ଯୋଗଦେଇ ବର୍ତ୍ତମାନ ଉପୁଜିଥିବା ଗ୍ୟାସ ଓ ପେଟ୍ରୋଲ ଅଭାବ ନଥିବା କହିଥିଲେ। ବର୍ତ୍ତମାନ ସରକାର ଗ୍ରାମାଅଞ୍ଚଳ ଖାଉଟିଙ୍କୁ ୪୫ ଦିନ ଓ ସହରାଞ୍ଚଳ ଖାଉଟିଙ୍କୁ ୨୫ ଦିନରେ ଗ୍ୟାସ ବୁକିଙ୍ଗ ମିଳିବା ଶୁଭିଧା ଅଛି, ସର୍ଭର୍ ଠିକଅଛି ,ଯଦି କାହାପାଖରେ ଏକାଧିକ ସିଲେଣ୍ଡର ଥିବ ବା ଖୋଲା ବଜାର ରେବିକ୍ରିୟ କରୁଥିବା ସୂଚନା ପାଇଲେ ପ୍ରଶାସନଙ୍କୁ ତୁରନ୍ତ ଜଣାଇବାକୁ ଗ୍ରIହକଙ୍କୁ ଅନୁରୋଧ କରିଥିଲେ I ଭଞ୍ଜନଗର ଇଣ୍ଡେନ୍ ଗ୍ୟାସ ର କୈ।ଣସି ସଦସ୍ୟ ଜାଣି ଶୁଣି ଆଜିର ବୈଠକ କୁ ନ ଆସିବା ରୁ ସମସ୍ତ ଖାଉଟି ଅଭିଯୋଗ କରିଥିଲେ । ଯୁଦ୍ଧ ବାହନରେ ଗ୍ୟାସ ବିତରକ ଓ ପେଟ୍ରୋଲ ପମ୍ପ ମାନେ ଖାଉଟିମାନଙ୍କୁ ଦିବାରାତି ଲୁଟୁଛନ୍ତି ବୋଲି ଖାଉଟି ସଂଘ ଗୁଡିକ ଆଜିର ବୈଠକ ମଞ୍ଚରେ ଅଭିଯୋଗ କରିଛନ୍ତି । ଯଦି ବିତରକ ମାନଙ୍କ ଦ୍ଵାରା ଡାକବାଜି ଯନ୍ତ୍ର ଜରିଆରେ ଗ୍ରାମଅଞ୍ଚଳରେ ପ୍ରଚାରପ୍ରସାର କରାଯାଇ ଥାନ୍ତା ତେବେ ଗ୍ୟାସ ଡିପୋ ଦୋକାନରେ ଅଯଥାରେ ଭିଡ ହୋଇ ନଥାନ୍ତା କି ନିରୀହ ଖାଉଟି ହନ୍ତସତ ହେବାକୁ ପଡିନଥାନ୍ତା ବୋଲି ଗ୍ରାହକ ମାନେ ଅଭିଯୋଗ କରିଥିଲେ I ଘୁମୁସର ଉପଖଣ୍ଡରେ ତିନିଗୋଟି କମ୍ପାନୀ ଆଇଓସିଏଲ,ବିପିସିଏଲ ଓ ଆଇଓସିଏଲ ତରଫରୁ କାର୍ଯ୍ୟରତ ଭଞ୍ଜନଗରରେ ୪ଗୋଟି, ଆସିକାରେ ୩ଗୋଟି , ବେଲଗୁଣ୍ଠIରେ ୨ଗୋଟି ବୁଗୁଡାରେ ୩ ଗୋଟି ଧରାକୋଟରେ ୨ଗୋଟି, ଜଗନ୍ନାଥ ପ୍ରସାଦ ରେ ୩ ଗୋଟି, ସୋରଡାରେ ୪ ଗୋଟି ଓ ଶେରଗଡରେ ୧ଗୋଟି ବ୍ଲକ ମାନଙ୍କରେ ୨୨ ବିତରକ ସଂସ୍ଥାକୁ ଗ୍ୟାସ ପ୍ରଦାନ କରିବା ନିମିତ ସ୍ବୀକୃତି ମିଳିଅଛି ।କିନ୍ତୁ ସେମାନଙ୍କ ଯୋଗଯୋଗ ନମ୍ବର ନ ଲାଗିବା,ୱ୍ହାଟତ୍ସଆପ ଉତ୍ତର ନମିଳିବା, ଘରୋଇ ଖାଉଟିଙ୍କୁ ନିୟମନୁସାରେ ଗ୍ୟାସ ନମିଳିବା, ବାହାର ହୋଟେଲ ଓ ବ୍ୟବସାୟଙ୍କ ପାଖରେ ଘରୋଇ ସିଲ୍କେଣ୍ଡର ୧୫୦୦ ଟଙ୍କାରେ ମିଳିବା ଓ ବିତରକ ଡିଲର ପାଖରେ ଲମ୍ବା ଧାଡି ରହି ନିରାଶ ହେବା,ବିତରକ ମାନେ ମାଲାମାଲ ହେବା ସହ, ଖାଉଟି ଅଧିକାର ଆଇନ ସମ୍ପୂର୍ଣ ବିଫଳ ହୋଇଅଛି । ଏବଂ ଉପଜିଲ୍ଲାପାଳ ଙ୍କ ଚିଠା ନମ୍ବର୧୦୨୫୧ ତାରିଖ ନଭେମ୍ବର ୧୧ ରେ ଆଦେଶ କରିଛନ୍ତି ଯେ,ପେଟ୍ରୋଲ ପମ୍ପ ମାଲିକ ମାନେ ତାଙ୍କଟାଙ୍କିରେ ମାଗଣା ଏୟାର, ଶୁଦ୍ଧଜଳ, ମାପ ଓଜନ ପାଇଁ ଓ ଶୁଦ୍ଧ ନିରୁପଣ ସାମଗ୍ରୀ, ଦର ତାଲିକା, ଡିଜିଟାଲରେ ପେମେଣ୍ଟ ସୁବିଧା,ଫାଷ୍ଟଏଡ଼୍ ବକ୍ସ, ଓଡିଆ ଭାଷାରେ ଖାଉଟି ଫଳକ ପ୍ରଦର୍ଶନ ଓ ନୋଡାଲ, ବିତରକ ଓ ଜରୁରୀକାଳୀନ ସେବକାରୀଙ୍କ ଯୋଗାଯୋଗ ନମ୍ବର, ଅଭିଯୋଗ ପୁସ୍ତିକା ଯୋଗାଇବା କଥା । କିନ୍ତୁ ଏସବୁ ବିଦ୍ଧିବଦ୍ଧ ଚିଠା ଆଦେଶକୁ ଉକ୍ତ ଅଞ୍ଚଳର ପେଟ୍ରୋଲପମ୍ପ ମାଲିକ୍ ମାନେ ଆଜି ସୁଧା ମାନି ନାହାନ୍ତି। ଏଣୁ ପ୍ରଶାସନ ଅବିଳମ୍ବେ କାର୍ଯ୍ୟ କରିବା ପାଇଁ ଖାଉଟି ମାନେ ଆଜିର ବୈଠକରେ ଅଭିଯୋଗ କରିଥିଲେ I ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସଂଯୋଜନା ଓ ଗ୍ରାହକ ପଂଚାୟତର ସଭାପତି ତ୍ରିନାଥ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ I

0
0
0
s2sdefault