ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ
ନବରଙ୍ଗପୁର ତା ୧୭.୩.୨୦୨୬: ଅଶୋକ ସାହୁ,ସ୍ଥାନୀୟ ତହସିଲଦାର ,ନବରଙ୍ଗପୁର ଙ୍କ କାର୍ଯ୍ୟଳୟ ଠାରେ ନବରଙ୍ଗପୁର ଜୟପୁର ରେଳପଥ ପ୍ରକଳ୍ପ ସକାଶେ ଭୂମି ଅଧିଗ୍ରହଣ ବାବଦ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜମି ଅଧିଗ୍ରହଣ ଯୋଗୁଁ ଜମି ହରାଇଥିବା ୮ ଜଣ ବ୍ୟକ୍ତିଙ୍କୁ ମୋଟ ୨୪ କୋଟି ୫୭ ଲକ୍ଷ ୬୮ ହଜାର ୮୧୩ ଟଙ୍କା ର ଅର୍ଥରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ,ଉପ ଜିଲ୍ଲପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ତହସିଲଦାର ଭୁଲେଶ୍ୱର ନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ପ୍ରକଳ୍ପ ନିମନ୍ତେ ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ତହସିଲ ର ୬ ଟି ମୌଜା ର ୬.୩୯୩ ଏକର ଜମି ଅଧିଗ୍ରହଣ କରାଯାଇଛି ଏବଂ ବଳକା ୦.୫୮୮ ଏକର ଜମିର ଅଧିଗ୍ରହଣ ପ୍ରକ୍ରିୟା ରେ ଅଛି।ନବରଙ୍ଗପୁର ତହସିଲର କେଶରିଗୁଡ଼ା ମୌଜା ରେ ୩୦.୧୫୫ ଏକର ଜମି ଓଡ଼ିଶା ସରକାରଙ୍କ ପାଖରେ ବିଚାରଧିନ ଅଛି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ କ୍ରମେ ଜମି ଅଧିଗ୍ରହଣ କାମ ଆରମ୍ଭ ହେବ।
ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ ୨୦୧୬ ରୁ କଳ୍ପନା କରିଥିବା ନବରଙ୍ଗପୁର ରେଳପଥ ଆଜି ଆରମ୍ଭ ହୋଇଥିବା "ଜମି ଅଧିଗ୍ରହଣ କ୍ଷତି ପୂରଣ ରାଶି ବିତରଣ" କାର୍ଯ୍ୟକ୍ରମକୁ ନିଜ ଜୀବନର ଏକ ସ୍ମରଣୀୟ ଘଟଣା ହୋଇ ରହିବ ଏବଂ ଏହି ରେଳ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲା ବାସୀଙ୍କ ବହୁ ଦିନର ଦାବି ଓ ସ୍ୱପ୍ନକୁ ପୂରଣ କରିବ ବୋଲି କହିଥିଲେ।ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜମି ଅଧିଗ୍ରହଣ ରେ ନିଜ ପୈତୃକ ଜମି ହରାଇଥିବା ବ୍ୟକ୍ତିଙ୍କୁ ଜିଲ୍ଲାର ପ୍ରଗତିରେ ନିଜ ର ଯୋଗଦାନକୁ ଜିଲ୍ଲାବାସୀ ସବୁଦିନ ମନେ ରଖିବେ ବୋଲି କହିବା ସହ ସରକାର ଙ୍କ କ୍ଷତି ପୂରଣ ଆର୍ଥିକ ସହାୟତା ରେ ସନ୍ତୁଷ୍ଟ ନ ହେଲେ ଉଚ୍ଚ କତୃପକ୍ଷ ଠାରେ ଆବେଦନ କରିପାରିବେ ବୋଲି କହିଥିଲେ।
ପ୍ରସ୍ତାବିତ ଜୁନାଗଡ - ନବରଙ୍ଗପୁର ,ନବରଙ୍ଗପୁର - ଜୟପୁର ଏବଂ ମାଲକାନଗିରି - ଭଦ୍ରାଚଳମ ମୋଟ ୪୬୦ କିମି ସ୍ୱାଧୀନ ଭାରତର ଦ୍ୱିତୀୟ ବୃହତ୍ତମ ରେଳପଥ ପ୍ରକଳ୍ପ ଅଟେ ଏବଂ ଏହା ୨୦୨୯ -୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେଲେ ନବରଙ୍ଗପୁର ଜିଲ୍ଲା ର ଆର୍ଥିକ ଅଭିବୃଦ୍ଧି ରେ ବଡ ସହାୟକ ହେବ ବୋଲି ସାଂସଦ କହିଥିଲେ। କାର୍ଯ୍ୟକ୍ରମରେ ଜମି ହରାଇଥିବା ବ୍ୟକ୍ତି, ବରିଷ୍ଠ ଆଇନଜୀବି ଝାଡେଶ୍ୱର ଖାଡ଼ଙ୍ଗା,ଜ୍ୟୋତି ରଞ୍ଜନ କଂସ,ଡି ଆଇ ପି ଆର୍ ଓ ମନୋଜ ବେହେରା,ବି ଡି ଓ ସୁନିଲ ଖରାଙ୍କ ସମେତ ଅନେକ ଚାଷୀ, ବୁଦ୍ଧିଜୀବି, ସ୍ଥାନୀୟ ଜନ ସାଧାରଣ,ତହସିଲ କାର୍ଯ୍ୟାଳୟ କର୍ମଚାରୀ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।








