ହେଡଲାଇନସ୍:

ଦୁଇ ଦିନିଆ ଆନ୍ତଃ ରାଜ୍ୟ କେରମ୍ ଟୁର୍ଣାମେଣ୍ଟ ଉଦଯାପିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୀଳଗିରି,ତା ,୧୬/୦୩- ଗତ ୧୪ , ୧୫ ତାରିଖ ୨ ଦିନ ଧରି ଆନ୍ତ ରାଜ୍ୟ କୌଶିକ ରାୟ ସ୍ମୃତି କେରମ ଟୁର୍ଣ୍ଣାମେଣ୍ଟ ବାସନ୍ତୀ କ୍ଳବ୍ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ସୂଚନାରୁ ଜଣା ଯାଇଛି,ଉକ୍ତ ଟୁର୍ଣ୍ଣାମେଣ୍ଟକୁ ନୀଳଗିରିର ଏସ୍ ଡି ପି ଓ ପ୍ରମୋଦ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଫିଟା କାଟି ଉଦ୍ଘାଟନ କରିଥିଲେ। ତାଙ୍କ ସହିତ ସ୍ବର୍ଗତ କୌଶିକ ରାୟଙ୍କ ଦୁଇ ସାନ ଭାଇ କିର୍ତିକ ଏବଂ କୁମାର ଚନ୍ଦ୍ର ରାୟ ମଧ୍ୟ ଉପସ୍ଥିତ ଥିଲେ। ଏହି କ୍ରୀଡ଼ାରେ ରାଜ୍ୟ ତଥା ରାଜ୍ୟ ବାହାରର ୬୪ ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ରାଜ୍ୟ ତଥା ଜିଲ୍ଲାର ବରିଷ୍ଠ କ୍ରୀଡାବିତ୍ ମାନଙ୍କୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ ସହ ମାନପତ୍ର ଦିଆ ଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଦ୍ଵିତୀୟ ଦିନ ଉଜ୍ଜାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଏନ୍ ଏ ସିର ପ୍ରଥମ ନଗରପାଳ ସ୍ବର୍ଗତ ଖିତିଶ୍ ଚନ୍ଦ୍ର ରାୟ ଙ୍କ ଧର୍ମପତ୍ନୀ କଳ୍ପନା ରାୟ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ କୁମାର ରାୟ , ପରମେଶ୍ବର ପଣ୍ଡା , ଅଜୟ ରାଉଳ , ତପନ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଉକ୍ତ ଦୁଇ ଦିନ ଖେଳରେ ବିବେକ ପ୍ରଧାନ ରସାନନ୍ଦ ବାରିକ୍ ଏବଂ ତାଙ୍କର ସହଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହେବା ସହିତ ମାନପତ୍ର ସହ ୨୫ ହଜାର ଟଙ୍କାର ନଗଦ ପୁରସ୍କାର ଅର୍ଥରାଶି ଗ୍ରହଣ କରିଥିଲେ।

ରନର୍ସ୍ ଅପ୍ ଦଳ ଭାବେ ଚନ୍ଦନ କୁମାର ମହାପାତ୍ର , ସମୀର ରଞ୍ଜନ ଦାସ ଏବଂ ତାଙ୍କର ସହଯୋଗୀ (କେଉଁଝର) ଟିମ୍ ମାନପତ୍ର ସହ ୨୦ ହଜାର ଟଙ୍କାର ନଗଦ ପୁରସ୍କାର ଅର୍ଥରାଶି ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ୩ୟ ଏବଂ ୪ଥ ସ୍ଥାନ ଅଧିକାର କରିଥିବା ଦଳଙ୍କୁ ୪ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆ ଯାଇଥିବା ବେଳେ ପଞ୍ଚମରୁ ୧୬ ତମ ସ୍ଥାନରେ ଥିବା ଦଳକୁ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇ ଥିବା ଜଣା ଯାଇଛି। ଏହି କାର୍ଯ୍ୟକ୍ରମରେ ବାସନ୍ତୀ କ୍ଳବ୍ ର ସୁଶାନ୍ତ କୁମାର ମହାପାତ୍ର, ବିରଜା ବେହେରା , ସୁଧା ରଞ୍ଜନ ବେହେରା , ଗୟାଧର ବେହେରା , ପରମେଶ୍ବର ପଣ୍ଡା , ଭବାନୀ ପଣ୍ଡା , ଜଗବନ୍ଧୁ ବେହେରା , ସଞ୍ଜୀବ କୁମାର ବେହେରା , ବିବେକ ସାହୁ , ସୁରଜ୍ କୁମାର ନନ୍ଦ , ଦୟା ଶଙ୍କର ମହାପାତ୍ର , ରସାନନ୍ଦ ବାରିକ୍ , ସୌମ୍ୟ ରଂଜନ ଭଞ୍ଜଦେଓ, ପ୍ରମୋଦ କୁମାର ପରିଡ଼ା ଓ ମାନସ ଜେନା ପ୍ରମୁଖ ସହଯୋଗ କରିଥିବା ଜଣା ଯାଇଛି।

0
0
0
s2sdefault