ହେଡଲାଇନସ୍:

ପାରଳା ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ରାଜ୍ୟ ସ୍ତରରେ ସମ୍ମାନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ଉତ୍ତମ ପୋଲିସ ତଦନ୍ତ ଅଧିକାରୀ ଭାବେ ରାଜ୍ୟ ସ୍ତରରେ ପୁରସ୍କୃତ ହେବା ସହ ସମ୍ମାନିତ ହୋଇଛନ୍ତି । 

     ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ କର୍ତ୍ତବ୍ୟ-ନିଷ୍ଠା ଓ ନିରପେକ୍ଷ ତଦନ୍ତ ପ୍ରକ୍ରିୟା ତାଙ୍କୁ ଏହି ସମ୍ମାନିତ ଓ ପୁରସ୍କୃତ ପାଇବା ସଫଳତା ହାସଲ କରିବାରେ ବିଶେଷ ସହାୟକ ହୋଇଛି । କଟକ ସ୍ଥିତ କ୍ରାଇମ୍ ବ୍ରାଞ୍ଚ ମୁଖ୍ୟାଳୟରେ ଏ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ପୋଲିସ ମହା-ନିର୍ଦ୍ଦେଶକ ବିଜୟ କୁମାର ଶର୍ମା ମୁଖ୍ୟଅତିଥି ଭାବେ ଯୋଗଦେଇ ପାରଳା ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ ନିଷ୍ଠାପର ଓ ନିରପେକ୍ଷ ସହିତ ସଫଳ ତଦନ୍ତ ଅଧିକାରୀ ଭାବେ ତାଙ୍କୁ ମାନପତ୍ର ଓ ସିଲଡ଼ ପ୍ରଦାନ କରିବା ସହ ସମ୍ଭର୍ଦ୍ଧିତ କରିଥିଲେ ।

    ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ କ୍ରାଇମ-ବ୍ରାଞ୍ଚର ଅତିରିକ୍ତ ମହା-ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଏବଂ ଡିଆଇଜି . ଅମିତେନ୍ଦ୍ର ନାଥ ସିହ୍ନା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ବିଭାଗୀୟ ପଦାଧିକାରୀଙ୍କ ଉପସ୍ଥିତିରେ ରାଜ୍ୟର ୨୫ ଜଣ ପୋଲିସ ଅଧିକାରୀ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ-ନିଷ୍ଠା ସାଧନା ତଥା ଜଣେ ସଫଳ ତଦନ୍ତ ଅଧିକାରୀ ଭାବେ ତାଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ ଓ ସମ୍ଭର୍ଦ୍ଧିତ କରାଯାଇଥିଲା ।

     ଗଜପତି ଜିଲ୍ଲାରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ ଜଣେ ମାତ୍ର ପୋଲିସ ଅଧିକାରୀ ଭାବେ ଏହିଭଳି କୃତିତ୍ୱ ରାଜ୍ୟ-ସ୍ତରରେ ହାସଲ କରିଥିବା ଯୋଗୁଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଓ ଜିଲ୍ଲାପାଳ ଅନୁପମ ଶାହାଙ୍କ ସମେତ ଜିଲ୍ଲାର ବିଭିନ୍ନ ମହଲରେ ଥାନାଧିକାରୀ ସ୍ବାଇଁଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । 

0
0
0
s2sdefault